କନକ ବ୍ୟୁରୋ: ନେତାଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ କି ଓଡ଼ିଶା । କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । କାରଣ ବିଜେଡି ସରକାର ଥିବା ବେଳେ କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କୁ ବିଚ୍‌ ରାସ୍ତାରେ ହତ୍ୟା କରାଯାଇଥିଲା । କାହିଁକି ନବ ଦାସଙ୍କୁ ହତ୍ୟା କରାଗଲା ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟତା ଆସିନଥିବା ବେଳେ ସଜସଜ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ସମାନ ଢଙ୍ଗରେ ବିଚ୍‌ ରାସ୍ତାରେ ଫାୟାରିଂ କରି ହତ୍ୟା କରାଗଲା । ଆଉ ଏବେ ଭବାନୀପାଟଣାରେ କଂଗ୍ରେସ ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ ମିଳିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ବିଧାୟକଙ୍କୁ ହତ୍ୟା ଧମକ ମିଳିବା ପରେ ସରକାର ଓ ପୁଲିସ୍‌ ବିଭାଗ ଉପରେ ଜୋରଦାର ବର୍ଷିଛି ରାଜ୍ୟ କଂଗ୍ରେସ । 

Advertisment

ଆହୁରି ପଢ଼ନ୍ତୁ : ବରିଷ୍ଠ ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲା: ରିମାଣ୍ଡ ପରେ ଜେଲକୁ ଫେରିଲେ ୪ ଅଭିଯୁକ୍ତ

ପୁଣି ନେତାଙ୍କୁ ହତ୍ୟା ଧମକ
ପ୍ରଥମେ ବିଜେଡି….ପରେ ବିଜେପି ଏବେ କଂଗ୍ରେସ
କାହିଁକି ନେତା ହେଉଛନ୍ତି ଟାର୍ଗେଟ୍‌

ହତ୍ୟା ଧମକ ମିଳିଲା
ସୋସିଆଲ ମିଡିଆରେ ପୋଷ୍ଟ କଲେ ବିଧାୟକ
କହିଲେ, ରାଜ୍ୟରେ ସୁରକ୍ଷିତ ନୁହନ୍ତି ଜନପ୍ରତିନିଧି 

ଭବାନୀପାଟଣାର କଂଗ୍ରେସ ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ ମିଳିବା ପରେ ସୋସିଆଲ ମିଡିଆରେ ଜନପ୍ରତିନିଧି କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି । ଖାଲି ଏତିକି ନୁହେଁ ବରଂ ଭବାନୀପାଟଣା କଂଗ୍ରେସ ଜୋନ୍ ସଭାପତିଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ଧମକ ଦେଇଛନ୍ତି । ବିଧାୟକ ସାଗର ଦାସଙ୍କ ସମ୍ପର୍କରେ ସୂଚନା ଦେଲେ ହତ୍ୟା କରିବାକୁ ଧମକ ଦେଇଛନ୍ତି । ହେଲେ କେଉଁମାନେ ହତ୍ୟା ଧମକ ଦେଇଛନ୍ତି ଓ କାହିଁକି ଦେଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । 

ଆହୁରି ପଢ଼ନ୍ତୁ : ବରିଷ୍ଠ ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲା: ରିମାଣ୍ଡ ପରେ ଜେଲକୁ ଫେରିଲେ ୪ ଅଭିଯୁକ୍ତ

ନେତାଙ୍କୁ ଟାର୍ଗେଟ୍‌ କରିବା ପଛର କାରଣ କଣ
ରାଜ୍ୟରେ ୨ ନେତାଙ୍କୁ ହତ୍ୟା ପରେ ବି ଚେତୁନି କି ସରକାର
କେବେ ଧରାପଡ଼ିବେ ହତ୍ୟା ଧମକ ଦେଇଥିବା ଦୁର୍ବୃତ୍ତ

ପ୍ରଥମେ ମନ୍ତ୍ରୀ ନବଦାସ ଓ ପରେ ପୀତବାସ ପଣ୍ଡାଙ୍କୁ ହତ୍ୟା ହେବା ପରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ତମ୍ବିତୋଫାନ କରିଥିଲେ । ଆଉ ଏବେ ପୁଣି ଥରେ ଜଣେ ଜନପ୍ରତିନିଧିଙ୍କୁ ହତ୍ୟା ଧମକ ମିଳିବା ପରେ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍‌ କରିଛି କଂଗ୍ରେସ । ତେବେ ଏହି ଘଟଣାରେ ରାଜ୍ୟ ସରକାର କିମ୍ବା କଳାହାଣ୍ଡି ପୁଲିସ୍‌ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

(ଭୁବନେଶ୍ବରରୁ ଅତୁଲ୍ୟ ବାଉତଙ୍କ ରିପୋର୍ଟ)