କନକ ବ୍ୟୁରୋ: ଆସୁଛି ନିର୍ବାଚନ ଫଳାଫଳ । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ସହିତ ଆଜି ଓ୍ୱାୟନାଡ ଲୋକସଭା ଆସନ ପାଇଁ ହେଇଥିବା ଉପନିର୍ବାଚନର ମଧ୍ୟ ଫଳାଫଳ ଆସୁଛି । ଆଉ ଟ୍ରେଣ୍ଡ ଅନୁସାରେ ଦିନ ୧୧ଟା ସୁଦ୍ଧା ପ୍ରାୟ ୧ ଲକ୍ଷରୁ ଅଧିକ ଭୋଟରେ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗୁଆ ଅଛନ୍ତି ପ୍ରିୟଙ୍କା ଗାନ୍ଧୀ ।
ତେବେ ମିଳିଥିବା ସୂଚନା ମୁତାବକ, ଓ୍ୱାୟନାଡ ଆସନରେ ବର୍ତ୍ତମାନ ସୁଦ୍ଧା ପ୍ରିୟଙ୍କା ଗାନ୍ଧୀ ପ୍ରାୟ ୧ ଲକ୍ଷ ୪୦ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ଆଉ ଏହାପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ୱାମୀ ରବର୍ଟ ଭାଦ୍ରା ତାଙ୍କୁ ସୋସିଆଲ୍ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ।

Advertisment

ତେବେ ୨୦୨୪ ଲୋକସଭା ନିର୍ବାଚନ ବେଳେ ଆମେଥି ସହିତ ଓ୍ୱାୟନାଡ ଆସନରୁ ଲଢିଥିଲେ ରାହୁଲ ଗାନ୍ଧୀ । ହେଲେ ଦୁଇଟି ଯାକ ଆସନରୁ ନିର୍ବାଚନ ଜିତିବା ପରେ, ରାହୁଲ ଆମେଥି ଆସନକୁ ରଖି ଓ୍ୱାୟନାଡ ଆସନ ଛାଡି ଦେଇଥିଲେ । ଯାହା ପରେ ସେଠାରେ ଉପନିର୍ବାଚନ ହେଉଛି । ଆଉ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଏଠାରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି । ସେହିପରି କମ୍ୟୁନିଷ୍ଟ ପାର୍ଟି ସତ୍ୟନ ମୋକେରୀଙ୍କୁ ମୈଦାନକୁ ଉତାରିଛି ।