କନକ ବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ଜୟପୁର ଲିଙ୍କ । ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଜୟପୁରର ବ୍ୟବସାୟୀଙ୍କୁ ଉଠାଇ ଆଣିଲା ବ୍ରହ୍ମପୁର ପୁଲିସ । ଜୟପୁରର ବ୍ୟବସାୟୀ ସୁନୀଲ ହୋତାଙ୍କୁ ଶ୍ରୀରାମନଗରରୁ ପୁଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ଅଭିଯୁକ୍ତ ଉମା ବିଶୋଇ ଓ କୁରୁପତି ଭୁୟାଁକୁ ଜୟପୁର ସହର ନିକଟ ତାଟି ବେଡା ଗାଁରେ ଏକ ଇଟାଫ୍ୟାକ୍ଟ୍ରିରେ ଲୁଚାଇ ରଖିଥିଲା । ସୁନିଲ ହୋତା ବିକ୍ରମ ପଣ୍ଡାଙ୍କ ଘନିଷ୍ଟ ଥିବା ଜଣା ପଡିଛି । ବ୍ରହ୍ମପୁରରୁ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ସୁନିଲକୁ ଧରିବା ପାଇଁ ଜୟପୁର ଟାଉନ ଥାନାକୁ ଆସିଥିଲେ । ଜୟପୁର ପୁଲିସ ସୁନିଲର ଠିକଣା ପାଇବା ପରେ ତାକୁ ଥାନାକୁ ଡାକି ପଚରା ଉଚରା କରିଥିଲେ । ପଚରାଉଚରା ସମୟରେ ପୁଲିସ ଆଗରେ ସୁନିଲ ସବୁ ସତ ମାନିଯାଇଥିଲା । ଏହାପରେ ବ୍ରହ୍ମପୁର ପୁଲିସ ତାକୁ ଜୟପୁରରୁ ଉଠାଇ ନେଥିବା ଜଣାପଡିଛି ।
ପୀତବାସ ହତ୍ୟାକାଣ୍ଡର ଖୋଲୁଛି ଗୁମର : ବନ୍ଧାହେଲେ ପ୍ରିୟ ବନ୍ଧୁ ବିକ୍ରମ , ଏମିତି କରାଯାଇଥିଲା ହତ୍ୟା ପ୍ଲାନିଂ
ସେପଟେ, ପୀତବାସ ହତ୍ୟା ମାମଲା , ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ପୁଲିସ । ପୁଲିସ ଭ୍ୟାନ୍ରେ ବିକ୍ରମଙ୍କୁ କୋର୍ଟ ନେଇଛି ପୁଲିସ । ପୁଲିସ ରାତି ଅଧରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା । କିଏ ଓ କାହିଁକି ପୀତବାସ ପଣ୍ଡାଙ୍କୁ ହତ୍ୟା କଲା ତାର ସବୁ ସତ ସାମ୍ନାକୁ ଆସିଛି । ରାଜନୈତିକ, ବୃତ୍ତିଗତ ନା ବ୍ୟକ୍ତିଗତ କାରଣ, ସେକଥା ମଧ୍ୟ ସ୍ପଷ୍ଟ ହୋଇଛି । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଟକ ରଖି ଜେରା କରୁଥିଲା ବ୍ରହ୍ମପୁର ପୁଲିସ । ରିଜର୍ଭ ବାରାକରେ ରଖି ପଚରା ଉଚୁରା କରାଯାଇଥିଲା । ଏକ ଟ୍ରାଞ୍ଜାକ୍ସନ ମାମଲାରେ ତାଙ୍କୁ ପୁଲିସ ଡକାଇଥିଲା ।
ବିକ୍ରମ ପଣ୍ଡାଙ୍କୁ ଗଜପତି ନଗର ସ୍ଥିତ ବାସ ଭବନରୁ ଉଠାଇ ଆଣି ଜେରା କରିବା ସହ ସାର୍ପସୁଟର ଚିଣ୍ଟୁକୁ ପୁଲିସ ବେଙ୍ଗାଲୁରୁରୁ ଟେକି ଆଣିଥିଲା । ଚିଣ୍ଟୁ ନିକଟରୁ ଏକ ବନ୍ଧୁକ ଜବତ ହୋଇଥିବା ସୂଚନା ବି ମିଳିଥିଲା । ସେପଟେ ପୁରୀରୁ ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଉଠାଇ ଆଣିଥିଲା । ସମୁଦ୍ର ବାଲିରେ ସେ ଲୁଚାଇଥିବା ଆଉ ଏକ ବନ୍ଧୁକ ବି ଜବତ କରିଥିଲା । ଜଣେ କର୍ପୋରେଟର ଓ ଛାତ୍ରନେତାଙ୍କୁ ମିଶାଇ ମୋଟ ୧୫ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଥିଲା । ଆଉ ଏବେ ପୀତବାସ ହତ୍ୟା ଘଟଣା ଉପରୁ ପରଦା ହଟିଛି ।
ବଢ଼ିଲା ବାତ୍ୟା ଭୟ ! ପଛକୁ ପଛ ଆସୁଛି ୨ ଲଘୁଚାପ , ବାତ୍ୟା ଟାର୍ଗେଟରେ ଦକ୍ଷିଣ ଓଡ଼ିଶା !
ଗତକାଲି ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ବିକ୍ରମ ପଣ୍ଡାଙ୍କୁ ଉଠାଇ ନେବା ପରେ ତାଙ୍କ ଘର ବାହାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ବିକ୍ରମ ପଣ୍ଡାଙ୍କ ସମର୍ଥକଙ୍କ ସମେତ ଅନେକ ଆଇନଜୀବୀ ସେଠାରେ ଏକତ୍ରିତ ହୋଇଥିଲେ । ଗଞ୍ଜାମ ବିଜେଡି ପକ୍ଷରୁ ବିକ୍ଷୋଭ ମଧ୍ୟ କରାଯାଇଥିଲା । କିନ୍ତୁ ଏହାରି ଭିତରେ ବିକ୍ରମଙ୍କୁ ଗିରଫ କରିଛି ପୁଲିସ ।