କନକ ବ୍ୟୁରୋ : ବହୁ ଅପେକ୍ଷା ପରେ ଆଜି ବରଗଡ଼ ଓ ସମ୍ବଲପୁରରେ ଖୋଲିଛି ମଣ୍ଡି । ହେଲେ ବରଗଡ଼ ଜିଲ୍ଳାରେ ଏଯାଏଁ ଚାଷୀଙ୍କୁ ମିଳିନି ଟୋକନ । ସେପଟେ ସମ୍ବଲପୁରରେ ମିଲରଙ୍କ ସହ ଚୁକ୍ତି ହୋଇନାହିଁ । ଏଭଳି ସ୍ଥିତିରେ ଧାନ ବିକିବାକୁ ନେଇ ଚାଷୀ ଦ୍ବନ୍ଦ୍ବରେ ପଡିଛନ୍ତି । ଏପଟେ ବିଧାନସଭାରେ ମଣ୍ଡି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ।
ଅଧିକ ପଢ଼ନ୍ତୁ : ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଆଜି ଖୋଲିବ ଧାନ ମଣ୍ଡି : ହେଲେ ଚାଷୀଙ୍କୁ ମିଳିନି ଏ ଯାଏଁ ଟୋକନ୍
ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଆନୁଷ୍ଠାନିକ ଭାବେ ଖୋଲିଛି ମଣ୍ଡି । ସମ୍ବଲପୁରରେ ବି ଆଜିଠୁ ମଣ୍ଡି ଖୋଲିଛି । ମଣ୍ଡି ଖୋଲିବା ପରେ ଚାଷୀ ଉତ୍ସାହିତ । ବିକିବା ପାଇଁ ଟ୍ରାକ୍ଟରରେ ଧାନ ଲଦି ମାର୍କେଟ ୟାର୍ଡକୁ ଆଣିଛନ୍ତି । କିନ୍ତୁ ଉଭୟ ଜିଲ୍ଲାରେ ବହୁ ଚାଷୀଙ୍କୁ ଏବେ ବି ଟୋକନ ମିଳିନି । ସେହିପରି ଚାଷୀଙ୍କ ଚୁକ୍ତି ହୋଇନଥିବାରୁ, ଧାନ କିଏ କିଣିବ? ସେ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ ।
ଅଧିକ ପଢ଼ନ୍ତୁ : ବିଧାନସଭାରେ ଉଠିଲା ମଣ୍ଡି ପ୍ରସଙ୍ଗ ; ବିଜେଡି କହିଲା ଧାନ ନଉଠାଇଲେ ସ୍ଥିତି ଭୟଙ୍କର ହେବ
ବିଧାନସଭାରେ ଉଠିଛି ଏହି ପ୍ରସଙ୍ଗ। ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ। ଗୃହରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ବିଜେଡି । କଂଗ୍ରେସ ବି ସମାଲୋଚନା କରିଛି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ଧାନ କିଣା ଆରମ୍ଭ ହୋଇଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : ଏସ୍ଏଚ୍ଜି ନାଁରେ ଚଳିବନି ଦଲାଲ ରାଜ୍; ମହିଳା ଏସ୍ଏଚ୍ଜିଙ୍କୁ ନ ମିଳୁ ମଣ୍ଡି ଦାୟିତ୍ୱ
ରାଜ୍ୟର ପାଖାପାଖି ୨୦ଲକ୍ଷ ଚାଷୀ ପଞ୍ଜୀକରଣ କରି ଧାନ ବିକିବାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଏବେ ବି ୨୮ ଜିଲ୍ଲାରେ ମଣ୍ଡି ଖୋଲି ନଥିବାରୁ ଚିନ୍ତାରେ ପଡିଛନ୍ତି ।
Follow Us