କନକ ବ୍ୟୁରୋ : ରାହୁଲଙ୍କ ଫୋକସ୍‌ରେ ଓଡ଼ିଶା । ଶାସନ କ୍ଷମତାକୁ ଫେରିବାକୁ ଓଡ଼ିଶାରେ କଂଗ୍ରେସ ପାଖରେ ଅଧିକ ସମ୍ଭାବନା ରହିଛି । ସଙ୍ଗଠନ ସୃଜନ ଅଭିଯାନ ବୈଠକରେ ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସଙ୍ଗଠନ ସୃଜନ ଜରିଆରେ ଜିଲ୍ଲା ସଭାପତି ଚୟନ କରିବ କଂଗ୍ରେସ । ଏଥିପାଇଁ ୩୫ ଜଣିଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି ।  ସେପ୍ଟେମ୍ବର ୨ ତାରିଖରେ  ପର୍ଯ୍ୟବେକ୍ଷକ ଓଡ଼ିଶା ଗସ୍ତରେ ଆସିବା ସହ ବ୍ଲକୱାରୀ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ । ଏହାପରେ ଏଆଇସିସିକୁ ୬ ଜଣ ସମ୍ଭାବ୍ୟ ଜିଲ୍ଲା ସଭାପତିଙ୍କ ନାଁ ସୁପାରିଶ କରିବେ ପର୍ଯ୍ୟବେକ୍ଷକ । ତାଲିକାରୁ ସାଙ୍ଗଠନିକ ଦକ୍ଷତା ଥିବା ବ୍ୟକ୍ତିଙ୍କୁ ଜିଲ୍ଲା ସଭାପତି ବଛାଯିବ । ଓଡ଼ିଶାରେ କଂଗ୍ରେସ ପାଇଁ ସୁଯୋଗ ଥିବାରୁ କଠିନ ପରିଶ୍ରମ କରିବାକୁ ଆହ୍ବାନ ଦେଇଛନ୍ତି ରାହୁଲ ଗାନ୍ଧୀ । 

ରାହୁଲଙ୍କ ଫୋକସରେ ଓଡ଼ିଶା

Advertisment

ଓଡ଼ିଶାରେ ଅଧିକ ସମ୍ଭାବନା ଦେଖୁଛି ଏଆଇସିସି
ଅଧିକ ସମ୍ଭାବନା ଥିବାରୁ ଓଡ଼ିଶାକୁ ଅଧିକ ଗୁରୁତ୍ବ ଦେଉଛି ଏଆଇସିସି
ସଙ୍ଗଠନ ସୃଜନ ବୈଠକରେ ରାହୁଲଙ୍କ ଗୁରୁମନ୍ତ୍ର
ପଞ୍ଚାୟତ ନିର୍ବାଚନରେ ଏକ ହୋଇ ଲଢ଼ିବାକୁ ଆହ୍ବାନ
ସୁସଙ୍ଗଠକ ଓ ଦଳ ପ୍ରତି ଆନୁଗତ୍ୟ ରଖିଥିବା ନେତାଙ୍କୁ ଜିଲ୍ଲା ସଭାପତି ବଛାଯିବ
ବିଜେଡି କ୍ଷମତାରୁ ଯାଇଛି, କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି ହୋଇଛି : ମଲ୍ଲିକାର୍ଜୁନେ ଖଡ଼ଗେ
ସଙ୍ଗଠନ ସୃଜନ ଜରିଆରେ ଜିଲ୍ଲା ସଭାପତି ବାଛିବ କଂଗ୍ରେସ
ପର୍ଯ୍ୟବେକ୍ଷକ ଦଳୀୟ ନେତାଙ୍କ ଦ୍ବାରା ପ୍ରଭାବିତ ନହୋଇ ଉପଯୁକ୍ତ ନେତୃତ୍ବଙ୍କ ନାଁ ଦେବାକୁ ପରାମର୍ଶ 
୩୫ ଜଣିଆ ପର୍ଯ୍ୟବେକ୍ଷକ ସେପ୍ଟେମ୍ବର ୨ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି
ସେପ୍ଟେମ୍ବର ୧୪ରେ ୬ ଜଣିଆ ନାଁ ଏଆଇସିସିକୁ ସୁପାରିଶ କରିବେ ପର୍ଯ୍ୟବେକ୍ଷକ 
ଭକ୍ତଙ୍କ ନେତୃତ୍ବରେ ଏବେ କଂଗ୍ରେସ ବଳ ଗୋଟାଉଛି
ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛି କଂଗ୍ରେସ
ପୂର୍ବପେକ୍ଷା ଅଧିକ ସକ୍ରିୟ ହୋଇଛି କଂଗ୍ରେସ କ୍ୟାମ୍ପ