ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା : ଆଜି ହେବ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ହେବ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ ।  ଏନେଇ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା ପୁଲିସ ।  କୋର୍ଟଙ୍କ ଅର୍ଡର ମିଳି ସାରିଥିବା ବେଳେ ଅପରାହ୍ଣ ରେ ହେବ ଅଭିଯୁକ୍ତଙ୍କ ଟିଆଇ ପରେଡ୍

pitabas panda

Photograph: (kanaknews)

କନକବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ହେବ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ ।  ଏନେଇ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା ପୁଲିସ ।  କୋର୍ଟଙ୍କ ଅର୍ଡର ମିଳି ସାରିଥିବା ବେଳେ ଅପରାହ୍ଣ ରେ ହେବ ଅଭିଯୁକ୍ତଙ୍କ ଟିଆଇ ପରେଡ୍ ।  ଏନେଇ ଏସ୍‌ଡିଜେଏମ କୋର୍ଟରେ ଏହି ମାମଲାର ଶୁଣାଣି ରହିଛି  ମାମଲାର ତଦନ୍ତକାରୀ ଅଧିକାରୀ ଏସ୍‌ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଏନେଇ କୋର୍ଟରେ ଆବେଦନ କରିଥିଲେ । ମୋଟ ୮ ଜଣଙ୍କର ଟିଆଇ ପରେଡ ହେବ ବୋଲି ସୂଚନା ମିଳିଛି ।  ସୁଟର କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ସହ ବିହାରୀ ସୁଟର ଶିଶୁପାଳ ପାଶୱାନ ଓ କୁନ୍ଦନ କୁମାରଙ୍କ ଟିଆଇ ପରେଡ ହେବ ।  

ଅଧିକ ପଢନ୍ତୁ... ଇତିହାସ ରଚିଲେ ମୈଥିଳୀ;କମ୍ ବୟସରେ ଗାୟିକା ପରେ ହେଲେ ବିଧାୟିକା

ସେହିପରି ସୁଟର ଯୋଗାଡ଼ କରିଥିବା ଯୋଗୀ ରାଉତ, ଉମା ବିଷୋୟୀ, ସିମାଞ୍ଚଳ ନାୟକ ଓ ବିପିନ ସ୍ୱାଇଁଙ୍କ ଟିଆଇ ପରେଡ ଲାଗି ଆବେଦନ ହୋଇଛି ।  ଯଦି କୋର୍ଟ ଟିଆଇ ପରେଡକୁ ଅନୁମତି ଦେଉଛନ୍ତି ,  ତେବେ  ବ୍ରହ୍ମପୁର  ଜେଲରେ  ଏହା  କରାଯାଇପାରେ  ।

ସୂଚନାଅନୁଯାୟୀ ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲା, ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କରିଥିଲେ  ୨୦୯ଜଣ ଓକିଲ । ପୂର୍ବରୁ ବିକ୍ରମଙ୍କ ସପକ୍ଷରେ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିଲେ  ।  ଗୁରୁବାର ବିକ୍ରମଙ୍କ ଓକିଲ ଏକ ପିଟିସନ ବ୍ରହ୍ମପୁର ଏସ ଡିଜେଏମଙ୍କ କୋର୍ଟରେ ଦାଖଲ କରିଥିଲେ । ପୀତବାସ ହତ୍ୟା ମାମଲାରେ ବିକ୍ରମ ଙ୍କ ସଂପୃକ୍ତି ନାହିଁ ବୋଲି ଦାବି କରି ତାଙ୍କୁ ମାମଲାରୁ ମୁକ୍ତ ପାଇଁ ଏହି ପିଟିସନ ଦାଖଲ କରାଯାଇଥିଲା   । 

ଅଧିକ ପଢନ୍ତୁ ... ଓଲିଉଡକୁ ଲାଗିଛି କାହା ନଜର ? ଅଭିଜିତଙ୍କ ପରେ ହସ୍ପିଟାଲରେ ହ୍ୟୁମାନ ସାଗର

ସେପଟେ ମଧ୍ୟ ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା  ମାମଲାରେ ବିବାଦୀୟ ବୟାନ୍ ଦେବା ପ୍ରସଙ୍ଗରେ ଅବଶେଷରେ ହାଇକୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ  ବ୍ରହ୍ମପୁର ଏସପି ଡାକ୍ତର ଶ୍ରବଣା ବିବେକ  ।   ଏହାପରେ ତାଙ୍କ ବିରୁଦ୍ଧରେ ଅଦାଲତ ମାମଲା ନ ଚଳାଇବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।   

ସୂଚନାଯୋଗ୍ୟ, ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଏସପି ଗଣମାଧ୍ୟମରେ ଦେଇଥିବା ବୟାନରେ ହାଇକୋର୍ଟରେ ବିଚାରାଧୀନ ବ୍ରହ୍ମପୁର ବିଧାନସଭା ଆସନ ସଂପର୍କିତ ନିର୍ବାଚନୀ ମୋକଦ୍ଦମା ସଂକ୍ରାନ୍ତରେ ଦେଇଥିବା ଟିପ୍ପଣୀ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା  । 

ହାଇକୋର୍ଟ ଏହି ପ୍ରସଂଗକୁ  ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ବ୍ରହ୍ମପୁର ଏସପିଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ ।  କେଉଁ ପରିସ୍ଥିତି ରେ ଓ କେଉଁ କାରଣରୁ ଏସପି ଏପରି ବ୍ୟକ୍ତିବ୍ୟ ଦେଇଥିଲେ ସେ ନେଇ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା  ।     ବିଶେଷ କରି ହାଇକୋର୍ଟ ଶୁଣୁଥିବା ନିର୍ବାଚନୀ ମୋକଦ୍ଦମା ପ୍ରସଂଗରେ ଉଲ୍ଲେଖ କରି ଏସପି କେଉଁ ସ୍ଥିତିରେ  ଏପରି  ବକ୍ତବ୍ୟ ରଖିଥିଲେ ଓ ଏପରି ଆଚରଣକୁ ଅଦାଲତଙ୍କ ଅବମାନନା ଭାବେ କାହିଁକି ଗ୍ରହଣ କରା  ନ ଯିବ ସେ ନେଇ ସ୍ପଷ୍ଟୀକରଣ ଦେବାକୁ ହାଇକୋର୍ଟ କହିଥିଲେ  ।   ନଭେମ୍ବର ୭ ସୁଦ୍ଧା ହାଇକୋର୍ଟରେ ଏପରି ସ୍ପଷ୍ଟୀକରଣ ଏସପି ଦାଖଲ କରିବେ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ରହ୍ମପୁର ଆସନ ସଂପର୍କିତ ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ

ମାମଲାର ଶୁଣାଣି ସମୟରେ ନିର୍ବାଚନୀ ମୋକଦ୍ଦମାର ଆବେଦନକାରୀ ମନୋଜ କୁମାର ପଣ୍ଡାଙ୍କ ତରଫରୁ ଏକ ସତ୍ୟପାଠ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ଅକ୍ଟୋବର ୨୨ରେ ସେ ରେଳ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ତିନି ଜଣ ସାଧା ପୋଷାକରେ ଥିବା ପୁଲିସ କର୍ମଚାରୀ ତାଙ୍କୁ ଜୋର ଜବରଦସ୍ତ ପୁଲିସ ଗାଡ଼ିରେ ବସାଇଥିଲେ । 

ତାଙ୍କୁ ପୁଲିସ ବାରାକକୁ ନେଇ ଅକ୍ଟୋବର ୨୪ ଯାଏ ଅଟକ ରଖାଯାଇ ନିର୍ବାଚନୀ ମୋକଦ୍ଦମା ସଂକ୍ରାନ୍ତରେ ଜେରା କରାଯାଇଥିଲା ।  ସେ କାହିଁକି ନିର୍ବାଚନୀ ମୋକଦ୍ଦମା ବ୍ରହ୍ମପୁର ବିଧାୟକଙ୍କ ବିରୋଧରେ ରୁଜୁ କରିଛନ୍ତି ସେ ନେଇ ପ୍ରଶ୍ନ କରାଯାଇଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ।  ନିର୍ବାଚନୀ ମୋକଦ୍ଦମାରେ ଦାୟର ଅନ୍ତରୀଣ ଆବେଦନ ସହିତ ସଂଲଗ୍ନ ଅକ୍ଟୋବର ୨୩ରେ ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ପ୍ରସଂଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଏକ ହତ୍ୟା ମାମଲାରେ ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀରେ ବୟାନ ‌‌ଦେଇଥିଲେ । 

ଅଧିକ ପଢନ୍ତୁ ...ନୂଆପଡ଼ା ବିକାଶର ସାରଥୀ ହେବେ ଜୟ : ମୁଖ୍ୟମନ୍ତ୍ରୀ

‘ନିର୍ବାଚନୀ ମାମଲାରେ ଟିପ୍ପଣୀ ଦେବା ଉଦବେଗର ବିଷୟ’

ବିକ୍ରମ ପଣ୍ଡା ଓ ଶିବଶଙ୍କର ଦାଶଙ୍କ ମଧ୍ୟରେ ନିର୍ବାଚନୀ ମୋକଦ୍ଦମା କମନ୍ ଲିଙ୍କ୍, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ବିରୋଧରେ ଏହି ଆବେଦନ ଦାୟର କରାଯାଇଥିଲା । ଶିବଶଙ୍କର ଦାଶଙ୍କ ଅବାସରେ କାର୍ଯ୍ୟ କରୁଥିବା ଜଣେ ହେଲ୍ପରଙ୍କ ନାଁରେ ଏହା ଦାୟର କରାଯାଇଥିଲା । ବାସ୍ତବରେ ଶିବଶଙ୍କର ଦାଶ ନିଜେ ଏହି ମାମଲା ଦାୟର କରିଥିଲେ। ମାମଲା ପାଇଁ ଆଇନଗତ ଖର୍ଚ୍ଚ ଓ ଆଇନଜୀବୀଙ୍କ ଫି’ ବିକ୍ରମ ପଣ୍ଡା ବହନ କରୁଥିଲେ ବୋଲି ଏସିପି କହିଥିବା ଏହି ଖବରରେ ଉଲ୍ଲେଖ କରାଯାଇଥିଲା  ।

ଯଦି ଏହା ସତ ହୋଇଥାଏ, ତେବେ ଏପିଙ୍କ ଭଳି ବରିଷ୍ଠ ବରିଷ୍ଠ ପୁଲିସ ଅଧିକାରୀ ସର୍ବସାଧାରଣରେ କୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ସଂକ୍ରାନ୍ତରେ ଟୀପ୍ପଣୀ ଦେବା ଉଦବେଗର ବିଷୟ ବୋଲି ହାଇକୋର୍ଟ କହିଛନ୍ତି । ନିର୍ବାଚନୀ ମୋକଦ୍ଦମାର ଆବେଦନକାରୀ ଓ ପ୍ରତିପକ୍ଷଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଦୁଇ ବରିଷ୍ଠ ଆଇନଜୀବୀ ଦର୍ଶାଇଥିଲେ ଯେ ଏସପିଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ ଉପଲବ୍ଧ । ନିର୍ବାଚନୀ ମୋକଦ୍ଦମାର ସମ୍ମାବ୍ୟ ଫଳାଫଳ ଉପରେ ମଧ୍ୟ ଏସପି ଟିପ୍ପଣୀ ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଯାହା ସଂପୂର୍ଣ୍ଣ ଭାବେ ଅନୁଚିତ ବୋଲି ଦର୍ଶାଯାଇଥିଲା  । 

ଏଭଳି ସ୍ଥିତିରେ ଏସପିଙ୍କୁ ସ୍ପଷ୍ଟୀକରଣ ଦାଖଲ ପାଇଁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି  ।  ଏହି ସତ୍ୟପାଠ ସହିତ ଆଜିର ନିର୍ଦ୍ଦେଶର କପି ଅତିରିକ୍ତ ସରକାରୀ ଓକିଲ (ଏଜିଏ)ଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଂଗରେ ପକ୍ଷ ରଖିବାକୁ ଓ କଣ ସ୍ଥିତି ସେ ନେଇ ଜଣାଇବାକୁ ଏଜିଏଙ୍କୁ ହାଇକୋର୍ଟ କହିଛନ୍ତି। ନଭେମ୍ବର ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe