କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ରାଜ୍ୟ କଂଗ୍ରେସରେ ପୁଣି ଥରେ ନେତୃତ୍ବକୁ ନେଇ ସୃଷ୍ଟି ହୋଇଛି ବିବାଦ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇବା ସହ ସୋନିଆ ଗାନ୍ଧୀଙ୍କୁ ପାଂଚ ପୃଷ୍ଠାର ଲମ୍ବା ଚିଠି ଲେଖିଛନ୍ତି ମୋକିମ। ଚିଠି ପରେ ରାଜ୍ୟ କଂଗ୍ରେସରେ କମ୍ପନ । 

Advertisment

 ଅଧିକ ପଢ଼ନ୍ତୁ : ରାହୁଲଙ୍କ ଫୋକସ୍‌ରେ ଓଡ଼ିଶା ; କହିଲେ, କ୍ଷମତାକୁ ଫେରିବାକୁ ରାଜ୍ୟ କଂଗ୍ରେସ ସକ୍ଷମ

ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକମି ସୋନିଆଙ୍କୁ ଲେଖିଥିବା ଚିଠିରେ ପିସିସି ସଭାପତିଙ୍କ ନତୃତ୍ବକୁ ନେଇ ମନ ଭିତରେ ଯାହା ଥିଲା ସିଧାସଳଖ ଚିଠିରେ ଲେଖିଛନ୍ତି ମୋକିମ । ପାଂଚ ପୃଷ୍ଠା ବିଶିଷ୍ଠ ଚିଠିରେ ଉଗାରିଛନ୍ତି ସଭାପତିଙ୍କ ବିଫଳତାର ଲମ୍ବା ତାଲିକା। ଲେଖିଛନ୍ତି.. ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି । ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଦଳ ସାଧାରଣ ନିର୍ବାଚନରେ ମାତ୍ର ୧୩ ପ୍ରତିଶତ ଭୋଟ ପାଇଥିଲା। ପରେ ୨୦୨୫ରେ ଭକ୍ତ ଦାସଙ୍କୁ ଦାୟିତ୍ବ ଦିଆଗଲା। ଏବେ ଦଳ ଆହୁରି ଦୁର୍ବଳ ହେବାରେ ଲାଗିଛି। 

 ଅଧିକ ପଢ଼ନ୍ତୁ : ରାହୁଲଙ୍କ ରାସ୍ତାରେ ରାଜ୍ୟ କଂଗ୍ରେସ, ଭୋଟ ଚୋରି ଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ଦଳ କରିବ ବିକ୍ଷୋଭ

ମୋକିମଙ୍କ ଚିଠି ପରେ ରାଜ୍ୟ କଂଗ୍ରେସର କମ୍ପନ। ଭକ୍ତଙ୍କ ବିଭୀଷଣ ଉପାଖ୍ୟାନକୁ ନେଇ ଦଳ ଭିତରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବାବେଳେ ସୋନିଆଙ୍କୁ ମୋକିମଙ୍କ ଚିଠି ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଦଳର ନେତା ବହୁ ଭାଗରେ ବିଭକ୍ତ ହୋଇଛନ୍ତି । ଅନ୍ୟପଟେ ଏହି ଚିଠି ମୋକିମ ଆଗାମି ଦିନରେ କଂଗ୍ରେସ ଛାଡିବା ନେଇ ସଂକେତ ଦେଉଛି ବୋଲି ଚର୍ଚ୍ଚା ହେଉଛି । ଏଥିସହ ସେ ନୂଆ ଦଳ ଗଢ଼ିପାରନ୍ତି ବୋଲି ମଧ୍ୟ ରାଜନୈତିକ ମହଲରେ ଆଲୋଚନା ଚାଲିଛି। 

 ଅଧିକ ପଢ଼ନ୍ତୁ : ପ୍ରାଥମିକ ଶିକ୍ଷକଙ୍କ ପରେ ୮ ଶିକ୍ଷକ ସଂଗଠନର ଆନ୍ଦୋଳନ, ମନ୍ତ୍ରୀଙ୍କ ଚେତାବନୀ, ଅମାନିଆ ହେଲେ ଆକ୍ସନ

ନେତୃତ୍ବକୁ ନେଇ ପ୍ରଶ୍ନ ଉଠିବା ଭିତରେ ଦିଲ୍ଲୀ ଗସ୍ତରେ ଅଛନ୍ତି ଭକ୍ତ ଦାସ । ତେଣୁ ଆଗକୁ ଏହି ବିବାଦକୁ ସେ କେମିତି ମ୍ୟାନେଜ୍‌ କରିବେ ତାହା ଭକ୍ତଙ୍କ ପାଇଁ ବଡ଼ ଆହ୍ବାନ? ସଭାପତି ମୋକିମଙ୍କୁ ବୁଝାଇବେ ନା ବିବାଦ ଆଉ କେଉଁ ରୂପ ନେବ?  ତାହା ଆଗାମି ଦିନରେ ସ୍ପଷ୍ଟ ହେବ?