ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା, ପୀତବାସଙ୍କ ପାଇଁ ଲଢ଼ିବେ ସ୍ବତନ୍ତ୍ର ପିପି କାଳୀ ଚରଣ ମିଶ୍ର

Advertisment

ଗୃହ ବିଭାଗ ଅନୁମୋଦନ ଲୋଡ଼ିଲା ପୁଲିସ । ସମ୍ବେଦନଶୀଳ ମାମଲା ହୋଇଥିବା ଉଲ୍ଲେଖ ।

ଗୃହ ବିଭାଗ ଅନୁମୋଦନ ଲୋଡ଼ିଲା ପୁଲିସ । ସମ୍ବେଦନଶୀଳ ମାମଲା ହୋଇଥିବା ଉଲ୍ଲେଖ ।

Pitavas Panda murder incident

Pitavas Panda murder incident Photograph: (KanakNews)

କନକ ବ୍ୟୁରୋ:  ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲା । ଲଢିବା ପାଇଁ ସ୍ବତନ୍ତ୍ର ଓକିଲ ନିଯୁକ୍ତ କରିବାକୁ ଡିଜିପିଙ୍କୁ ଚିଠି ଲେଖିଲା ବ୍ରହ୍ମପୁର ପୁଲିସ । ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସିବିଆଇର ପୂର୍ବତନ ଆଇନ ପରାମର୍ଶଦାତା କାଳୀ ଚରଣ ମିଶ୍ରଙ୍କୁ ସ୍ବତନ୍ତ୍ର ପିପି ଭାବେ ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସପି ।

ପୀତବାସ ପଣ୍ଡା ହତ୍ୟା ଘଟଣା : ବାହାରିଲା ଜୟପୁର ଲିଙ୍କ

ଏବଂ ତାଙ୍କୁ ସହାୟତା କରିବାକୁ ହାଇକୋର୍ଟର ଆଇନଜୀବୀ ଅବିନାଶ ପାଢିଙ୍କୁ ସହକାରୀ ପିପି ଭାବେ ନିଯୁକ୍ତ କରିବାକୁ ଅନୁରୋଧ କରିଛି ବ୍ରହ୍ମପୁର ପୁଲିସ । ଡିଜିପିଙ୍କୁ ଚିଠି ଲେଖି ଗୃହ ବିଭାଗର ଅନୁମୋଦନ ଲୋଡିଛି ବ୍ରହ୍ମୁପୁର ପୁଲିସ। ମାମଲା ସମ୍ବେଦନଶୀଳ ହୋଇଥିବାରୁ ସ୍ବତନ୍ତ୍ର ପିପି ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସପି ଶରବଣା ବିବେକ । ଏହି ମାମଲାରେ ଏପର୍ଯ୍ୟନ୍ତ ପୁଲିସ ୧୩ ଜଣଙ୍କୁ ଗିରଫ କରିଛି । କିନ୍ତୁ ଯିଏ ପୀତବାସଙ୍କୁ ଗୁଳି କରିଥିଲା ସେ ଏପର୍ଯ୍ୟନ୍ତ ଧରାପଡିନାହିଁ । କିନ୍ତୁ ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର କରିଥିବା ଏବଂ ସହଯୋଗ କରିଥିବା ୧୩ ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ବରିଷ୍ଠ ନେତା ବିକ୍ରମ ପଣ୍ଡା ।

ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା ; ସାର୍ପସୁଟର କୁରୁପତି ଭୂୟାଁ ଏବେ ବି ଫେରାର

ପୀତବାସ ପଣ୍ଡା ହତ୍ୟା ମାମଲାରେ ସତନ୍ତ୍ର ପିପି ନିଯୁକ୍ତ ପାଇଁ ଅନୁରୋଧ
ଡିଜିପିଙ୍କୁ ଚିଠି ଲେଖି ଅନୁରୋଧ କଲେ ବ୍ରହ୍ମପୁର ଏସପି
ହାଇକୋର୍ଟର ବରିଷ୍ଠ ଆଇନଜୀବୀ କାଳୀ ଚରଣ ମିଶ୍ରଙ୍କୁ ସ୍ବତନ୍ତ୍ର ପିପି ନିଯୁକ୍ତି ଅନୁରୋଧ 
ସିବିଆଇର ପୂର୍ବତନ ଆଇନ ପରାମର୍ଶଦାତା ଥିଲେ କାଳୀ ଚରଣ ମିଶ୍ର
ଏଥିସହ ହାଇକୋର୍ଟର ଆଇନଜୀବୀ ଅବିନାଶ ପାଢିଙ୍କୁ ସହକାରୀ ପିପି ଭାବେ ନିଯୁକ୍ତ ପାଇଁ ଅନୁରୋଧ
ଡିଜିପିଙ୍କୁ ଚିଠି ଲେଖି ଗୃହ ବିଭାଗର ଅନୁମୋଦନ ଲୋଡିଛି ବ୍ରହ୍ମୁପୁର ପୁଲିସ।
ସମ୍ବେଦନଶୀଳ ମାମଲା ହୋଇଥିବାରୁ ସ୍ବତନ୍ତ୍ର ପିପି ନିଯୁକ୍ତ କରିବାକୁ ଅନୁରୋଧ
ଏହି ମାମଲାରେ ଏପର୍ଯ୍ୟନ୍ତ ପୁଲିସ ୧୩ ଜଣଙ୍କୁ ଗିରଫ କରିଛି
କିନ୍ତୁ ଯିଏ ପୀତବାସଙ୍କୁ ଗୁଳି କରିଥିବା ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଧରାପଡିନାହାନ୍ତି
ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର ଏବଂ ସହଯୋଗ କରିଥିବା ୧୩ ଜଣଙ୍କୁ ପୁଲିସ ଗିରଫ କରିଛି
ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ବରିଷ୍ଠ ନେତା ବିକ୍ରମ ପଣ୍ଡା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe