କନକ ବ୍ୟୁରୋ : ନୂଆପଡ଼ା ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଜୟ ଢୋଲକିଆ । ପହଞ୍ଚିବା ପରେ ଜୟଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ୮୦ ହଜାରରୁ ଅଧିକ ଭୋଟ୍‌ରେ ଜିତି ରେକର୍ଡ ସୃଷ୍ଟି କରିଛନ୍ତି ଜୟ । ପାର୍ଟି କାର୍ଯ୍ୟାଳୟରେ କାର୍ଯ୍ୟକ୍ରମରେ ଜୟ କହିଛନ୍ତି, ଯେଉଁମାନେ ବାପାଙ୍କ ଫଟୋକୁ ଲଗାଇଥିଲେ ତାଙ୍କ ଉପରେ ଭାରି ପଡିଲା , ଏ ଜନାଦେଶ ତାର ପ୍ରମାଣ । ଏ ବିଜୟ ମୋର ନୁହେଁ, ନୂଆପଡା ବାସୀଙ୍କର । ମୁଖ୍ୟମନ୍ତ୍ରୀ ଓ ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୟ ଢୋଲକିଆ । ଜୟ ଢୋଲକିଆ ନୂଆପଡାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରନ୍ତୁ । ପ୍ରଭୁ ଜଗନ୍ନାଥ ଦର୍ଶନ ପରେ ନିଜ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ସେପଟେ ବିଜୟ ପରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଜୟ ଢୋଲକିଆ । 

Advertisment

ଅଧିକ ପଢ଼ନ୍ତୁ--ଆଦିବାସୀଙ୍କ ଭଗବାନ ବିର୍ସା ମୁଣ୍ଡା: ଯାହାଙ୍କୁ ଦେଖିଲେ ଭୟରେ ଥରୁଥିଲେ ଇଂରେଜ

ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନରେ ବିଜେଡିର ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣେଶ୍ବର ବେହେରା । ବିଜେଡି ପ୍ରଥମ ସ୍ଥାନ ପାଇଁ ଲଢୁଥିଲା । ହେଲେ ନିର୍ବାଚନରେ ହାରିବା ଓ ପ୍ରଥମ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିବା ଏକ ବଡ଼ ବିପର୍ଯ୍ୟୟ ବୋଲି ସେ କହିଛନ୍ତି । ଏହାର କାରଣ ଖୋଜିବାକୁ ପଡିବ । ଯନ୍ତ୍ରଣା ମୁକ୍ତ ହେଲା ପରେ କାରଣ ଖୋଜିବ ବିଜେଡି । ସେହିପରି ଫଳାଫଳକୁ ଅଭାବନୀୟ ବୋଲି ସେ କହିଛନ୍ତି । ବିଜେଡିର ପରାଜୟ ହେବ, ତୃତୀୟ ସ୍ଥାନକୁ ଯିବ, ବିଜେପି ଇତିହାସ ରଚନା କରିବ ବୋଲି ନୂଆପଡାବାସୀ ଭାବିନଥିଲେ ବୋଲି ସେ କହିଛନ୍ତି । ନୂଆପଡା ବାସି ସବୁବେଳେ ସରକାରୀ ଦଳ ପ୍ରତି ମମତା ରଖନ୍ତି ।  ସରକାରୀ ଦଳରେ ଥିଲୁ ସରକାରୀ ଦଳରେ ରହିବୁ ଏହି ମୋହ ପ୍ରଭାବିତ କଲା । ନିର୍ବାଚନ ପରିଚାଳନାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ୧୭ ମାସ ତଳେ ଯେଉଁ ଦଳ ୧୦ହଜାର ଭୋଟରେ ଜିତିଥିଲା ଆଜି ସେ ଦଳ ଏତେ ଭୋଟରେ ହାରିଲା । ୪୧ଟି ବୁଥରେ ୯୧ ପ୍ରତିଶତରୁ ଅଧିକ ପୁଲିଂ ହେବା, ସହଜରେ ବିଶ୍ୱାସ ହେଉନି ବୋଲି ସେ କହିଛନ୍ତି ।