ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ଟଙ୍କା ଦେଇଥିଲେ ସରକାର; ଏଯାଏଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିନି ପୋଷାକ

ଖବର ପ୍ରସାରଣ ପରେ ତତ୍ପର ଗଣଶିକ୍ଷାବିଭାଗ । ତୁରନ୍ତ ବଂଣ୍ଟନ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Student

Student Photograph: (KanakNews)

କନକ ବ୍ୟୁରୋ: ପୋଷାକ ମିଳିନଥିବାରୁ ପୁରୁଣା ପିନ୍ଧୁଛନ୍ତି ଛାତ୍ରଛାତ୍ରୀ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପୁଣି ଥରେ ତତ୍ପର ହୋଇଛି ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କୁ ତୁରନ୍ତ ପୋଷାକ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ୬ମାସ ତଳୁ ସରକାର ନିର୍ଦ୍ଦେଶ ଦେଇଥିଲେ ବି ତାହା ଆଜି ଯାଏ କାର୍ଯ୍ୟକାରୀ ହୋଇପାରିନି। ଶିକ୍ଷାବର୍ଷ ସରିବାକୁ ବସିଥିଲେ ବି ବହୁ ଜିଲ୍ଲାରେ ଅଧାରୁ କମ୍ ପିଲାଙ୍କୁ ପୋଷାକ ବଣ୍ଟାଯାଇଛି ।

ବର୍ଷା ପାଣିରେ ଦୁଇମାସ ହେବ ବୁଡ଼ି ରହିଛି ସ୍କୁଲ ପରିସର, ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀଙ୍କ ଘରେ ଚାଲିଛି ପାଠପଢ଼ା

ସରକାରଙ୍କ ଏହି ତଥ୍ୟ ଉପରେ ନଜର ପକାନ୍ତୁ । ଦେବଗଡ଼, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁରରେ ଶତ ପ୍ରତିଶତ ପୋଷାକ ବଂଟନ ହୋଇଛି । ଅନୁଗୁଳ, କେନ୍ଦୁଝର, ଜଗତସିଂହପୁର, ସୁନ୍ଦରଗଡ଼, ଖୋର୍ଦ୍ଧା, ନୂଆପଡ଼ା, ଯାଜପୁରରେ ୮୦ପ୍ରତିଶତ ପିଲାଙ୍କୁ ୟୁନିଫର୍ମ ମିଳିଛି । କେନ୍ଦ୍ରାପଡ଼ାର ମାତ୍ର ୧୭ ପ୍ରତିଶତ ସ୍କୁଲରେ ବଂଟାଯାଇଛି ପୋଷାକ । ଯାହାକି ସାରାରାଜ୍ୟରେ ସର୍ବନିମ୍ନ ।  ସେହିପରି କନ୍ଧମାଳ ରେ ମାତ୍ର ୨୯ ପ୍ରତିଶତ, ସୋନପୁର ରେ ୩୩ ପ୍ରତିଶତ ଓ ବାଲେଶ୍ବରରେ ୩୪ ପ୍ରତିଶତ ପୋଷାକ ବଣ୍ଟନ ହୋଇଛି। କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତୁରନ୍ତ ପୋଷାକ ଯୋଗାଇ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ । 

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା, ହଷ୍ଟେଲରେ ନାନା ଅବ୍ୟବସ୍ଥା ଅଭିଯୋଗ, ଫି' କମାଇବା ପାଇଁ ଦାବି


ସ୍କୁଲରେ ପଢ଼ୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାୟ ୧୦୮ କୋଟି ଟଙ୍କା ଦେଇଥିଲେ। ଏହି ଟଙ୍କା ଜିଲ୍ଲାମାନଙ୍କୁ ବାଣ୍ଟି ଦିଆଯାଇଥିଲା । ଉଚ୍ଚସ୍ତରୀୟ କମିଟି ଗଠନ କରି ଭେଣ୍ଡର ଚୟନ ପାଇଁ ଶିକ୍ଷାଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଭେଣ୍ଡର ଚୟନ କରୁ କରୁ ଅଧିକାରୀମାନେ ନେଇଯାଇଥିଲେ ୪ମାସ ସମୟ। ଶେଷରେ ଅକ୍ଟୋବର ମାସରେ ତରବରିଆ ଭାବେ ଭେଣ୍ଡର ଚୟନ କରାଯାଇଛି ।

ଏହା ପଛରେ ବଡ ଦୁର୍ନୀତି ରହିଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ ଓ ବୁଦ୍ଧିଜୀବୀ ।  ଏସବୁ ଭିତରେ ସ୍କୁଲରେ ପୋଷାକ ବଂଟନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। କନକ ନ୍ୟୁଜରେ ଖବର ବାଜିବା ପରେ ବିଭିନ୍ନ ସ୍କୁଲରେ ପିଲାଙ୍କୁ ଦିଆଯାଇଛି ପୋଷାକ । ଏବେ ପ୍ରଶ୍ନ ଉଠୁଛି, କେବେ ସୁଦ୍ଧା ସବୁ ପିଲାଙ୍କୁ ମିଳିବ ପୋଷାକ? ସରକାରଙ୍କ ଉଦେଶ୍ୟକୁ ଦିଗହରା କରିଥିବା ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe