କନକ ବ୍ୟୁରୋ : ବିଧାନସଭାରେ ଉଠିଲା ମଣ୍ଡି ପ୍ରସଙ୍ଗ । ଧାନ ନଉଠାଇଲେ ଆଗକୁ ସ୍ଥିତି ଭୟଙ୍କର କରିବାକୁ ଚେତାବନୀ ଦେଇଛି ବିଜେଡି । ଧାନ ନ ଉଠେଇଲେ ରାଜ୍ୟରେ ନିଆଁ ଲାଗିବ । ଏବଂ ଚାଷୀଙ୍କ ସହ ଖେଳନ୍ତୁ ନାହିଁ ସରକାର ବୋଲି କହିଛି ବିଜେଡି । ଏହାସହ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗୁଛନ୍ତି ସରକାର । ଗୋଦାମରେ ଜାଗା ନାହିଁ କହୁଛନ୍ତି, ସରକାର ଶୀଘ୍ର ଷ୍ଟକ ଭେରିଫିକେସନ କରନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ପ୍ରଥମରୁ ମଣ୍ଡି ଖୋଲିବା ପାଖାପାଖି ମାସେ ବିଳମ୍ବିତ ହୋଇସାରିଛି । ଏବେ ଚାଷୀଙ୍କୁ ଧାନ ବିକିବାକୁ ଟୋକନ ମିଳିନି ।  ମିଲର୍ସଙ୍କ ସହ ଚୁକ୍ତି କରିବାକୁ ସରକାର ବି ଯେପରି ଭୁଲିଯାଇଛନ୍ତି । 

Advertisment

ଏହାର ଜବାବ ରଖିଛି ବିଜେପି । ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ଚାଷୀଙ୍କ ଠି ନିଆଁ ଲାଗିନି, ନିଆଁ ଆଉ କୋଉଠି ଲାଗିଛି । ସରକାର ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ୨୦ ଲକ୍ଷ୍ୟ ଚାଷୀ ଏପ୍ରଯ୍ୟନ୍ତ ପଞ୍ଜୀକରଣ କରିସାରିଲେଣି । ଜିଲ୍ଲା ସ୍ତରରେ ଭିନ୍ନ  ଭିନ୍ନ ତାରିଖରେ ଧାନ ଉଠାଯିବ। ତାର ସାତ ଦିନ ପୂର୍ବରୁ ଟୋକେନ୍ ଦିଆଯିବ । ଗତବର୍ଷ ମଧ୍ୟ ସବୁ ଚାଷୀଙ୍କର ଧାନ ଉଠିଥିଲା । ଉପଯୁକ୍ତ ସମୟରେ ଆମ ସରକାର ଚାଷୀଙ୍କ ଧାନ ଉଠେଇବୁ ।  

ଅଧିକ ପଢ଼ନ୍ତୁ--ବିଧାନସଭା ଶୀତ ଅଧିବେଶନ : ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ

ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ । ଆଜି  ସୁରୁଖୁରୁରେ ଚାଲିଥିଲା ପ୍ରଶ୍ନକାଳ । ରାଜ୍ୟରେ ଡ୍ରପ୍ ଆଉଟ୍ ହୋଇଥିବା ୧ ଲକ୍ଷ ୮୩ ହଜାର ୨୧୬ ଜଣଙ୍କ ମଧ୍ୟରୁ ୬୦ ହଜାର ୭୨୯ ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଫେରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି । ସେହିପରି ପୁରୁଣା ସ୍କୁଲ ଗୁଡିକର ମରାମତି ହେବ ବୋଲି ମନ୍ତ୍ରୀ କହିଛନ୍ତି । ବିଧାୟକଙ୍କୁ ଭଙ୍ଗା ସ୍କୁଲର ତାଲିକା ମାଗିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବିଧାୟକ ଅଶୋକ ଦାଶଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ଗୃହରେ ଏହି ଉତ୍ତର ରଖିଛନ୍ତି । ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ଅପରାହ୍ନ ୪ଟାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ କରାଯିବ। କଂଗ୍ରେସ ତରଫରୁ ମୁଲତବୀ ପ୍ରସ୍ତାବ ଅଣାଯାଇଛି ।