କନକ ବ୍ୟୁରୋ: ଆସୁଛି ମହାରାଷ୍ଟ୍ର, ଝାଡ଼ଖଣ୍ଡର ନିର୍ବାଚନ ଫଳାଫଳ । ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ଫଳାଫଳ । ତେବେ ଏଥର ମହାରାଷ୍ଟ୍ରରେ ପୁଣିଥରେ ମହାୟୁତି ସରକାର ଚାଲିବ, ନା ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଫେରିବ, ତାହା ଆଜି ହିଁ ନିଶ୍ଚିତ ହେଇଯିବ । ଅନ୍ୟପଟେ ଝାଡ଼ଖଣ୍ଡରେ ଜେଏମଏମ୍ ପଲ୍ଲା ଭାରି ରହିବ, ନା ବିଜେପି ସତ୍ତା ଦଖଲ କରିବ ସେ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହେବ ।
LIVE UPDATES ; ମହାରାଷ୍ଟ୍ର, ଝାଡ଼ଖଣ୍ଡରେ କାହାର ସରକାର? କେଉଁ ରାଜ୍ୟରେ କିଏ ଧରିବ ଶାସନର ଡୋରି? ଆଜି ଆସୁଛି ଫଳାଫଳ
-
Nov 23, 2024 07:44 ISTମହାରାଷ୍ଟ୍ର, ଝାଡଖଣ୍ଡ: କିଏ ଜିତିଲେ କେତେ ଆସନ?
ଜନାଦେଶ BJP+ CONG+ OTH ମହାରାଷ୍ଟ୍ର (288/288) 234 48 7 ଝାଡ଼ଖଣ୍ଡ (81/81 ) 24 56 01 -
Nov 23, 2024 16:38 ISTପ୍ରଥମ ଲଢେଇରେ ପ୍ରିୟଙ୍କା ଗାନ୍ଧୀଙ୍କ ବିପୁଳ ବିଜୟ । ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ।
କନକ ବ୍ୟୁରୋ: ୱାୟନାଡ ଲୋକସଭା ଆସନରୁ ଉପନିର୍ବାଚନରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ବିଜୟ ହାସଲ କରିଛନ୍ତି । ଏଥର ଗାନ୍ଧୀ ପରିବାରରୁ ନବମ ସଦସ୍ୟ ଭାବେ ସେ ସଂସଦକୁ ଯିବେ । ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ ।
-
Nov 23, 2024 14:45 ISTଗତଥର ଭଳି ଶିଶୁପାଳ ହେବନି ତ ବିଜେପି?
-
Nov 23, 2024 14:42 ISTଆଦିତ୍ୟ ଠାକରେ ବିଜୟୀ
- ଆଦିତ୍ୟ ଠାକରେ ବିଜୟୀ
- ଓ୍ୱାର୍ଲି ଆସନରୁ ବିଜୟୀ ହେଲେ ଆଦିତ୍ୟ ଠାକରେ
- ୮ ହଜାର ୧୦୦ ଭୋଟରେ ବିଜୟୀ
- ମିଲିନ୍ଦ ଦେଓରାଙ୍କୁ ହରାଇଲେ ଆଦିତ୍ୟ ଠାକରେ
-
Nov 23, 2024 12:32 ISTକେଉଁ କାରଣ ମହାୟୁତିକୁ କଲା ମହାବଳୀ
-
Nov 23, 2024 12:32 ISTଆସୁଛି ଫଳାଫଳ; ପ୍ରଭାତୀ କହିଲେ....
-
Nov 23, 2024 12:31 ISTମହାରାଷ୍ଟ୍ରରେ ମହାୟୁତିକୁ ବହୁମତ!
-
Nov 23, 2024 11:20 ISTପ୍ରିୟଙ୍କା ଗାନ୍ଧୀ ଲକ୍ଷେରୁ ଅଧିକ ଭୋଟରେ ଆଗୁଆ
-
Nov 23, 2024 10:21 ISTମହାରାଷ୍ଟ୍ର; ଟ୍ରେଣ୍ଡରେ ମହାୟୁତି ମେଣ୍ଟକୁ ବହୁମତ
-
Nov 23, 2024 09:41 ISTଝାଡ଼ଖଣ୍ଡରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ କଡ଼ା ଟକ୍କର
ଝାଡ଼ଖଣ୍ଡରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ କଡ଼ା ଟକ୍କର: ଟ୍ରେଣ୍ଡରେ ଏନଡିଏଠାରୁ ଆଗରେ ଇଣ୍ଡି ମେଣ୍ଟhttps://t.co/swTe9TMSO5#ResultWithKanakNews #JharkhandAssemblyElection2024 #ElectionResults #Odisha #KanakNews
— Kanak News (@kanak_news) November 23, 2024 -
Nov 23, 2024 09:38 ISTଝାଡ଼ଖଣ୍ଡରେ ବଦଳିଲା ଟ୍ରେଣ୍ଡ୍
#ଝାଡ଼ଖଣ୍ଡରେ_ବଦଳିଲା_ଟ୍ରେଣ୍ଡ୍
— Kanak News (@kanak_news) November 23, 2024
ଟ୍ରେଣ୍ଡରେ ଆଗୁଆ ଇଣ୍ଡି ମେଣ୍ଟ । ୪୦ ଆସନରେ ଇଣ୍ଡି ମେଣ୍ଟ ଆଗୁଆ । ୩୨ ଟି ଆସନରେ ଆଗରେ ରହିଛି ଏନଡିଏ #ResultWithKanakNews #JharkhandAssemblyElection2024 #ElectionResults #Odisha #KanakNews pic.twitter.com/kf8M8d8iVB -
Nov 23, 2024 09:17 ISTମହାରାଷ୍ଟ୍ରରେ ପ୍ରତି ମୁହୂର୍ତ୍ତରେ ବଦଳୁଛି ଟ୍ରେଣ୍ଡ
#ମହାରାଷ୍ଟ୍ରରେ_ପ୍ରତି_ମୁହୂର୍ତ୍ତରେ_ବଦଳୁଛି_ଟ୍ରେଣ୍ଡ
— Kanak News (@kanak_news) November 23, 2024
ମହାରାଷ୍ଟ୍ରରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର । ପ୍ରତି ମୁହୂର୍ତ୍ତରେ ବଦଳୁଛି ଟ୍ରେଣ୍ଡ #ResultWithKanakNews #MaharashtraElection2024 #ElectionResults #Odisha #KanakNews pic.twitter.com/AOpUExt0k5 -
Nov 23, 2024 08:50 ISTଆରମ୍ଭ ହେଲାଣି ଭୋଟ୍ ଗଣତି, ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ
-
Nov 23, 2024 08:18 ISTଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ
ଖୋଲିଲା ପୋଷ୍ଟାଲ ବାଲାଟ । ଝାଡଖଣ୍ଡରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ ,ଦୁଇଟିରେ ଏନଡିଏ ଓ ଗୋଟିଏରେ ଇଣ୍ଡିମେଣ୍ଟ ଆଗରେ
-
Nov 23, 2024 07:29 ISTଓ୍ୱାୟନାଡରେ ପ୍ରିୟଙ୍କା ମାରିପାରିବେ ତ ବାଜି?
ଉପ-ନିର୍ବାଚନ
ସେପଟେ ବିହାର ସହିତ ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ପଞ୍ଜାବ, ଉତ୍ତରାଖଣ୍ଡର କିଛି ବିଧାନସଭା ସିଟରେ ହେଇଥିବା ଉପ-ନିର୍ବାଚନ ଫଳାଫଳ ମଧ୍ୟ ଆସିବ । ତା ସହିତ ଓ୍ୱାୟନାଡ ଆସନରେ ହେଇଥିବା ଉପ-ନିର୍ବାଚନର ରେଜଲ୍ଟ ମଧ୍ୟ ଆଜି ଆସିବାକୁ ଯାଉଛି । ଯେଉଁଠି ଭୋଟର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ।
-
Nov 23, 2024 07:28 ISTଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ପଡିଥିଲା ଭୋଟ୍
ଝାଡ଼ଖଣ୍ଡ
ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ମୋଟ ୨ଟି ପର୍ୟ୍ୟାୟରେ ଭୋଟ୍ ପଡିଥିଲା । ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ପଡିଥିବାବେଳେ, ନଭେମ୍ବର ୨୦ରେ ପଡିଥିଲା ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ । ଏଠାରେ ବିଜେପି ଏବଂ ଏଜେଏସୟୁ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ, ଜେଏମଏମ୍ ଏବଂ କଂଗ୍ରେସ ମିଶି ନିର୍ବାଚନ ଲଢୁଛନ୍ତି ।
-
Nov 23, 2024 07:28 ISTମହାରାଷ୍ଟ୍ର: ୨୮୮ ଆସନରେ ପଡିଥିଲା ଭୋଟ୍
ମହାରାଷ୍ଟ୍ର
ମହାରାଷ୍ଟ୍ରର ସମସ୍ତ ୨୮୮ଟି ଯାକ ଆସନରେ ନଭେମ୍ବର ୨୦ରେ ଭୋଟ୍ ପଡିଥିଲା । ତେବେ ଏଠାରେ ଖାସ୍ କରି ଦୁଇଟି ମେଣ୍ଟ ମୁହାଁମୁହିଁ ହେଉଛନ୍ତି । ବିଜେପି ନେତୃତ୍ୱରେ ଶିବସେନା (ସିନ୍ଧେ ଗୋଷ୍ଠୀ), ଏନସିପି (ଅଜିତ୍ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାୟୁତି । ଏବଂ କଂଗ୍ରେସ ନେତୃତ୍ୱରେ ଶିବସେନା (ଉଦ୍ଧବ ଗୋଷ୍ଠୀ), ଏନସିପି (ଶରଦ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାବିକାଶ ଅଘାଡି ମେଣ୍ଟ । ଏଥର ନିର୍ବାଚନରେ ମହାୟୁତିରେ ସାମିଲ ଥିବା ବିଜେପି ୧୪୯ ସିଟରେ ପ୍ରାର୍ଥୀ ଦେଇଥିଲା । ସେହିପରି ଶିବସେନା(ଉଦ୍ଧବ ଗୋଷ୍ଠୀ) ୮୧ଟି ସିଟରେ , ଏନସିପି (ଅଜିତ ପାଓ୍ୱାର) ଗୋଷ୍ଠୀ ୫୯ଟି ସିଟରେ ପ୍ରାର୍ଥୀ ଦେଇଥିଲେ । ଅନ୍ୟପଟେ ମହାବିକାଶ ଅଘାଡି ମେଣ୍ଟରେ ସାମିଲ ଥିବା କଂଗ୍ରେସ ୧୦୧ ସିଟରେ ପ୍ରାର୍ଥୀ ଦେଇଥିଲା । ତା ସହ ଶିବସେନା (ୟୁବିଟି) ୯୫ଟି ଆସନରେ ଏବଂ ଏନସିପି (ଶରଦ ପାଓ୍ୱାର) ଗୋଷ୍ଠୀ ୮୬ଟି ଆସନରେ ପ୍ରାର୍ଥୀ ଦେଇଥିଲା ।
-
Nov 23, 2024 07:14 ISTଦେଖନ୍ତୁ Kanak News Live