କନକ ବ୍ୟୁରୋ : ପୀତବାସ ହତ୍ୟାକାଣ୍ଡ ପରେ କ୍ରାଇମ୍‌ ସ୍ପଟରେ ହତ୍ୟାକାରୀ କୁରୁପତି ଭୂୟାଁର ସିନ୍‌ ରିକ୍ରିଏସନ। ଗଳି ଭିତରୁ ଆସି ପୀତବାସଙ୍କୁ ଅପେକ୍ଷା କରିଥିବା କୁରୁପତି କେମିତି ମାରିଥିଲା ଗୁଳି, ସର୍ବସମୁଖରେ ଦେଖାଇଦେଲା ଡେମୋ। ଏ ଚିତ୍ର ହିଁ ବୟାନ କରୁଛି ସେଦିନ ରାତିରେ କେମିତି ଟଳି ପଡ଼ିଥିଲେ ଆଇନଜୀବୀ ପୀତବାସ ପଣ୍ଡା । ୨ ଦିନିଆ ରିମାଣ୍ଡରେ ଥିବା ୬ ଅଭିଯୁକ୍ତଙ୍କୁ ଘନ ଘନ ଜେରା ବେଳେ ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ଦାବି କରିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ନ ଦେଇ ବି ମାମଲାର ମୂଳକୁ ଯିବା ଲାଗି ଅଭିଯୁକ୍ତଙ୍କ ବୟାନ ଯଥେଷ୍ଟ ବୋଲି କହିଛନ୍ତି ଏସପି । 

Advertisment

ସାହସ ଦେଖାଇଲେ ସତ୍ୟ; ଭରା ନଈରୁ ବଞ୍ଚାଇଲେ  ଦୁଇଟି ଜୀବନ

ଏଭଳି ମାରାଥନ ପ୍ରଶ୍ନର ଉତ୍ତର ଦେଇଛନ୍ତି ସୁପାରି ଡିଲର ଉମା ବିଷୋୟୀ, କର୍ପୋରେଟର ମଳୟ ବିଷୋୟୀ ଓ ବିଜେଡି ନେତା ମଦନ ଦଳେଇ। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ଏହି ୩ ଜଣଙ୍କ ବୟାନ ନିର୍ଦ୍ଧାରଣ କରିବ ବିକ୍ରମଙ୍କ ସମ୍ପୃକ୍ତି ଓ ମାମଲାର ଭବିଷ୍ୟତ। ତେଣୁ ଅତି ଚତୁରତାର ସହ ପୁଲିସ ଅନ୍ୟ ଜଣେ କର୍ପୋରେଟରଙ୍କୁ ଏମାନଙ୍କ ସହ ମୁହାଁମୁହିଁ ଜେରା କରିଛି । 

ନୂଆ ଦିଗରେ ଭାରତ-ତାଲିବାନ ସମ୍ପର୍କ ; କାବୁଲରେ ଖୋଲିବ ହିନ୍ଦୁ-ଆଫଗାନ୍ ରିସର୍ଚ୍ଚ ସେଣ୍ଟର

ଏପଟେ ବିକ୍ରମ ପଣ୍ଡାଙ୍କୁ ମାମଲାରୁ ବାଦ୍‌ ଦେବାକୁ କୋର୍ଟରେ ତାଙ୍କ ସପକ୍ଷରେ ପୂର୍ବରୁ ୪୦ ଓକିଲ ଓକିଲାତନାମା ଦାଖଲ କରିଥିଲେ। ଏବେ ତାଙ୍କ ବିପକ୍ଷରେ ୨୦୯ ଓକିଲ ଓକିଲାତନାମା ଦାଖଲ କରିଛନ୍ତି ।