କନକ ବ୍ୟୁରୋ : ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକ ଟି-୨୦ ମ୍ୟାଚ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ପାଇଁ କଟକ କମିସନରେଟ୍ ପୁଲିସ ଏଥର ବଡ଼ ପ୍ରସ୍ତୁତି କରିଛି । ଏହାରି ଭିତରେ ଆଜି ଓ ଆସନ୍ତାକାଲି ଦୁଇଦିନ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍ ବିକ୍ରି କରାଯିବ । ୧୧ ହଜାର ଟିକେଟ୍ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ । ଏଥିପାଇଁ କମିସନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ମୋଟ ୪୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଫ୍ଟରେ ୨୮ ପ୍ଲାଟୁନ୍ ଫୋର୍ସ ରହିବେ । ୬ ଜଣ ଏଡିସିପି, ୧୫ ଏସିପି, ଇନ୍ସ୍ପେକ୍ଟର ୪୦ ଜଣ, ଏସ୍ଆଇ ଓ ଏଏସ୍ଆଇ ୧୫୦ ଜଣ ନିୟୋଜିତ ହେବେ ।
ସେହିଭଳି ସ୍ପେଶାଲ ଏନ୍କ୍ଲୋଜର, ଏସି ବକ୍ସ, କର୍ପୋରେଟ୍ ବକ୍ସ ଇତ୍ୟାଦି ପାଇଁ ହର୍ସଗେଟ୍ ନିକଟରେ ଟିକେଟ ବିକ୍ରି ହେବ । ଏଠି ଗୋଟିଏ ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ କାଉଣ୍ଟର୍ ରହିବ । କାଉଣ୍ଟର୍ ଗୁଡ଼ିକରେ ଅଧିକ ବ୍ୟାରିକେଡ୍ ସହିତ ଯେଭଳି ଟିକଟ କଳାବଜାର ନହୁଏ ସେଥିପାଇଁ ପ୍ରାୟ ୫୦ ସିସି କ୍ୟାମେରା ଲାଗିବ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ । ପୁଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାରହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିବା ନେଇ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ--ଭାଇମାନଙ୍କ ଗୁଳିରେ ଚାଲିଗଲା ପ୍ରେମିକଙ୍କ ଜୀବନ, ଶବକୁ ବାହାହେଲେ ପ୍ରେମିକା
ଆସନ୍ତା ୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ । ୮ ତାରିଖ ଅପରାହ୍ଣରେ ବାରବାଟୀରେ ଅଭ୍ୟାସ କରିବେ । ତେଣୁ ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବାଠାରୁ ହୋଟେଲ୍ରେ ରହିବା, ହୋଟେଲ୍ରୁ ବାରବାଟୀ ଯିବା ଓ ଫେରିବା ସମୟରେ ସୁରକ୍ଷା ବ୍ୟବସ୍ଥା ସହ ଏହି ଟି-୨୦ ମ୍ୟାଚ୍କୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି । ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ପୁଲିସ ପ୍ରସ୍ତୁତି ବୈଠକ ହୋଇଛି । ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/03/barabati-2025-12-03-14-08-23.jpg)