କନକ ବ୍ୟୁରୋ : କେନ୍ଦ୍ର ଓ ରାଜ୍ୟ ସରକାର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ପାଇଁ ଗୁରୁତ୍ୱ ଦେଉଥିବା ବେଳେ ଏହାର ସମ୍ପୂର୍ଣ ବ୍ୟତିକ୍ରମ ହୋଇଥିବା ନେଇ ଅଭିଯୋଗ ଆଣିଲେ । ତଦନ୍ତ ପାଇଁ ଦାବି କଲେ ଅଞ୍ଚଳବାସୀ ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସାନ୍ତପୁର ଗାଁରେ ମନେରେଗାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ । ମନରେଗାରେ ସାନ୍ତପୁର ଦଳାଇସାହିରୁ କୁଞ୍ଜବନ ପର୍ଯ୍ୟନ୍ତ ୯ ଲକ୍ଷ ଟଙ୍କାରେ ତିଆରି ହୋଇଛି ରାସ୍ତା । ଯାହା ଅତ୍ୟନ୍ତ ନିମ୍ନମାନର । ହାତ ମାରିଲେ ନାଲି ଗୋଡ଼ି ଉଠିଯାଉଛି । ଖାଲି ସେତିକି ନୁହେଁ, ଏଠି ଲୋକଙ୍କ ବଦଳରେ ଜେସିବି, ଟ୍ରାକ୍ଟରରେ କାମ କରି ଜବ୍ କାର୍ଡଧାରୀଙ୍କ ନାଁରେ ହୋଇଛି ୫ ଲକ୍ଷର ବିଲ୍ !
ମିଳିଥିବା ତଥ୍ୟ ଅନୁଯାୟୀ, ଗାଁରେ ଶହଶହ ଜବକାର୍ଡଧାରୀ ଥିବା ସତ୍ତ୍ୱେ ବାହାର ବ୍ୟକ୍ତିଙ୍କୁ କାମ ମିଳିଛି ! ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମଚାରୀ ଏବଂ ବିଭାଗୀୟ ବାବୁ ମିଳିମିଶି ଲକ୍ଷଲକ୍ଷ ଚଳୁ କରିଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ଦୁର୍ନୀତିରେ ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଲୋକେ । ନଚେତ୍ ଆନ୍ଦୋଳନ ନେଇ ଦେଇଛନ୍ତି ଚେତାବନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/30/issues-with-mgnregs-2025-10-30-18-45-47.jpg)