କନକ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତି ଝଡ଼ । ସତ୍ତା ବିରୋଧୀ ହାଓ୍ୱାକୁ ପଛରେ ପକାଇ ମହାୟୁତି ମେଣ୍ଟ ପୁଣିଥରେ ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ବଳ ଏକାଠି କରୁଛି । ଆଜି ଆସୁଥିବା ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲାଭଳି ଲାଗୁଥିଲେ ବି, ଏହି ମେଣ୍ଟର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ଏବେ ତାକୁ ନେଇ ଚର୍ଚ୍ଚା ବଢିଛି । ଖାସ୍ କରି ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନଭିସ୍ ନା ଆଉ କେଉଁ ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିବେ, ତାକୁ ନେଇ ରାଜନୈତିକ କରିଡରରେ ଆରମ୍ଭ ହେଇଛି ଗସିପ୍ ।
ଦିନ ୨ଟା ସୁଦ୍ଧା ଆସୁଥିବା ଟ୍ରେଣ୍ଡ ଅନୁସାରେ ମହାରାଷ୍ଟ୍ର ୨୮୮ ଆସନରୁ ମହାୟୁତି ମେଣ୍ଟ ୨୨୪ ଆସନରେ ଆଗୁଆ ଥିବାବେଳେ, ମହାବିକାଶ ଅଘାଡି ମେଣ୍ଟ କେବଳ ୫୪ ଆସନରେ ଆଗୁଆ ରହିଛି । ଯାହାଫଳରେ ମହାରାଷ୍ଟ୍ରରେ ପୁଣିଥରେ ମହାୟୁତିର ସରକାର ଗଢାହେବା ଏପ୍ରକାର ପକ୍କା ଲାଗୁଛି । ହେଲେ ବିଜେପି, ଶିବସେନା ଆଉ ଏନସିପିକୁ ନେଇ ଗଠିତ ଏହି ମେଣ୍ଟର ସର୍ବୋଚ୍ଚ ନେତା କିଏ ହେବ? କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବ? ସେ ପ୍ରଶ୍ନର ଉତ୍ତର ଏବେ ବି ପ୍ରଶ୍ନ ଘେରରେ....
ନିର୍ବାଚନ ଫଳାଫଳ ଟ୍ରେଣ୍ଡ ଆସିବା ଭିତରେ ମହାରାଷ୍ଟ୍ରରେ ତେଜିଛି ବୟାନବାଜି । ଖାସ୍ କରି ବିଜେପି ଓ ସିନ୍ଦେ ସେନାର ନେତାଙ୍କ ଭିତରେ ଏହି ବୟାନବାଜି ବଢିଛି । ସିନ୍ଧେ ଗୋଷ୍ଠୀର ନେତାମାନେ ଏକନାଥ ସିନ୍ଧେଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ କହୁଥିବାବେଳେ, ବିଜେପି ନେତା କିନ୍ତୁ ଏଥର ଦେବେନ୍ଦ୍ର ଫଡନଭିସଙ୍କୁ ସିଏମ୍ ଚେୟାରରେ ବସେଇବାକୁ ଅଣ୍ଟା ଭିଡିଛନ୍ତି । ଯାହାକୁ ନେଇ ମହାୟୁତି ମେଣ୍ଟରେ ଏବେ ଆରମ୍ଭ ହେଇଛି ସିଏମ୍ ପଦ ପାଇଁ ଜୋରଦାର ରେସ୍ ।
ବିଜେପି ନେତା ହେବେ କି ମୁଖ୍ୟମନ୍ତ୍ରୀ?
ଗତଥର ବିଜେପି ପାଖରେ ସବୁଠୁ ଅଧିକ ବିଧାୟକ ଥାଇ ବି, ବିଜେପିର ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିପାରିନଥିଲେ । ମାତ୍ର କିଛି ଘଣ୍ଟା ପାଇଁ ଦେବେନ୍ଦ୍ର ଫଡନଭିସ୍ ମୁଖ୍ୟମନ୍ତ୍ର ଭାବେ ଶପଥ ନେଇଥିଲେ ବି, ପରେ ଇସ୍ତଫା ଦେଇଥିଲେ । ଏହାପରେ ଉଦ୍ଧବ ଆଉ ଏକନାଥ ସିନ୍ଧେ ହିଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ହେଲେ ସବୁଠୁ ଅଧିକ ବିଧାୟକ ଥାଇ ବି, ମୁଖ୍ୟମନ୍ତ୍ରୀ ଆସନରେ ବସିପାରିନଥିଲେ ବିଜେପି ନେତା । ହେଲେ ଏଥର କିନ୍ତୁ ସେହି ଧାରାକୁ ବଦଳେଇବା ସହ ବିଜେପି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସେଇବାକୁ ଦଳ ଯୋଜନା କରିଛି ।
ତିନି ଦଳ ବସିବେ, ମୁଖ୍ୟମନ୍ତ୍ରୀ ବାଛିବେ!
ଯେତେବେଳେ ବି ମହାରାଷ୍ଟ୍ରରେ ସିଏମ୍ ଚେହେରାକୁ ନେଇ ପ୍ରଶ୍ନ ଉଠେ । ସେତେବେଳେ ସବୁ ଦଳର ନେତା ଗୋଟିଏ କଥା କହିଥାନ୍ତି, ତିନି ଦଳର ଶୀର୍ଷ ନେତୃତ୍ୱ ହିଁ ମୁଖ୍ୟମନ୍ତ୍ରୀ ବାଛିବେ । ଏନେଇ ନିକଟରେ ଦେବେନ୍ଦ୍ର ଫଡନାଭିସଙ୍କୁ କିଛି ଗଣମାଧ୍ୟମ ପ୍ରଶ୍ନ କରିଥିଲେ ବି, ସେ ବିଜେପି ଅଧ୍ୟକ୍ଷ, ଶିବସେନା ଅଧ୍ୟକ୍ଷ ଏକନାଥ ସିନ୍ଧେ, ଏନସିପି ଅଧ୍ୟକ୍ଷ ଅଜିତ୍ ପାଓ୍ୱାର ମିଶି ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଥିଲେ । ଏକନାଥ ସିନ୍ଧେ ମଧ୍ୟ ଠିକ୍ ସେହିପରି ଭାବେ ସମାନ ଢଙ୍ଗରେ ପ୍ରଶ୍ନର ଉତ୍ତର ରଖିଥିଲେ । ତେଣୁ ଏବେ ନିର୍ବାଚନ ଫଳାଫଳ ଆସିବା ପରେ, କିଏ ମୁଖ୍ୟମନ୍ତ୍ରୀ ବାଛୁଛନ୍ତି, ଆଉ କିଏ ମୁଖ୍ୟମନ୍ତ୍ରୀ ଆସନରେ ବସୁଛନ୍ତି ତାହା ଦେଖିବା ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/11/23/mshQ7QBhJrEH4ssXMsgK.jpg)