କନକ ବ୍ୟୁରୋ : ବଲିଉଡ ପରେ ଓଲିଉଡକୁ କାହା ନଜର ଲାଗିଛି କେଜାଣି, ଅଭିଜିତ୍ ଦା’ ହସ୍ପିଟାଲ ବେଡରେ ଥିବାବେଳେ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଆଉ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କିଛିଦିନ ଧରି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ହ୍ୟୁମାନଙ୍କୁ ଶୁକ୍ରବାର ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି । କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି ଓଲିଉଡ୍ ସଙ୍ଗୀତ ଜଗତର ଅରିଜିତ ସିଂ ବୋଲାଉଥିବା ହ୍ୟୁମାନ ସାଗର । ଖାଲି ହ୍ୟୁମାନ ନୁହନ୍ତି ଓଲିଉଡର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଦୀର୍ଘ ଦୁଇ ମାସ ହେଲାଣି ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଭଗବାନଙ୍କ କୃପାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି ।
ଅଧିକ ପଢ଼ନ୍ତୁ--ଆଦିବାସୀଙ୍କ ଭଗବାନ ବିର୍ସା ମୁଣ୍ଡା: ଯାହାଙ୍କୁ ଦେଖିଲେ ଭୟରେ ଥରୁଥିଲେ ଇଂରେଜ
ବଡ଼କଥା ହେଉଛି ଖାଲି ହ୍ୟୁମାନ ସାଗର ଏବଂ ଅଭିଜିତ ମଜୁମଦାର ନୁହେଁ କିଛି ଦିନ ପୂର୍ବରୁ ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ତେବେ ଜଣକ ପରେ ଜଣେ ଓଲିଉଡ କଳାକାର ମାନେ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶା ଖେଳାଇଛି । ଆଉ ଅନେକ ପ୍ରଶଂସକ କହୁଛନ୍ତି ବଲିଉଡ ଭଳି ଓଲିଉଡକୁ ବି କାହା ନଜର ଲାଗିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/15/ollywood-2025-11-15-12-36-44.jpg)