କନକ ବ୍ୟୁରୋ: ରାଜ୍ୟରେ ମନରେଗା କାର୍ୟ୍ୟରେ କୋଟି କୋଟି ଟଙ୍କା ଦୁର୍ନୀତି ହେଉଥିବା କଥା ଆପଣମାନେ ଶୁଣିଥିବେ । ମେସିନ ଲଗାଇ ଲୋକଙ୍କ ନାଁରେ ଟଙ୍କା ଉଠାଇ ନେଉଥିବା କଥା ବି ଆପଣମାନେ ଜାଣିଥିବେ । କିନ୍ତୁ ଜାଣିନଥିବେ ନକଲି ଜବ୍ କାର୍ଡରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । 

Advertisment

ଲୋକଙ୍କୁ ରୋଜଗାର ଦେବା ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଚଳାଇଛନ୍ତି ସରକାର । ଏହି ଯୋଜନାରେ ୨୦୨୪-୨୫ରେ ରାଜ୍ୟରେ ପ୍ରାୟ ୫୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହି ଟଙ୍କାରୁ ଏକ ବଡ଼ ଭାଗ ଟଙ୍କା ଲୁଟ୍ ହୋଇଥିବା ସାମନାକୁ ଆସିଛି। ସଂସଦର ଉତ୍ତର ଅନୁସାରେ, ନକଲି ଜବକାର୍ଡ ଜରିଆରେ ମନରେଗା ଟଙ୍କା ଖାଇ ଯାଇଛନ୍ତି ଅଧିକାରୀ ଓ ଦଲାଲ। ଆଉ ନକଲି ଜବକାର୍ଡ ତାଲିକାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। କେବଳ ୨୦୨୪-୨୫ରେ ୭୫୫୬ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୬୬ଲକ୍ଷ ଜବକାର୍ଡଧାରୀ ଥିବା ବେଳେ ମାତ୍ର ୪୩ଲକ୍ଷ କାର୍ଡ ସକ୍ରିୟ ରହିଛି। ନକଲି ଜବକାର୍ଡ କଥା ଜଣାପଡ଼ିବା ପରେ ଗ୍ରାଉଣ୍ଡଜିରୋରୁ ତଥ୍ୟ ସଂଗ୍ରହ କରିଛି କନକ ନ୍ୟୁଜ୍। ଚିହ୍ନଟ ହୋଇଥିବା ସଂଖ୍ୟା ଠାରୁ ନକଲି ସଂଖ୍ୟା ଢେର ଅଧିକ ବୋଲି ଅଭିଯୋଗ ହୋଇଛି। 

ନକଲି ଜବକାର୍ଡ ଚିହ୍ନଟ ହେବା ଓ ଲକ୍ଷ ଲକ୍ଷ ଜବକାର୍ଡ ସକ୍ରିୟ ନରହିବା ଜଣାପଡ଼ିବା ପରେ ଚେତାବନୀ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । କହିଛନ୍ତି, ନକଲି ଜବକାର୍ଡ ଧରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଇ-କେୱାଇସି ମାଧ୍ୟମରେ ତିନି ମାସ ମଧ୍ୟରେ ଶେଷ ହେବ ଚିହ୍ନଟ । ଯେଉଁମାନେ ଇ-କେୱାଇସି ନକରିବେ ସେମାନଙ୍କ କାର୍ଡ କଟି ବ। ମନ୍ତ୍ରୀଙ୍କ ବୟାନ ପରେ ଘେରିଛନ୍ତି ବିରୋଧୀ। ତେବେ ନକଲି ଜବକାର୍ଡ ଦେଇଥିବା ଅଧିକାରୀଙ୍କୁ ସରକାର କେବେ ଧରିବେ ତା’ ଉପରେ ନଜର।