କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୯ ତାରିଖରେ ପ୍ରତାରଣା ପ୍ରତିବାଦ ସମାବେଶ କରିବ ଯୁବ କଂଗ୍ରେସ । ଯୋଗଦେବେ ଯୁବ ନେତା ଉଦୟଭାନୁ ଚିବ୍  । ତେବେ ଆସନ୍ତା ୯ ତାରିଖରେ ପ୍ରଦେଶ ଯୁବ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଭୋଟ୍ ଚୋରି ଓ ଚାକିରି ବିକ୍ରିକୁ କେନ୍ଦ୍ର କରି ଆନ୍ଦୋଳନକୁ ଓହ୍ଲେଇବ । ରାହୁଲ ଗାନ୍ଧୀ ମିଡ଼ିଆ ସାମ୍ନାରେ ସମ୍ପୂର୍ଣ୍ଣ ତଥ୍ୟ ରଖି ସାରିଛନ୍ତି କିଭଳି ଭୋଟ୍ ଚୋରି ହୋଇଛି । ଏପଟେ ରାଜ୍ୟରେ ହୋଇଛି ଚାକିରୀ ଚୋରି । ବିଜେଡ଼ି ସମୟରେ ମଧ୍ୟ ଚାକିରୀ ବିକ୍ରି ହେଉଥିଲା ବର୍ତ୍ତମାନ ମଧ୍ୟ ହେଉଛି । ବିଜେପି ଅଫିସରେ ଚାକିରୀ ନିଲାମ ପାଇଁ ଏକ ସ୍ୱତନ୍ତ୍ର କକ୍ଷ ରହିଛି । କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦେଇ ଖସି ଯିବାକୁ ଚେଷ୍ଟା କରାଯାଉଛି । କ୍ରାଇମବ୍ରାଞ୍ଚ କଣ ବଡ଼ ବଡ଼ ଆଇ ପି ଏସ୍ ଅଧିକାରୀ ମାନଙ୍କ ବିରୁଦ୍ଧରେ ତଦନ୍ତ କରିବ? ଦୁର୍ନୀତିର ଚେର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ୟ୍ୟନ୍ତ ଲମ୍ବିଛି ବୋଲି କହିବା ସାଙ୍ଗକୁ ଆଗାମୀ ୯ ତାରିଖରେ ହେବାକୁ ଥିବା ଏହି ସମାବେଶରେ ରାଜ୍ୟର ସମସ୍ତ ବ୍ଲକରୁ ଯୁବ କଂଗ୍ରେସର ନେତାମାନେ ଏକାଠି ହେବେ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି  । 

Advertisment