କନକ ବ୍ୟୁରୋ: ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ପାଇଁ କଟକ କମିସନରେଟ୍ ପୁଲିସ ଏଥର ବଡ଼ ପ୍ରସ୍ତୁତି କରିଛି । ଏହାରି ଭିତରେ ଆଜି ଓ ଆସନ୍ତାକାଲି ଦୁଇଦିନ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍ ବିକ୍ରି କରାଯିବ । ୧୧ ହଜାର ଟିକେଟ୍ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ । ଏଥିପାଇଁ କମିସନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ।
ମୋଟ ୪୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଫ୍ଟରେ ୨୮ ପ୍ଲାଟୁନ୍ ଫୋର୍ସ ରହିବେ । ୬ ଜଣ ଏଡିସିପି, ୧୫ ଏସିପି, ଇନ୍ସ୍ପେକ୍ଟର ୪୦ ଜଣ, ଏସ୍ଆଇ ଓ ଏଏସ୍ଆଇ ୧୫୦ ଜଣ ନିୟୋଜିତ ହେବେ । ସେହିଭଳି ସ୍ପେସାଲ ଏନ୍କ୍ଲୋଜର, ଏସି ବକ୍ସ, କର୍ପୋରେଟ୍ ବକ୍ସ ଇତ୍ୟାଦି ପାଇଁ ହର୍ସଗେଟ୍ ନିକଟରେ ଟିକଟ ବିକ୍ରି ହେବ । ଏଠି ଗୋଟିଏ ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ କାଉଣ୍ଟର୍ ରହିବ। କାଉଣ୍ଟର୍ ଗୁଡ଼ିକରେ ଅଧିକ ବ୍ୟାରିକେଡ୍ ସହିତ ଯେଭଳି ଟିକଟ କଳାବଜାର ନହୁଏ ସେଥିପାଇଁ ପ୍ରାୟ ୫୦ ସିସି କ୍ୟାମେରା ଲାଗିବ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ। ପୁଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ। ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାରହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିବା ନେଇ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ସେପଟେ ବାରବାଟୀ ମ୍ୟାଚ୍ ପାଇଁ କଡ଼ାକଡ଼ା ହେବ ସୁରକ୍ଷା ବ୍ୟବସ୍ଥା । ଆସନ୍ତା ୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ। ୮ ତାରିଖ ଅପରାହ୍ଣରେ ବାରବାଟୀରେ ଅଭ୍ୟାସ କରିବେ। ତେଣୁ ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବାଠାରୁ ହୋଟେଲ୍ରେ ରହିବା, ହୋଟେଲ୍ରୁ ବାରବାଟୀ ଯିବା ଓ ଫେରିବା ସମୟରେ ସୁରକ୍ଷା ବ୍ୟବସ୍ଥା ସହଏହି ଟି-୨୦ ମ୍ୟାଚ୍କୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି । ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ପୁଲିସ ପ୍ରସ୍ତୁତି ବୈଠକ ହୋଇଛି । ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ।
ବାରବାଟୀ ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି
ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା
ଟି-୨୦ ମ୍ୟାଚ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
୭ରେ ଆସିବେ ଖେଳାଳି, ୮ରେ ଅଭ୍ୟାସ
୯ ତାରିଖରେ ହେବ ମହା ମୁକାବିଲା
ଟୁଇନ୍ ସିଟିରେ ସୁରକ୍ଷା କଡ଼ାକଡ଼ି
ଟ୍ରାଫିକ୍ ନିୟନ୍ତ୍ରଣକୁ ଅଧିକ ଫୋକସ୍
ମୁତୟନ ହେବେ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ
ଭୁବନେଶ୍ବର ଜଗିବେ ୧୦ ପ୍ଲାଟୁନ୍
କଟକରେ ୪୦ରୁ ଅଧିକ ପ୍ଲାଟୁନ୍ ମୁତୟନ
ଏୟାରପୋର୍ଟ, ହୋଟେଲ୍, ବାରବାଟୀ ଓ ଟ୍ରାଫିକ୍ ଜଗିବେ
ଷ୍ଟାଡିୟମ୍ ଭିତରେ ବାହାରେ କଡ଼ା ସୁରକ୍ଷା
ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇନି। କିନ୍ତୁ ତା’ର ପୂର୍ବରୁ ଆରମ୍ଭ ହୋଇଗଲାଣି ଟିକେଟ୍ କଳାବଜାରୀ । ସୋସିଆଲ ମିଡିଆରେ ମାଳମାଳ ଫେକ୍ ଆକାଉଣ୍ଟ କରି ଟିକେଟ୍ ବିକ୍ରି ପାଇଁ ଚାଲିଛି ଡିଲ୍। ଓସିଏ ସଦସ୍ୟଙ୍କ ନାଁ ନେଇ ହେଉଛି ମୂଲଚାଲ। ରାହୁଲ ବାଜୋରିଆ ନାମକ ଜଣେ ସର୍ଭିସ ଫ୍ରୋଭାଇଡରଙ୍କ ନାଁରେ କରାଯାଇଛି ଫେକ୍ ଆକାଉଣ୍ଟ। ଆଉ ଗ୍ରାହକଙ୍କୁ ଟିକେଟ୍ ପାଇଁ ମେସେଜ କରୁଛନ୍ତି। କେଉଁ ଗ୍ୟାଲେରୀର ଟିକେଟ୍ କେତେ ଟଙ୍କା ମିଳିବ, ସେ ନେଇ ଡିଲ୍ ହୋଇଛି। ଗୋଟିଏ ଗୋଟିଏ ଟିକେଟ୍ ପାଇଁ ୫ରୁ ୧୦ ଗୁଣା ଦାବି କରୁଛନ୍ତି ଦଲାଲ। ଗତ ୧ ତାରିଖରେ ଅନଲାଇନରେ ହୋଇଥିଲା ଟିକେଟ୍ ବିକ୍ରି। ହେଲେ ଆପ୍ ଖୋଲିବାର କିଛି ସମୟ ଭିତରେ ସରିଯାଇଥିଲା ସବୁ ଟିକେଟ୍। ମାତ୍ର ୨ ହଜାର ଟିକେଟ୍ ବିକ୍ରି ହେଉଥିବାରୁ ନିରାଶ ହୋଇଥିଲେ ଅନେକ ଫ୍ୟାନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/03/barabati-t-20-2025-12-03-10-26-32.jpg)