କନକ ବ୍ୟୁରୋ : ବିଜେପି ନେତା ତଥା ଆଇନଜୀବୀ ପୀତବାସ  ପଣ୍ଡା ହତ୍ୟାକାଣ୍ଡ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା । ହତ୍ୟା ମାମଲାରେ ପୁଲିସ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ପଚରା ଉଚୁରା କରିଛି । ତାଙ୍କୁ ଭୁବନେଶ୍ୱରରୁ ଏକ ଟ୍ରାନଜାକ୍ସନ ପ୍ରସଙ୍ଗରେ ପଚରାପଚରି ପାଇଁ ପୁଲିସ ଡକାଇଥିଲା  ଗତକାଲି ରାତିରେ ତାଙ୍କୁ ପୁଲିସର ଏକ ସ୍ୱତନ୍ତ୍ର ଟିମ ଆସି ଡାକି ନେଇଥିବା ସୂଚନା ମିଳିଛି । ବିଳମ୍ବିତ ରାତି ଯାଏଁ ତାଙ୍କୁ ଜେରା କରାଯାଇଛି ।  ଏହି ମାମଲାରେ ପୂର୍ବରୁ ଜଣେ କର୍ପୋରେଟର ଓ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିଛି । ହେଲେ ହାଇପ୍ରୋଫାଇଲ ହତ୍ୟାକାଣ୍ଡର ରହସ୍ୟ ଭେଦି ପାରିନି ପୁଲିସ । ଏହାରି ଭିତରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କୁ ପୁଲିସର ପଚରାଉଚୁରା ଚର୍ଚ୍ଚାର ବିଷୟ ହୋଇଛି । 

Advertisment

କର୍ମଚାରୀଙ୍କୁ ଚକମା ଦେଇ ସୋର ଜେଲରୁ ଚମ୍ପଟ ମାରିଲା ଝାଡ଼ଖଣ୍ଡ କଏଦୀ, ୩ ଦିନ ତଳେ ଆସିଥିଲା ଜେଲ, ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ ଡିଜି

ଗତକାଲି ପୁଲିସ ଆଇଜି ନିତିଶେଖର ଏହି ମାମଲାରେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଥିଲେ । ତେବେ ଶେଷ ଲିଙ୍କର ତନାଘନା ଚାଲିଥିବା ନେଇ ସେ ଇଙ୍ଗିତ କରିଥିଲେ । ସେପଟେ ବିକ୍ରମଙ୍କୁ ଉଠାଇ ନେବାକୁ ନେଇ ସମର୍ଥକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଳମ୍ବିତ ରାତିରେ ବିକ୍ରମଙ୍କ ପରିବାର ଲୋକେ, ବହୁ ଆଇନଜୀବୀ ଓ ବିଜେଡ଼ି ନେତା ଓ କର୍ମୀ ମାନେ ବିଳମ୍ବିତ ରାତିରେ ବୈଦ୍ୟନାଥପୁର ଥାନାରେ ପହଞ୍ଚିଛନ୍ତି ।  ସକାଳ ୯ଟା ରେ ଗଞ୍ଜାମ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ ଲାଗି ନିଷ୍ପତ୍ତି ହୋଇଛି । ସେଥିପାଇଁ ପୁଲିସ ପକ୍ଷରୁ ଥାନା ସମ୍ମୁଖରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଗତକାଲି, ଦିନେ କି ଦୁଇ ଦିନ ଭିତରେ ଘଟଣାର ସତ ପଦାକୁ ଆସିବ ବୋଲି ପୁଲିସକୁ ଠୋସ୍‌ ସୁରାକ ମିଳିଥିବା ସୂଚନା ଆସିଥିଲା । ଆଇଜି କହିଥିଲେ, ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୁଇ ଦିନ ମଧ୍ୟରେ ଓଡ଼ିଶା ଜାଣିବ କିଏ ଓ କାହିଁକି ହତ୍ୟାକାଣ୍ଡ ଭିଆଇଛି ଓ ଏହା ପଛର କାରଣ କଣ । ଏ ସମସ୍ତ ତଥ୍ୟ ସାମ୍ନାକୁ ଆସିବ । 

ସାମ୍ବାଦିକ ସମ୍ମିଳନୀ କରି ସତ ଖୋଲିବ ତଦନ୍ତକାରୀ ଟିମ୍ । ଏନେଇ ସୂଚନା ଦେଇଥିଲେ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର । ଅକ୍ଟୋବର ୬ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ପୀତବାସ ପଣ୍ଡା ରାତିରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଥିଲେ । ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଏବେ ଏହି ଘଟଣାରେ ବିକ୍ରମ ପଣ୍ଡଙ୍କୁ ପଚରାଉଚରା କରୁଛି ପୁଲିସ । ଦେଖିବାକୁ ବାକି ରହିଲା ଏହି ଘଟଣାରେ ପ୍ରକୃତ ଦୋଷୀ କିଏ । ଏବଂ କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟଣାଇଛି ।