କନକ ବ୍ୟୁରୋ: ମନରେଗା ଯୋଜନାରେ ଲୋକଙ୍କ ବଦଳରେ କାମ କରୁଛି ମେସିନ୍ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ । ଜେସିବିକୁ ଘେରିବା ସହ ବିଧାୟକଙ୍କୁ ଜଣାଇ କାମ ବନ୍ଦ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ ।
ରାତି ଅଧରେ ଜେସିବି ଲଗାଇ କାମ କରାଯାଉଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବାରିଗୁଡ଼ା ଗାଁରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଇଟିଡିଏ ବିଭାଗ ଦ୍ବାରା କରାଯାଉଛି ଟ୍ରେଞ୍ଚ କାମ । ମନରେଗାରେ ବାରିଗୁଡା ସର୍ଗି ଜଙ୍ଗଲ ଓ ଗୋରୁଗଠାଣ ବାରିଗୁଡ଼ା ନାଁରେ ଥିବା ୨ଟି ଟ୍ରେଞ୍ଚ କାମ ପାଇଁ ବ୍ୟୟ ଅଟକଳ ହୋଇନି । ବିନା ମଞ୍ଜୁରୀରେ ଆଗୁଆ ମେସିନ ସାହାଯ୍ୟରେ କାମ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଗାଁ ଲୋକ । ଅସନ୍ତୋଷ ବ୍ୟକ୍ତ କରି ବିଧାୟକଙ୍କୁ ଜଣାଇ କାମ ବନ୍ଦ କରିଛନ୍ତି ଲୋକ ।
ଆଇଟିଡିଏର କାର୍ଯ୍ୟକଳାପକୁ ନେଇ ଉଠିଲା ପ୍ରଶ୍ନ?
କାହା ଅନୁମତିରେ ଚାଲିଥିଲା ଟ୍ରେଞ୍ଚ କାମ?
ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।