କନକ ବ୍ୟୁରୋ : ଶୀତଋତୁରେ ଘରେ ଘରେ ଔଷଧର ବ୍ୟବହାର ଅଧିକ ହୋଇଥାଏ । ବଢ଼ୁଥିବା ଥଣ୍ଡା ଏବଂ ପାଗରେ ପରିବର୍ତ୍ତନ ଯୋଗୁଁ କାଶ,ଥଣ୍ଡା,ଜ୍ବର,ଝାଡ଼ାବାନ୍ତି ପରି ଅନେକ ସମସ୍ୟା ଦେଖାଯାଏ । ସେଥିପାଇଁ ପ୍ରତିଟି ଘରେ ଏବେ ମେଡିସିନର ମାତ୍ରା ବି ବଢ଼େ । ତେବେ ଆମେ ଯେଉଁ ମେଡିସିନ୍ ଗୁଡ଼ିକ ଖାଉ ସେଥିରେ କିଛି ଧଳା ଏବଂ କିଛି ରଙ୍ଗବେରଙ୍ଗ ଥିବା ବେଳେ ଆକାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଏହା ପଛର କାରଣ କ’ଣ? କାହିଁକି ସବୁ ମେଡିସିନ୍ ଧଳା କିମ୍ବା ରଙ୍ଗୀନ ନୁହେଁ ? ମେଡିସିନର ଆକାର କାହିଁକି ପରସ୍ପରଠାରୁ ଅଲଗା ? ଯଦି ଆପଣଙ୍କ ପାଇଁ ମଧ୍ୟ ଏହି ପ୍ରଶ୍ନ ନୂଆ ତା’ହେଲେ ଆସନ୍ତୁ ଜାଣିବା । 

Advertisment

ଅଧିକ ପଢ଼ନ୍ତୁ : ବଜାରରେ ମିଳୁଛି ପୁଳାପୁଳା ନକଲି ମେଡିସିନ୍‌; ୪ ବର୍ଷରେ ୧୬୮ ନକଲି ଔଷଧ ଚିହ୍ନଟ

ବଜାରରେ ମିଳୁଥିବା ଔଷଧ କେବଳ ଦେଖିବାକୁ ସୁନ୍ଦର ଲାଗିବ ବୋଲି ରଙ୍ଗୀନ ନୁହେଁ ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ । ଔଷଧଟି ଯେଉଁ କ୍ୟାମିକାଲ୍ ବା ଡ୍ରଗ୍ ବ୍ୟବହାର କରି ପ୍ରସ୍ତୁତ ହୁଏ ସେହି ଡ୍ରଗ୍ ହିଁ ନିର୍ଣ୍ଣୟ କରେ ଯେ ମେଡିସିନର କଲର୍ କ’ଣ ହେବ । ଅର୍ଥାତ ଯେମିତି ଡ୍ରଗର ରଙ୍ଗ ହେବ ଔଷଧ ମଧ୍ୟ ସେ ରଙ୍ଗର ପ୍ରସ୍ତୁତ ହେବ । ଯେମିତିକି ବରବେରିନ୍ ମେଡିସିନର ରଙ୍ଗ ହଳଦିଆ କାରଣ ସେଥିରେ ବ୍ୟବହାର ହୋଇଥିବା ଡ୍ରଗର ରଙ୍ଗ ହଳଦିଆ । ଠିକ୍ ସେହିଭଳି କାର୍ବନ ଟ୍ୟାବଲେଟର ରଙ୍ଗ କଳା ହୋଇଥାଏ । ଏହାଛଡ଼ା ଔଷଧର ରଙ୍ଗର ପ୍ରଭାବ ଆମ ମନ ଉପରେ ମଧ୍ୟ ପଡ଼େ । ସୂଚନା ଅନୁସାରେ , ପ୍ରଥମଥର ପାଇଁ ରଙ୍ଗବେରଙ୍ଗର ମେଡିସିନ୍ ୧୯୬୦ ମସିହାରେ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ ସମୟରେ କମ୍ପାନି ଏହି ରଙ୍ଗର ବିଶେଷ ଧ୍ୟାନ ଦେଉଛି । ଜେଲ୍ କ୍ୟାପସୁଲ୍ ପାଇଁ ୭୫,୦୦୦ ରୁ ଅଧିକ କଲର୍ କମ୍ବିନେସନର ବ୍ୟବହାର କରାଯାଉଛି । ବିଂଶ ଶତାବ୍ଦୀ ବେଳକୁ ଔଷଧ ଗୋଲାକାର ଏବଂ ଧଳା ହେବାର ସୂଚନା ମିଳେ । ତେବେ ଔଷଧର ରଙ୍ଗରେ ପରିବର୍ତ୍ତନ ହେବା ଦ୍ବାରା ଏହାର ଅଧିକ ଲାଭ ବୃଦ୍ଧ ଏବଂ ଅପାଠୁଆ ଲୋକ ନେଇପାରିଲେ । ଔଷଧର ନାଁ ପଢ଼ି ନଜାଣିଲେ ରଙ୍ଗ ଦେଖି ଖାଉଥିଲେ ଲୋକେ । 

ଅଧିକ ପଢ଼ନ୍ତୁ : ୨୦୨୫ ପାଇଁ ମେଡିସିନରେ ନୋବେଲ ପୁରଷ୍କାର ଘୋଷଣା: ମିଳିତ ଭାବେ ୩ଜଣ ବୈଜ୍ଞାନିକଙ୍କୁ ମିଳିବ ସମ୍ମାନ 

ଆମେରିକାର ଏକ ଗବେଷଣା ଅନୁସାରେ ଯେଉଁ ରୋଗୀମାନଙ୍କୁ ଅଧିକ ଔଷଧ ଖାଇବାକୁ ପଡ଼େ ସେମାନେ ରଙ୍ଗବେରଙ୍ଗର ଔଷଧକୁ ଆନନ୍ଦର ସହ ଖାଇଥା’ନ୍ତି । ଗବେଷଣା ଅନୁସାରେ, ତାପମାନ ଆଧାରରେ ମଧ୍ୟ ଔଷଧର ରଙ୍ଗ ଚୟନ କରାଯାଏ । ନୀଳରଙ୍ଗର ଔଷଧ କମ୍ ତାପମାନ ଏବଂ କମଳା ରଙ୍ଗର ମେଡିସିନ୍ ଅଧିକ ତାପମାନର ପ୍ରତିକ । କ୍ୟାପସୁଲ୍ ତିଆରି ପାଇଁ ଜିଲୋଟିନ୍ ଏବଂ ସେଲ୍ୟୁଲୋଜର କଭର୍ ବ୍ୟବହାର କରାଯାଏ । ଯେଉଁଥିରେ ଔଷଧ ଭର୍ତ୍ତି କରାଯାଏ । ଏହି କ୍ୟାପସୁଲର ଗୋଟିଏଭାଗ କ୍ୟାପ୍ ଏବଂ କଣ୍ଟେନର୍ । ଯାହା ୨ଟି ଭିନ୍ନ ରଙ୍ଗର ହୋଇଥାଏ । ଦୁଇଟିର ରଙ୍ଗ ଏଥିପାଇଁ ଅଲଗା କାରଣ ଔଷଧ ତିଆରି କରିବାରେ ଯେମିତି କର୍ମଚାରୀଙ୍କ ଦ୍ବାରା କୌଣସି ଭୁଲ୍ ହେବନାହିଁ ।