୨ ସପ୍ତାହ ଖାଆନ୍ତୁ ମୂଳା ସାଗ : କମିବ ଓଜନ , ଚମକିବ ଚେହେରା

Advertisment

ମୂଳା ସାଗ ଖାଇବା ଖାଲି ପାଚନ, ଚର୍ମ ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ଏହା ବିଷାକ୍ତ ପଦାର୍ଥ ବାହାର କରି ଶରୀରକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଥିବା ଫାଇବର ହଜମ କରାଏ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

ମୂଳା ସାଗ ଖାଇବା ଖାଲି ପାଚନ, ଚର୍ମ ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ଏହା ବିଷାକ୍ତ ପଦାର୍ଥ ବାହାର କରି ଶରୀରକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଥିବା ଫାଇବର ହଜମ କରାଏ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

Radish Saag

Radish Saag Photograph: (KanakNews)

କନକ ବ୍ୟୁରୋ : ଶୀତଦିନିଆ ପରିବା ବଜାରରେ ମଟର , ଫୁଲକୋବି , ଶିମ୍ବ ଏବଂ ମୂଳା ଭଳି ପରିବାର ଭାରି ଚାହିଦା । ବର୍ତ୍ତମାନ ପ୍ରତିଟି ପରିବା ଦୋକାନ ଦେଖିଲେ ଲାଗେ ଯେମିତି ସବୁଜ ପରିବାର ଭଣ୍ଡାର । ପାଟିକୁ ସୁଆଦ ଦେହକୁ ହିତକର ଏହି ପରିବା ଖାଇଲେ ଅନେକ ରୋଗ ମଧ୍ୟ ଦୂର ହେବା କଥା କୁହାଯାଏ । ଏହି ପରିବା ଭିତରୁ ମୂଳା ଅନ୍ୟତମ । ଖାଲି ମୂଳା କାହିଁକି ମୂଳା ସାଗ ମଧ୍ୟ ଶୀତ ଦିନରେ ଅଧିକ ସଂଖ୍ୟାରେ ଖିଆଯାଏ । ପୋଷକ ତତ୍ତ୍ବରେ ଭରପୁର ମୂଳା ସାଗ ସ୍ବାସ୍ଥ୍ୟ ପାଇଁ ଭାରି ଭଲ । ଏଥିରେ ଭିଟାମିନ୍, ଖଣିଜ ପଦାର୍ଥ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ମୂଳା ସାଗ ଖାଇବା ଖାଲି ପାଚନ, ଚର୍ମ ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ଏହା ବିଷାକ୍ତ ପଦାର୍ଥ ବାହାର କରି ଶରୀରକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଥିବା ଫାଇବର ହଜମ କରାଏ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । କ୍ୟାଲସିୟମ, ପୋଟାସିୟମ ଏବଂ ଆଇରନ ଭଳି ଖଣିଜ ପଦାର୍ଥ ଥିବାରୁ ହାଡ଼କୁ ମଜବୁତ କରିବାରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମୂଳା ପତ୍ର ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ କାରଣ ଏଥିରେ କ୍ୟାଲୋରୀ କମ୍ ଥାଏ ଏବଂ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଫୁଲ୍ ରଖିଥାଏ । 

ଅଧିକ ପଢ଼ନ୍ତୁ : ରଙ୍ଗବେରଙ୍ଗ ବଟିକା ପଛର କାରଣ କ’ଣ? କେବେଠାରୁ ଏବଂ କାହିଁକି ରଙ୍ଗୀନ ହେଲା କ୍ୟାପସୁଲ୍?

ମୂଳା ସାଗ ଶରୀର ପାଇଁ ଏକ ବରଦାନ ସଦୃଶ କାରଣ ଯଦି ଆପଣ ଅର୍ଶରେ ପୀଡ଼ିତ ତେବେ ଏହି ପତ୍ରର ଔଷଧୀୟ ଗୁଣ ଅର୍ଶ ଲକ୍ଷଣରୁ ମୁକ୍ତି ଦେବାରେ ମଧ୍ୟ ସାହାଯ୍ୟ କରେ । ଏହି ପତ୍ରର ରସ ପାଚନ କ୍ରିୟାକୁ ଉନ୍ନତ କରିବା ସହ କୋଷ୍ଠକାଠିନ୍ୟ ହ୍ରାସ କରେ । ମୂଳା ପତ୍ରରେ ଥିବା କ୍ୟାଲସିୟମ ଏବଂ ଫସଫରସ୍ ହାଡ଼କୁ ମଜବୁତ କରେ ଏବଂ ହାଡ଼ ଭାଙ୍ଗିବାର ଆଶଙ୍କା ହ୍ରାସ କରେ । କ୍ୟାଲୋରୀ କମ୍ କିନ୍ତୁ ଫାଇବର ଏବଂ ଜଳୀୟ ଅଂଶ ଅଧିକ ଥିବାରୁ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ପେଟକୁ ଫୁଲ୍ ରଖେ ଯାହାକୁ ଖାଇଲେ ଶୀଘ୍ର ଭୋକ ଲାଗେନି ଏବଂ ଓଜନ ମଧ୍ୟ ହ୍ରାସ ହୋଇଥାଏ । ମୂଳା ପତ୍ରରେ ପ୍ରଦାହ-ରୋଧୀ ଗୁଣ ଥାଏ, ଯାହା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ବ ଥିବାରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି  ମଜବୁତ ହୋଇଥାଏ ଏବଂ ଚର୍ମକୁ ମଧ୍ୟ ଏହା ଚମକ ଦେଇଥାଏ । ଏହି ପତ୍ରରେ ପଟାସିୟମ ଏବଂ କ୍ୟାଲସିୟମ ଭଲ ପରିମାଣରେ ଥାଏ, ଯାହା ହୃଦୟ ପାଇଁ ଲାଭଦାୟକ । ମୂଳା ସାଗ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହୃଦରୋଗର ଆଶଙ୍କା ହ୍ରାସ କରେ । ଏହା ଯକୃତ ଏବଂ ବୃକକ୍ ପାଇଁ ମଧ୍ୟ ଭାରି ଭଲ । ଏହି ସାଗକୁ ଖାଇବା ଦ୍ବାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ହୋଇଥାଏ ।  ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ପ୍ରାକୃତିକ ଉପଚାର କାରଣ ରକ୍ତ ଶର୍କରା ସ୍ତରକୁ ସ୍ଥିର ରଖିବାରେ ସାହାଯ୍ୟ କରେ ।
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe