କନକ ବ୍ୟୁରୋ : ଦେଶରେ ଜାତି , ଧର୍ମକୁ ନେଇ ମତାନ୍ତର,ମନାନ୍ତର ଦେଖିବାକୁ ମିଳେ ଯାହା ଆଗକୁ ଯାଇ ଦଙ୍ଗାର ରୂପ ଧାରଣ କରେ । କିନ୍ତୁ କେବେ ମନକୁ ପଚାରି ଦେଖିଛନ୍ତି ଯେ ଅସଲରେ ପୃଥିବୀର ସର୍ବଶ୍ରେଷ୍ଠ ଧର୍ମ କ’ଣ? ଏହି ଧର୍ମ ହେଉଛି ‘ମାନବିକତା’। ଭାରି ଶବ୍ଦ କିନ୍ତୁ ଅନୁଭବ ବହୁତ ସୌମ୍ୟ । ଆପଣ ଅନେକ ସମୟରେ ମାନବିକତାର ମିସାଲ୍ ଦେଉଥିବା ଲୋକଙ୍କୁ ଦେଖିଥିବେ କିନ୍ତୁ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଯେଉଁ ଭିଡିଓ ଭାଇରାଲ୍ ହେଉଛି ତାହା ଆପଣଙ୍କ ମନକୁ ଖୁସି କରିଦେବ ନିଶ୍ଚୟ । ଏହି ଭିଡିଓଟି ସେହି ହିରୋମାନଙ୍କ ପାଇଁ ଯେଉଁମାନେ ସହରାଞ୍ଚଳକୁ ଚମକାଇବାର ଦାୟିତ୍ବ ନିଜ କାନ୍ଧ ଉପରେ ଉଠାଇଛନ୍ତି । ଆମେ କହୁଛୁ ସଫେଇ କର୍ମଚାରୀଙ୍କ କଥା । ଯେ ସକାଳୁ ସକାଳୁ ଅଳିଆ ଗାଡ଼ି ଧରି ବାହାରି ଯାଆନ୍ତି ଏବଂ ପୂରା ସହରର ଆବର୍ଜନାକୁ ଉଠାଇ ଦ୍ବିପ୍ରହର ବେଳକୁ ଘରକୁ ଫେରନ୍ତି । ସେ ସମୟ ଭିତରେ କେଉଁଠି କିଛି ମିଳିଲେ ଖାଇଦେବା କଥା । ପେଟଚାଖଣ୍ଡକ ପାଇଁ ଅଳିଆ ଗୋଟାଉଥିବା ଏହି କର୍ମଚାରୀ ପ୍ରତି ଘରକୁ ଯାଇ ଅଳିଆ ଆଣନ୍ତି କିନ୍ତୁ କେବେ କେହି ଏମାନଙ୍କ ଭୋକିଲା ପେଟକୁ ଚିହ୍ନିଛନ୍ତି ? ଆପଣଙ୍କ ଘରର ଅଳିଆକୁ ନେଇ ଗାଡ଼ିରେ ପକାଉଥିବା ଏହି ସଫେଇ କର୍ମଚାରୀଙ୍କ ବିଷୟରେ ଆପଣ ଭାବି ନଥାଇ ପାରନ୍ତି କିନ୍ତୁ ଜଣେ ମହିଳା ଏମିତି ବି ଅଛନ୍ତି ଯେ ପ୍ରତିଦିନ ସଫେଇ କର୍ମଚାରୀଙ୍କ ଆସିବା ବାଟକୁ ଚାହିଁ ବସିଥା’ନ୍ତି ।
ଅଧିକ ପଢ଼ନ୍ତୁ: ମରିଗଲା ମାନବିକତା : ଦୁଇପୁଅ ଥାଇ ବି ରାସ୍ତାରେ କାନ୍ଦୁଛି ବାପା
ଆମେ କହୁଛୁ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଗୋଟିଏ ଭିଡିଓ ବିଷୟରେ । ଯେଉଁଠି ଜଣେ ମହିଳା ହାତରେ ଚା’ ଧରି ପ୍ରତିଦିନ ଅପେକ୍ଷା କରିଥା’ନ୍ତି । ଯେତେବେଳେ ସଫେଇ କର୍ମୀ ଆସନ୍ତି ତାଙ୍କୁ ଆଗ ଚା’ ଓ ବିସ୍କୁଟ୍ ଖାଇବାକୁ ଦିଅନ୍ତି ତା’ପରେ ଅଳିଆ ନେଇ ଗାଡ଼ିରେ ପକାଇ ଦିଅନ୍ତି । ଅଳିଆ ଏକାଠି କରିବାକୁ ଆସିଥିବା ଯୁବକ ଏବଂ ଡ୍ରାଇଭର୍ ସିଟରେ ବସିଥିବା ଯୁବକଙ୍କୁ ଚା’ବିସ୍କୁଟ୍ ଦେଇ ମହିଳା ମାନବିକତାର ଶ୍ରେଷ୍ଠ ଉଦାହରଣ ଦେଉଛନ୍ତି । ଏହି ସୁନ୍ଦର ଭିଡିଓଟିକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର୍ କରାଯାଇଥିଲା । ଯେଉଁଥିରେ ସକାଳ ୭.୧୫ ରେ କେମିତି ଜଣେ ମହିଳା ସଫେଇ କର୍ମଚାରୀଙ୍କୁ ଚା’ ବିସ୍କୁଟ୍ ଖାଇବାକୁ ଦେଉଛନ୍ତି ତାହା ଦେଖାଯାଇଥିଲା । ୩୭ ସେକେଣ୍ଡର ଏହି ଭିଡିଓ ପୋଷ୍ଟ୍ ହେବା ପରେ ୫୭ ହଜାର ଲୋକ ଏହାକୁ ଦେଖି ସାରିଲେଣି ଏବଂ ୫ ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଲେଣି । ଏମିତିକି ମହିଳାଙ୍କର ଏହି କାମକୁ ୟୁଜର୍ ଭୁରି ଭୁରି ପ୍ରଶଂସା ମଧ୍ୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/safeikarmi-2025-12-14-17-45-22.jpg)