କନକ ବ୍ୟୁରୋ : ସାରାଦେଶରେ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେଇଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ । କିନ୍ତୁ ଏବେ ଏହି ପ୍ଲାଣ୍ଟର ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗକୁ ଘରୋଇ ଠିକା ସଂସ୍ଥା ହାତକୁ ଟେକି ଦେବାକୁ ମସୁଧା ହୋଇଛି ।  ସୂଚନା ଅନୁସାରେ, ଟାଉନ୍ ଇଞ୍ଜିନିୟରିଂ ବିଭାଗର ସିଭିଲ୍‌, ଇଲେକ୍ଟ୍ରିକାଲ୍‌, ଜଳ ଯୋଗାଣ, ଉଦ୍ୟାନ କୃଷି ଓ ଜନ ସ୍ବାସ୍ଥ୍ୟ ବ୍ୟବସ୍ଥାର ପରିଚାଳନା କରିବ ଠିକା ସଂସ୍ଥା  କ୍ଷ  ଏଥିପାଇଁ ନିକଟରେ  ଏକ ନିର୍ଦ୍ଦିଷ୍ଟ ସଂସ୍ଥା ସର୍ଭେ କରି ସାରିଥିବା ଜଣାପଡ଼ିଛି  କ୍ଷ ଖୁବଶୀଘ୍ର ଏଥିପାଇଁ ଟେଣ୍ଡର ଡକାଯିବ । ଯାହାକୁ ନେଇ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Advertisment

ବର୍ଷେ ଗଲାନି ୧୩ କୋଟିର ରାସ୍ତା; ଅବସ୍ଥା କହୁଛି ନିର୍ମାଣରେ ଦୁର୍ନୀତିର କଥା

 ଏପଟେ ଖୁବଶୀଘ୍ର ସମ୍ପ୍ରସାରଣ ହେବାକୁ ଯାଉଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ । ଉତ୍ପାଦନ କ୍ଷମତା ଦୁଇଗୁଣ କରିବାକୁ ଅଣ୍ଟା ଭିଡିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ପୂର୍ବରୁ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଘରୋଇ ଠିକା ସଂସ୍ଥା ହାତରେ ଟେକି ଦେଇଛି ଆରଏସପି। କ୍ୟାମେରା ଆଗକୁ ଆସିନଥିଲେ ବି ଏକଥାକୁ ସ୍ବୀକାର କରିଛନ୍ତି ଆରଏସପିର ବରିଷ୍ଠ ଅଧିକାରୀ । ଅନ୍ୟପଟେ ଆର ଏସ ପି କର୍ତ୍ତୃପକ୍ଷ ଏ ନିଷ୍ପତ୍ତିକୁ ପ୍ରତ୍ୟାହାର ନ କଲେ ଆଗକୁ ବ୍ୟାପକ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ ।

ପୂର୍ବ ସ୍ଥିତି ଫେରିପାଇବ ତ ପୁରୁଣା ପୋଖରୀ ? ଫଳକ ପରେ ଫଳକରେ ସୀମିତ ପୁନରୁଦ୍ଧାର !

ଏଠି ପ୍ରଶ୍ନ ଉଠୁଛି,  ଏତେ ବଡ଼ ରାଷ୍ଟ୍ରାୟତ୍ତ କାରଖାନାର ବିଭିନ୍ନ ବିଭାଗକୁ କାହା ସ୍ବାର୍ଥରେ ଘରୋଇ ଠିକା ସଂସ୍ଥା ହାତରେ ଟେକି ଦେଉଛି ଆରଏସପି? ଘରୋଇ ଠିକା ସଂସ୍ଥା ଉପରେ କାହିଁକି ଏତେ ଅନୁକମ୍ପା?