ଭାରତର ଏମିତି ଏକ ମନ୍ଦିର : ରାତିରେ ଗାୟବ ହୋଇଯାଏ ମା’କାଳୀଙ୍କ ମୂର୍ତ୍ତି !

Advertisment

ମା’କାଳୀଙ୍କ ନଗରୀ ବୋଲାଉଥିବା ପଶ୍ଚିମବଙ୍ଗରେ ଏମିତି ଏକ ଅଲୌକିକ ମନ୍ଦିର ରହିଛି । ଯେଉଁଠାରେ ମା’ ନିଜେ ଭକ୍ତଙ୍କ ସଂକଟ ଦୂର କରିବା ପାଇଁ ବାହାରକୁ ବାହାରିଥା’ନ୍ତି ।

ମା’କାଳୀଙ୍କ ନଗରୀ ବୋଲାଉଥିବା ପଶ୍ଚିମବଙ୍ଗରେ ଏମିତି ଏକ ଅଲୌକିକ ମନ୍ଦିର ରହିଛି । ଯେଉଁଠାରେ ମା’ ନିଜେ ଭକ୍ତଙ୍କ ସଂକଟ ଦୂର କରିବା ପାଇଁ ବାହାରକୁ ବାହାରିଥା’ନ୍ତି ।

maa kali

maa kali Photograph: (KanakNews)

କନକ ବ୍ୟୁରୋ : ମଣିଷ ସଂକଟରେ ପଡ଼ିଲେ ଆଗ ଭଗବାନଙ୍କୁ ଡାକେ । ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରେ । କିନ୍ତୁ ମା’ କାଳୀଙ୍କ ଏହି ମନ୍ଦିରରେ ଭକ୍ତଙ୍କ ସଂକଟ ଦୂର କରିବା ପାଇଁ ସ୍ବୟଂ ମା’ ମନ୍ଦିରରୁ ବାହାରିଥା’ନ୍ତି ବୋଲି କୁହନ୍ତି ଲୋକେ । ମା’କାଳୀଙ୍କ ନଗରୀ ବୋଲାଉଥିବା ପଶ୍ଚିମବଙ୍ଗରେ ଏମିତି ଏକ ଅଲୌକିକ ମନ୍ଦିର ରହିଛି । ଯେଉଁଠାରେ ମା’ ନିଜେ ଭକ୍ତଙ୍କ ସଂକଟ ଦୂର କରିବା ପାଇଁ ବାହାରକୁ ବାହାରିଥା’ନ୍ତି । କୋଲକାତା ନିକଟ ନାଓଗାଁ ପାଖରେ ଥିବା କାଶୀପୁର ଗାଁରେ ମା’ଙ୍କର ଏଭଳି ଚମତ୍କାର ମନ୍ଦିର କାହିଁ କେଉଁ କାଳରୁ ଛିଡ଼ା ହୋଇଛି । ଏହି ମନ୍ଦିରକୁ ବିଜୟର ପ୍ରତିକ ବୋଲି ମଧ୍ୟ କୁହାଯାଏ । ଶ୍ରଦ୍ଧା ଓ ବିଶ୍ବାସର ପ୍ରତିକ ଦେବୀ କାଳୀଙ୍କ ମନ୍ଦିରରେ ଭକ୍ତ ମା’ଙ୍କୁ ଖୁସି କରିବା ପାଇଁ ପ୍ରତିମାକୁ ମୁଣ୍ଡ ଉପରେ ବସାଇ ଚାଲିଥା’ନ୍ତି । ଶ୍ରଦ୍ଧାଳୁଙ୍କ କହିବାନୁସାରେ ଏଭଳି ସମ୍ମାନ ଦେଲେ ମା’ ଖୁସି ହୋଇ ଆଶିର୍ବାଦ ଦିଅନ୍ତି । ଏହି ପରମ୍ପରା ବର୍ଷ ବର୍ଷରୁ ଚାଲିଆସୁଛି ଏବଂ ଭକ୍ତମାନେ ପ୍ରତିବର୍ଷ ଏହି ପରମ୍ପରାକୁ ପାଳନ କରିଥା’ନ୍ତି ।

ଚିଲିକା ଖାଉଛି ପଟୁମାଟି : ପ୍ରତିବର୍ଷ ଚିଲିକା ଗର୍ଭରେ ପଶୁଛି ୮ ଲକ୍ଷ ଟନର ପଟୁମାଟି

ମନ୍ଦିରକୁ ନେଇ ମାନ୍ୟତା ରହିଛି କି ମା’ କାଳୀ ରାତ୍ରି ସମୟରେ କୁଆଡ଼େ ଉଭାନ ହୋଇଯା’ନ୍ତି ଏବଂ ମନ୍ଦିର ଛାଡ଼ି ଭକ୍ତଙ୍କ ପାଖକୁ ଚାଲିଆସନ୍ତି । ଚମତ୍କାରୀ ଶକ୍ତି ଏବଂ ପରମ୍ପରା ପାଇଁ ପ୍ରସିଦ୍ଧ ଏହି ମନ୍ଦିରରେ ମା’ଙ୍କୁ ଭବତାରିଣୀ ରୂପେ ମଧ୍ୟ ପୂଜା କରାଯାଏ । ମାନ୍ୟତା ରହିଛି ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ ମା’ ଏହି ରୂପ ଧାରଣ କରିଥିଲେ । ଏହାକୁ ବଙ୍ଗଳାର ଭାଗ୍ୟ ବଦଳାଇଥିବା ମନ୍ଦିର ବୋଲି ମଧ୍ୟ କୁହାଯାଏ । ପୌରାଣିକ କଥାନୁସାରେ ଯେତେବେଳେ ବଙ୍ଗଳା ଉପରେ ବ୍ରିଟିଶ୍ ସେନା ଆକ୍ରମଣ କରିଥିଲା ସେତେବେଳେ ରାଜା କୃଷ୍ଣଚନ୍ଦ୍ର ଦେବ ଲଢ଼େଇର ସାମ୍ନା କରିଥିଲେ । ବ୍ରିଟିଶ୍ ସେନା ସେତେବେଳେ ବଙ୍ଗଳାର ଅଧା ଗାଁକୁ ଜାଳି ଦେଇଥିଲେ ଏବଂ ରାଜା ହାରିବା ଅବସ୍ଥାକୁ ଚାଲି ଆସିଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁସାରେ ସେତେବେଳେ ରାଜା ମା’କାଳୀଙ୍କ ଘୋର ତପସ୍ୟା କରିଥିଲେ ଏବଂ ମା’ ରାଜାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ସ୍ବୟଂ ପ୍ରକଟିତ ହୋଇଥିଲେ । ମା’ କୃଷ୍ଣଚନ୍ଦ୍ର ଦେବଙ୍କୁ ଆଶିର୍ବାଦ ଦେବା ସହ ଏକ ଶକ୍ତିଶାଳୀ ଖଡଗ ଦେଇଥିଲେ । ଯେଉଁଥିରେ ଲଢ଼େଇ କରି ରାଜା ବିଜୟ ହାସଲ କରିଥିଲେ । ଆଉ ସେବେଠାରୁ ମା’ଙ୍କ ମନ୍ଦିରର ନାଁ ମଧ୍ୟ ବିଜୟ ବୋଲି କୁହାଗଲା । ରାଜ୍ୟକୁ ସୁରକ୍ଷା ଦେବା ପରେ ରାଜା କୃଷ୍ଣଚନ୍ଦ୍ର ‘କୃଷ୍ଣ-କାଳୀ ଭକ୍ତ’ ରୂପେ ପ୍ରସିଦ୍ଧ ହେଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe