LIVE UPDATES ; ମହାରାଷ୍ଟ୍ର, ଝାଡ଼ଖଣ୍ଡରେ କାହାର ସରକାର? କେଉଁ ରାଜ୍ୟରେ କିଏ ଧରିବ ଶାସନର ଡୋରି? ଆଜି ଆସୁଛି ଫଳାଫଳ

Advertisment

ଆସିଲା ମହାରାଷ୍ଟ୍ର, ଝାଡ଼ଖଣ୍ଡର ନିର୍ବାଚନ ଫଳାଫଳ । ଧୀରେ ଧୀରେ ସ୍ପଷ୍ଟ ହେଲା କିଏ ଗଢ଼ିବ ସରକାର । ଏଥର ମହାରାଷ୍ଟ୍ରରେ ପୁଣିଥରେ ମହାୟୁତି ସରକାର ଚାଲିବ । ଅନ୍ୟପଟେ ଝାଡ଼ଖଣ୍ଡରେ ଜେଏମଏମ୍ ପଲ୍ଲା ଭାରି ରହିଛି । 

Updated On

ଆସିଲା ମହାରାଷ୍ଟ୍ର, ଝାଡ଼ଖଣ୍ଡର ନିର୍ବାଚନ ଫଳାଫଳ । ଧୀରେ ଧୀରେ ସ୍ପଷ୍ଟ ହେଲା କିଏ ଗଢ଼ିବ ସରକାର । ଏଥର ମହାରାଷ୍ଟ୍ରରେ ପୁଣିଥରେ ମହାୟୁତି ସରକାର ଚାଲିବ । ଅନ୍ୟପଟେ ଝାଡ଼ଖଣ୍ଡରେ ଜେଏମଏମ୍ ପଲ୍ଲା ଭାରି ରହିଛି । 

ଅଦ୍ୟତନ ହୋଇଛି
live updates

କନକ ବ୍ୟୁରୋ: ଆସୁଛି ମହାରାଷ୍ଟ୍ର, ଝାଡ଼ଖଣ୍ଡର ନିର୍ବାଚନ ଫଳାଫଳ । ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ଫଳାଫଳ । ତେବେ ଏଥର ମହାରାଷ୍ଟ୍ରରେ ପୁଣିଥରେ ମହାୟୁତି ସରକାର ଚାଲିବ, ନା ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଫେରିବ, ତାହା ଆଜି ହିଁ ନିଶ୍ଚିତ ହେଇଯିବ । ଅନ୍ୟପଟେ ଝାଡ଼ଖଣ୍ଡରେ ଜେଏମଏମ୍ ପଲ୍ଲା ଭାରି ରହିବ, ନା ବିଜେପି ସତ୍ତା ଦଖଲ କରିବ ସେ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହେବ । 

  • Nov 23, 2024 07:44 IST

    ମହାରାଷ୍ଟ୍ର, ଝାଡଖଣ୍ଡ: କିଏ ଜିତିଲେ କେତେ ଆସନ?

    ଜନାଦେଶ  BJP+ CONG+ OTH
    ମହାରାଷ୍ଟ୍ର (288/288) 234 48 7
    ଝାଡ଼ଖଣ୍ଡ (81/81 ) 24 56 01

  • Nov 23, 2024 16:38 IST

    ପ୍ରଥମ ଲଢେଇରେ ପ୍ରିୟଙ୍କା ଗାନ୍ଧୀଙ୍କ ବିପୁଳ ବିଜୟ । ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ।

    କନକ ବ୍ୟୁରୋ: ୱାୟନାଡ ଲୋକସଭା ଆସନରୁ ଉପନିର୍ବାଚନରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ବିଜୟ ହାସଲ କରିଛନ୍ତି । ଏଥର ଗାନ୍ଧୀ ପରିବାରରୁ ନବମ ସଦସ୍ୟ ଭାବେ ସେ ସଂସଦକୁ ଯିବେ । ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ ।  05÷

  • Nov 23, 2024 14:45 IST

    ଗତଥର ଭଳି ଶିଶୁପାଳ ହେବନି ତ ବିଜେପି?

    who will be cm

  • Nov 23, 2024 14:42 IST

    ଆଦିତ୍ୟ ଠାକରେ ବିଜୟୀ

    • ଆଦିତ୍ୟ ଠାକରେ ବିଜୟୀ
    • ଓ୍ୱାର୍ଲି ଆସନରୁ ବିଜୟୀ ହେଲେ ଆଦିତ୍ୟ ଠାକରେ
    • ୮ ହଜାର ୧୦୦ ଭୋଟରେ ବିଜୟୀ
    • ମିଲିନ୍ଦ ଦେଓରାଙ୍କୁ ହରାଇଲେ ଆଦିତ୍ୟ ଠାକରେ 

  • Nov 23, 2024 12:32 IST

    କେଉଁ କାରଣ ମହାୟୁତିକୁ କଲା ମହାବଳୀ

    mahabali mahayuti

  • Nov 23, 2024 12:32 IST

    ଆସୁଛି ଫଳାଫଳ; ପ୍ରଭାତୀ କହିଲେ....

  • Nov 23, 2024 12:31 IST

    ମହାରାଷ୍ଟ୍ରରେ ମହାୟୁତିକୁ ବହୁମତ!

  • Nov 23, 2024 11:20 IST

    ପ୍ରିୟଙ୍କା ଗାନ୍ଧୀ ଲକ୍ଷେରୁ ଅଧିକ ଭୋଟରେ ଆଗୁଆ

    PRIYANKA GANDHI

  • Nov 23, 2024 10:21 IST

    ମହାରାଷ୍ଟ୍ର; ଟ୍ରେଣ୍ଡରେ ମହାୟୁତି ମେଣ୍ଟକୁ ବହୁମତ

    mahayuti

  • Nov 23, 2024 09:41 IST

    ଝାଡ଼ଖଣ୍ଡରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ କଡ଼ା ଟକ୍କର

  • Nov 23, 2024 09:38 IST

    ଝାଡ଼ଖଣ୍ଡରେ ବଦଳିଲା ଟ୍ରେଣ୍ଡ୍

  • Nov 23, 2024 09:17 IST

    ମହାରାଷ୍ଟ୍ରରେ ପ୍ରତି ମୁହୂର୍ତ୍ତରେ ବଦଳୁଛି ଟ୍ରେଣ୍ଡ

  • Nov 23, 2024 08:50 IST

    ଆରମ୍ଭ ହେଲାଣି ଭୋଟ୍ ଗଣତି, ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ

  • Nov 23, 2024 08:18 IST

    ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ

    ଖୋଲିଲା ପୋଷ୍ଟାଲ ବାଲାଟ । ଝାଡଖଣ୍ଡରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ ,ଦୁଇଟିରେ ଏନଡିଏ ଓ ଗୋଟିଏରେ ଇଣ୍ଡିମେଣ୍ଟ ଆଗରେ  

  • Nov 23, 2024 07:29 IST

    ଓ୍ୱାୟନାଡରେ ପ୍ରିୟଙ୍କା ମାରିପାରିବେ ତ ବାଜି?

    ଉପ-ନିର୍ବାଚନ

    ସେପଟେ ବିହାର ସହିତ ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ପଞ୍ଜାବ, ଉତ୍ତରାଖଣ୍ଡର କିଛି ବିଧାନସଭା ସିଟରେ ହେଇଥିବା ଉପ-ନିର୍ବାଚନ ଫଳାଫଳ ମଧ୍ୟ ଆସିବ । ତା ସହିତ ଓ୍ୱାୟନାଡ ଆସନରେ ହେଇଥିବା ଉପ-ନିର୍ବାଚନର ରେଜଲ୍ଟ ମଧ୍ୟ ଆଜି ଆସିବାକୁ ଯାଉଛି । ଯେଉଁଠି ଭୋଟର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । 

  • Nov 23, 2024 07:28 IST

    ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ପଡିଥିଲା ଭୋଟ୍

    ଝାଡ଼ଖଣ୍ଡ

    ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ମୋଟ ୨ଟି ପର୍ୟ୍ୟାୟରେ ଭୋଟ୍ ପଡିଥିଲା । ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ପଡିଥିବାବେଳେ, ନଭେମ୍ବର ୨୦ରେ ପଡିଥିଲା ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ । ଏଠାରେ ବିଜେପି ଏବଂ ଏଜେଏସୟୁ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ, ଜେଏମଏମ୍ ଏବଂ କଂଗ୍ରେସ ମିଶି ନିର୍ବାଚନ ଲଢୁଛନ୍ତି । 

  • Nov 23, 2024 07:28 IST

    ମହାରାଷ୍ଟ୍ର: ୨୮୮ ଆସନରେ ପଡିଥିଲା ଭୋଟ୍

    ମହାରାଷ୍ଟ୍ର 

    ମହାରାଷ୍ଟ୍ରର ସମସ୍ତ ୨୮୮ଟି ଯାକ ଆସନରେ ନଭେମ୍ବର ୨୦ରେ ଭୋଟ୍ ପଡିଥିଲା । ତେବେ ଏଠାରେ ଖାସ୍ କରି ଦୁଇଟି ମେଣ୍ଟ ମୁହାଁମୁହିଁ ହେଉଛନ୍ତି । ବିଜେପି ନେତୃତ୍ୱରେ ଶିବସେନା (ସିନ୍ଧେ ଗୋଷ୍ଠୀ), ଏନସିପି (ଅଜିତ୍ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାୟୁତି । ଏବଂ କଂଗ୍ରେସ ନେତୃତ୍ୱରେ  ଶିବସେନା (ଉଦ୍ଧବ ଗୋଷ୍ଠୀ), ଏନସିପି (ଶରଦ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାବିକାଶ ଅଘାଡି ମେଣ୍ଟ । ଏଥର ନିର୍ବାଚନରେ ମହାୟୁତିରେ ସାମିଲ ଥିବା ବିଜେପି ୧୪୯ ସିଟରେ ପ୍ରାର୍ଥୀ ଦେଇଥିଲା । ସେହିପରି ଶିବସେନା(ଉଦ୍ଧବ ଗୋଷ୍ଠୀ) ୮୧ଟି ସିଟରେ , ଏନସିପି (ଅଜିତ ପାଓ୍ୱାର) ଗୋଷ୍ଠୀ ୫୯ଟି ସିଟରେ ପ୍ରାର୍ଥୀ ଦେଇଥିଲେ । ଅନ୍ୟପଟେ ମହାବିକାଶ ଅଘାଡି ମେଣ୍ଟରେ ସାମିଲ ଥିବା କଂଗ୍ରେସ ୧୦୧ ସିଟରେ ପ୍ରାର୍ଥୀ ଦେଇଥିଲା । ତା ସହ ଶିବସେନା (ୟୁବିଟି) ୯୫ଟି ଆସନରେ ଏବଂ ଏନସିପି (ଶରଦ ପାଓ୍ୱାର) ଗୋଷ୍ଠୀ ୮୬ଟି ଆସନରେ ପ୍ରାର୍ଥୀ ଦେଇଥିଲା । 

  • Nov 23, 2024 07:14 IST

    ଦେଖନ୍ତୁ Kanak News Live

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe