କନକ ବ୍ୟୁରୋ : ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ସାର୍ପସୁଟର କୁରୁପତି ଭୂୟାଁଙ୍କ ଫଟୋ ସାମ୍ନାକୁ ଆସିଛି । ତାଙ୍କୁ ଯୋଗାଡ଼ କରିଥିବା ଉମା ବିଷୋୟୀଙ୍କ ବିଷୟରେ ନୂଆ ତଥ୍ୟ ଜଣାପଡ଼ିଛି । ମାମଲା ଏବେ ବ୍ରହ୍ମପୁର ପୁଲିସ୍ ଏବେ ମାମଲାର ତଦନ୍ତ କରୁଛି । ଏଯାଏଁ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇ ସାରିଛି । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଏହି ହତ୍ୟାକାଣ୍ଡ ପଛରେ ହାତ ଥିବା ଅଭିଯୋଗ ହୋଇଛି । ବାର୍ କାଉନସିଲ୍ ଇଲେକସନ୍‌କୁ ନେଇ ପୀତବାସ ପଣ୍ଡା ଓ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଆଉ ପୀତବାସଙ୍କୁ ରାସ୍ତାରୁ ହଟାଇ ଦେବାକୁ ଷଡ଼୍‌ଯନ୍ତ୍ର ରଚିଥିଲେ ବିକ୍ରମ ।

Advertisment

ଅଧିକ ପଢ଼ନ୍ତୁ---ନୂଆପଡାରେ ୩ ଦଳର ଜୋରଦାର ପ୍ରଚାର, ସୁଭଦ୍ରା ସମାବେଶ ନାଁରେ ବିଜେପିର ଶକ୍ତି ପ୍ରଦର୍ଶନ

ଅନ୍ୟପଟେ ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ । ଏନେଇ କୋର୍ଟରେ ଓକିଲାତିନାମା ଦାଖଲ କରିଛନ୍ତି ୪୪ ଜଣ ଆଇନଜୀବୀ । ବିକ୍ରମ ପଣ୍ଡାଙ୍କ ସମେତ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ମଧ୍ୟ ଏହି ୪୪ ଓକିଲ ଲଢ଼ିବେ । ବଡ଼କଥା ହେଉଛି ପୀତବାସ ପଣ୍ଡା ହତ୍ୟା ମାମଲା ଏବେ ରାଜନୈତିକ ମୋଡ଼ ନେଇଛି । ଏହି ଘଟଣାରେ ପୁଲିସ ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡା, କର୍ପୋରେଟର ମଳୟ କୁମାର ବିଷୋୟୀ ଓ ବିଜେଡି ନେତା ମଦନ ଦଳେଇଙ୍କ ସମେତ ୧୨ଜଣଙ୍କୁ ଗତକାଲି କୋର୍ଟଚାଲାଣ କରିଥିଲା । ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଜଣେ ଆଇନଜୀବୀଙ୍କୁ ହତ୍ୟା ହୋଇଥିବାରୁ କୌଣସି ଓକିଲ ଅଭିଯୁକ୍ତଙ୍କ ପାଇଁ କେସ୍ ଲଢ଼ିବେ ନାହିଁ ବୋଲି ଆଗରୁ ନିର୍ଦ୍ଧାରିତ ହୋଇଥିଲା । ହେଲେ ବିକ୍ରମଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କ ସପକ୍ଷରେ ୪୪ ଜଣ ଆଇନଜୀବୀ ୱକାଲତନାମା ଦାଖଲ କରିଛନ୍ତି । ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳେଇ ସମସ୍ତେ ଆଇନଜୀବୀ । ତେଣୁ ପ୍ରାଥମିକ ଭାବେ ସେମାନଙ୍କ ପାଇଁ ବହୁ ଆଇନଜୀବୀ ୱାକାଲତନାମା ଦାଖଲ କରିଛନ୍ତି ।