କନକ ବ୍ୟୁରୋ : ବାରବାଟୀ ଟି-ଟ୍ବେଣ୍ଟି ଲାଗି ଆଜିଠୁ ଆରମ୍ଭ ହୋଇଛି ଅଫଲାଇନରେ ଟିକେଟ୍ ବିକ୍ରି । ଟିକେଟ୍ ଖଣ୍ଡେ ପାଇବାକୁ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଣ୍ଟା ଘଣ୍ଟା ଲାଇନ୍ରେ ରହି ଟିକେଟ୍ ନେଇଛନ୍ତି ଦର୍ଶକ । ପ୍ରଥମ ଦିନରେ ଟିକେଟ୍ ବିକ୍ରି ହୋଇଥିବା ବେଳେ ଆସନ୍ତାକାଲି ଆଉ, ଟିକେଟ୍ ବିକ୍ରି ହେବ ।
ଅଧିକ ପଢ଼ନ୍ତୁ: ବାରବାଟୀ ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି ; ମୁତୟନ ହେବେ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ
କିଏ ରାତିରୁ ଆସି ଲାଇନ୍ ଲଗାଇଛି, ତ କିଏ ଭୋରରୁ ଶୀତ କାକରରେ ଛିଡ଼ା ହୋଇଛି । ଆଉ ଟିକେଟ୍ ମିଳିବା ପରର ଏ ଖୁସି ଆଗରେ ଫିକା ପଡ଼ିଛି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହି ଠେଲାପେଲା ସହିବାର ଯନ୍ତ୍ରଣା । ଖଣ୍ଡିଏ ଟିକେଟ୍ ପାଇଁ ବାରବାଟୀରେ ଆଜି ଦିନ ତମାମ ଲାଗି ରହିଥିଲା ଦର୍ଶକଙ୍କ ଗହଳି। ବିଶେଷ କରି ୧ ନମ୍ବର ଏବଂ ୨ ନମ୍ବର କାଉଣ୍ଟର ପାଇଁ ହୋଇଥିବା ଜିଗଜାକ୍ ବ୍ୟାରିକେଡରେ ଲୋକଙ୍କ ଭିଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଟିକେଟ୍ ବିକ୍ରିକୁ ଶୃଙ୍ଖଳିତ କରିବାକୁ ଓସିଏ ପକ୍ଷରୁ ଚଳିତ ଥର ପ୍ରଥମ କରି କରାଯାଇଥିଲା ବାଉନସର ବ୍ୟବସ୍ଥା। କମିସନରେଟ୍ ପୁଲିସ ପକ୍ଷରୁ ୫ଟି କାଉଣ୍ଟରରେ ମୁତୟନ ହୋଇଥିଲେ ୫୧ ପ୍ଲାଟୁନ୍ ଫୋର୍ସ ।
ଅଧିକ ପଢ଼ନ୍ତୁ: ବାରବାଟୀ ଟି-୨୦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ମୁତୟନ ରହିବେ ମୋଟ ୫୦ ପ୍ଲାଟୁନ୍ ପୁଲିସ
ଅନ୍ୟପଟେ ଅଫଲାଇନ୍ ଟିକେଟ୍ ବିକ୍ରି ପୂର୍ବରୁ ସୋସିଆଲ୍ ମିଡିଆରେ ଦଲାଲ୍ ସକ୍ରିୟ ହୋଇଥିବା ନଜରକୁ ଆସିଛି । ଯାହାର ଏକ ଅଡିଓ ମଧ୍ୟ ଭାଇରାଲ୍ ହେଉଛି । ଗ୍ୟାଲେରୀ ନମ୍ବର ୧ ଏବଂ ୩ର ଦର ୧୧ ଶହ ଟଙ୍କା ଥିବା ବେଳେ ଦଲାଲ ୬ ହଜାର ଟଙ୍କା ଦାବି କରୁଛନ୍ତି । ସ୍ପେସାଲ୍ ଏନକ୍ଲୋଜର ଟିକେଟ୍ ଦର ୬ ହଜାର ଟଙ୍କା ଥିବା ବେଳେ ୧୦ ହଜାର ଟଙ୍କା ଦାବି କରୁଛନ୍ତି ଦଲାଲ। ଏ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।
ଅଧିକ ପଢ଼ନ୍ତୁ: କାମରେ ଆସୁନି ଅତ୍ୟାଧୁନିକ ବାରବାଟୀ ଫୁଡକୋର୍ଟ, ଖର୍ଚ୍ଚ ହେଲା କୋଟି କୋଟି, ଏବେ କିନ୍ତୁ ଝୁଲୁଛି ତାଲା
ଏପଟେ କ୍ରିକେଟ୍ ବିଷୟରେ ଜାଣିନଥିବା କିଛି ମହିଳା ବି ଆଜି ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା। ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ନଥିବାରୁ ସେମାନେ ମଧ୍ୟ ହଟହଟା ହୋଇଥିଲେ। ଏ ଘଟଣା ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାକୁ ଆସିବା ପରେ ଓସିଏ ସହ ଆଲୋଚନା କରାଯାଇ ଦିବ୍ୟାଙ୍ଗଙ୍କ ପାଇଁ ଏକ ଅସ୍ଥାୟୀ କାଉଣ୍ଟର ଖୋଲାଯାଇଥିଲା।
Follow Us