କନକବ୍ୟୁରୋ : ଆଜି ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଖୋଲିବ ଧାନ ମଣ୍ଡି । ହେଲେ, ଏଯାଏଁ ବରଗଡ଼ ଜିଲ୍ଲାର ଚାଷୀଙ୍କୁ ମିଳିନି ଟୋକନ । ତେଣୁ ଧାନ କେମିତି ବିକିବେ, ତାକୁ ନେଇ ଚାଷୀ ଦ୍ବନ୍ଦ୍ବରେ  ।  ବରଗଡ଼ରେ ଏପର୍ଯ୍ୟନ୍ତ କାହିଁକି ଟୋକନ ମିଳିନାହିଁ ବୋଲି ଗତକାଲି ଜିଲ୍ଲାପାଳଙ୍କ ଅଫିସ ଯାଇ ପ୍ରଶ୍ନ କରିଥିଲେ ଚାଷୀ ।  ସେପଟେ ସମ୍ବଲପୁରରେ ଗତ ରାତିରେ ଚାଷୀଙ୍କୁ ଟୋକନ୍ ମିଳିଛି ।

Advertisment

 ସମ୍ବଲପୁରରେ ୬୫ ହଜାର ୧୪୨ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି ।  କିନ୍ତୁ ୪୯ ହଜାର ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ଟୋକନ୍ ମିଳିଛି ।  ବାକି ୧୬ ହଜାର ଚାଷୀଙ୍କୁ ଟୋକନ୍ ମିଳିନାହିଁ ।  ଅଧିକ ଦିନ ଧାନ ପଡ଼ିରହିଲେ ଶୀତୁଆ ପାଗରେ ଧାନ ନଷ୍ଟ ହେବାର ଆଶଙ୍କା ରହିଛି ।  ଯାହାର ଫାଇଦା ଦଲାଲ ଉଠାଉଛନ୍ତି। ସମ୍ବଲପୁରରେ ୬୫ ହଜାର ୧୪୨ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୧୩୪ଟି ମଣ୍ଡିରେ ଧାନ କିଣାଯିବ। ସେହିପରି ବରଗଡ଼ ଜିଲ୍ଲାରେ ୧ ଲକ୍ଷ ୬୩ ହଜାର ୭୨୭  ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । 

ଅଧିକ ପଢନ୍ତୁ... ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ : ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ୍‌

ଚାଷୀଙ୍କୁ ଟୋକନ୍ କେବେ?
ବରଗଡ଼ ଜିଲ୍ଲାରେ ଚାଷୀଙ୍କୁ ମିଳିନି ଟୋକନ୍
ଆଜି ଖୋଲିବ ଧାନ ମଣ୍ଡି
କାଲି ଜିଲ୍ଲାପାଳଙ୍କ ଅଫିସ ଯାଇ ପ୍ରଶ୍ନ କରିଥିଲେ ଚାଷୀ
ସମ୍ବଲପୁରରେ ଗତ ରାତିରେ ଚାଷୀଙ୍କୁ ମିଳିଛି ଟୋକନ୍
୪୯ ହଜାର ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ଟୋକନ୍ ମିଳିଛି
୬୫ ହଜାର ୧୪୨ ଚାଷୀ ପଞ୍ଜୀକରଣ କରିଛନ୍ତି
ବାକି ୧୬ ହଜାର ଚାଷୀଙ୍କୁ ଟୋକନ୍ ମିଳିନାହିଁ
ଧାନ ପଡ଼ିରହିଲେ ଶୀତୁଆ ପାଗରେ ଧାନ ନଷ୍ଟ ହେବା ଆଶଙ୍କା


---