କନକ ବ୍ୟୁରୋ : ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ପରେ ଆଜି ପୁଣି ରାଜଧାନୀରେ ଗର୍ଜିଛନ୍ତି ୮ଟି ଶିକ୍ଷକ ସଂଗଠନ । ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଲୋୟର ପିଏମଜିରେ ଶୋଭାଯାତ୍ରା କରି ଏକାଧିକ ଦାବି ରଖିଛନ୍ତି । ସେପଟେ ଶିକ୍ଷକ ସ୍କୁଲ ଛାଡି ବାରମ୍ବାର ଆନ୍ଦୋଳନ କରୁଥିବାରୁ ନାଲିଆଖି ଦେଖାଇଛନ୍ତି ଗଣଶିକ୍ଷାମନ୍ତ୍ରୀ।
ରାଜରାସ୍ତାରେ ଓଡିଶା କନିଷ୍ଠ ଶିକ୍ଷକଙ୍କ ଗର୍ଜନ : ୧୦ ହଜାରରୁ ଅଧିକ ଶିକ୍ଷକଙ୍କ ବିକ୍ଷୋଭ
ପ୍ରାଥମିକ ଶିକ୍ଷକଙ୍କ ପରେ ଆଜି ପୁଣି ଭୁବନେଶ୍ବରରେ ଏକାଠି ହୋଇଛନ୍ତି ୮ଟି ସଂଗଠନର ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଡାକରାରେ ଲୋୟର ପିଏମଜିରେ ବିଶାଳ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶିକ୍ଷକଙ୍କୁ ପେନ୍ସନ୍ ଓ ବିଦ୍ୟାଳୟକୁ ଅନୁଦାନ ଦାବି କରିଛନ୍ତି ଆନ୍ଦୋଳନକାରୀ । କହିଛନ୍ତି, ସମସ୍ୟାର ସମାଧାନ ପାଇଁ ବାରମ୍ବାର କମିଟି ଗଠନ ହୋଇଥିଲେ ବି ଦାବି ପୂରଣ ହୋଇନଥିବାରୁ ଆଜି ବାଧ୍ୟ ହୋଇ ପୁଣି ଆନ୍ଦୋଳନ କରୁଛି।
ବିଧାନସୌଧରେ ଚାଲିଛି ଶୀତ ଅଧିବେଶନ; ପ୍ରାଥମିକ ଶିକ୍ଷକଙ୍କ ପରେ ଆଦର୍ଶବିଦ୍ୟାଳୟ ଓ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ବିକ୍ଷୋଭ
ବାରମ୍ବାର ଶିକ୍ଷକ ଆନ୍ଦୋଳନକୁ ନେଇ ଗ୍ରହଣ କରିପାରିନାହାନ୍ତି ଗଣଶିକ୍ଷାମନ୍ତ୍ରୀ । ନାଲି ଆଖି ଦେଖାଇବା ସହ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି, ଶିକ୍ଷକଙ୍କ ଦାବି ନେଇ ସଚେତନ ଅଛନ୍ତି ସରକାର । ଅଯଥାରେ ଏଠି ଆସି ବସି ପିଲାଙ୍କ ପାଠ ପଢ଼ାରେ ବାଧା ଦେବା ଠିକ୍ ନୁହେଁ । ନିଜ କଥା ଚିନ୍ତା କରିବା ଅପେକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ଚିନ୍ତା କରନ୍ତୁ । ଅମାନିଆ ହେଲେ ନିଆଯିବ ଆକ୍ସନ୍।
ପୁଣି ଫେରିଲା ଶିକ୍ଷକ ଆନ୍ଦୋଳନ, ରାଜରାସ୍ତାରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ
ସରକାରଙ୍କ ସହ ଆଲୋଚନା ପରେ ଗତକାଲି ଆନ୍ଦୋଳନରୁ ହଟିଥିଲେ ପ୍ରାଥମିକ ଶିକ୍ଷକ। ପାଂଚ ଦିନ ଧରି ଲୋୟର ପିଏମଜିରେ ବିକ୍ଷୋଭ ଚଳାଇଥିଲେ ପ୍ରାଥମିକ ଶିକ୍ଷକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/teacher-2025-12-10-20-38-54.jpg)