କନକ ବ୍ୟୁରୋ : ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲାରେ ଆଜି କ୍ରାଇମ୍ସିନ୍ ରିକ୍ରିଏସନ୍ କରିଛି ପୁଲିସ । ସାର୍ପସୁଟର କୁରୁପତି ଓ ବାଇକ୍ ଚାଳକ ଚିଣ୍ଟୁକୁ ନିଆଯାଇଥିଲା କ୍ରାଇମ୍ସ୍ପଟ୍ । ପୁଲିସ ଆଗରେ ହତ୍ୟାକାଣ୍ଡର ପୂରା କାହାଣୀ କହିଥିଲେ ଏହି ଦୁଇ ଅଭିଯୁକ୍ତ । ପୀତବାସଙ୍କ ପାଖକୁ ଯାଇ କିପରି ନମସ୍କାର କରିଥିଲେ ? ପୀତବାସ କିଏ ବୋଲି ପଚାରିବା ପରେ କେମିତି ଗୁଳିମାଡ଼ କରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ, ତାହାର ଡିମୋ ଦେଖାଇଛି ସାର୍ପସୁଟର କୁରୁପତି । ଆଉ ଏସବୁର ଭିଡିଓଗ୍ରାଫି କରିଛି ପୁଲିସ ।
୬ ଦିନ ପରେ ଭୋଟ ଦେଇ ନେତା ବାଛିବେ ନୂଆପଡ଼ାବାସୀ, ଫାଇନାଲ ଫାଇଟ୍ ପୂର୍ବରୁ କାଲି ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ
ସେପଟେ ପୀତବାସଙ୍କ ଭାଇ ଆଣିଛନ୍ତି ଆଉ ଏକ ବଡ଼ ଅଭିଯୋଗ । ହତ୍ୟାକାଣ୍ଡର ୭ରୁ ୮ ଦିନ ପୂର୍ବରୁ ପୀତବାସଙ୍କ ପୁଅକୁ ଆସିଥିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । କିଏ କାହାର ରାଜନୈତିକ ଶତ୍ରୁ ହୋଇପାରେ, ହେଲେ କ’ଣ ମଣିଷ ମାରିଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଉତ୍କଳୀୟ ପରମ୍ପରାର ଝଲକ, କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ଡଙ୍ଗା
ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ମୋଟ୍ ୧୬ ଜଣଙ୍କୁ ଗିରଫ କରାଯାଇଛି । ସାର୍ପସୁଟର କୁରୁପତିଙ୍କ ସମେତ ୬ ଜଣଙ୍କୁ ରିମାଣ୍ଡରେ ନେଇଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/05/pitabas-2025-11-05-20-13-02.jpg)