କନକ ବ୍ୟୁରୋ : ହଷ୍ଟେଲ ଫି’ କମାଇବା ଦାବିରେ ଆନ୍ଦୋଳନରେ ବସିଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ବାରମ୍ବାର ଦାବି ପରେ କେହି ନଶୁଣିବାରୁ କୁଳପତିଙ୍କୁ ଘେରିବା ସହ ଦୀର୍ଘ ସମୟ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି । ୧୦ ହଜାର ଟଙ୍କା ହଷ୍ଟେଲ ଫି’ ଦେବା ପରେ ମଧ୍ୟ ହଷ୍ଟେଲରେ ନାନା ଅବ୍ୟବସ୍ଥା ରହିଥିବା ଅଭିଯୋଗ କରି ଏହି ଧାରଣା ଦିଆଯାଇଛି । ଏଇ ସପ୍ତାହରେ ନାକ୍ ଟିମ ବିଶ୍ବବିଦ୍ୟାଳୟ ବୁଲିବାକୁ ଆସୁଛନ୍ତି । ତା’ର ଠିକ୍ ପୂର୍ବରୁ ଛାତ୍ର ଅଶାନ୍ତି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି ।
ବଢୁଛି ଫି’, ମିଳୁନି ସେବା
- ଫି’ କମାଇବା ଦାବିରେ ଭଞ୍ଜବିହାର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
 - ବିଶ୍ୱବିଦ୍ୟାଳୟର ହଷ୍ଟେଲ ଅବସ୍ଥା ଅତ୍ୟନ୍ତ ଶୋଚନୀୟ
 - କେଉଁଠି କାନ୍ଥ ଫାଟି ଆଁ କରିଛି
 - ଆଉ କେଉଁଠି ଛାତରୁ ପ୍ଲାଷ୍ଟର ଖସିଲାଣି
 - ଋଷିକୂଲ୍ୟା ଛାତ୍ରାବାସର ବାହାର କାନ୍ଥରେ ଗଛ ଉଠିଗଲାଣି
 - ଚିଲିକା ଛାତ୍ରୀ ନିବାସରେ ଘୋର ପାନୀୟ ଜଳ ସମସ୍ୟା
 - ହଷ୍ଟେଲରେ ଗୋଡ଼ି ମିଶା ପୋକରା ଚାଉଳରେ ଭାତ ରନ୍ଧାଯାଉଥିବା ଅଭିଯୋଗ
 - ଗୋଟେ ରୁମରେ ଏକାଧିକ ଛାତ୍ରଛାତ୍ରୀ ରହୁଛନ୍ତି
 - ତଥାପି ମୁଣ୍ଡ ପିଛା ୨୦୦ ଟଙ୍କା ବିଲ୍ ଦେଉଥିବା ଅଭିଯୋଗ
 - ହଷ୍ଟେଲ ଫି’ ବାବଦକୁ ୧୦ ହଜାରରୁ ଅଧିକ ଟଙ୍କା ଦିଆଯାଉଛି
 - ଏହା ସତ୍ତ୍ବେ ନିମ୍ନମାନର ସେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ
 - ଆନ୍ଦୋଳନ କରିବା ସହ କୁଳପତିଙ୍କୁ ଘେରିଛନ୍ତି
 - ସମାଧାନ ନହେବା ଯାଏଁ ହଷ୍ଟେଲ ଫି’ ଦେବାକୁ ଛାତ୍ରଛାତ୍ରୀଙ୍କ ନା
 - ସିଣ୍ଡିକେଟ ବୈଠକରେ ଆଲୋଚନା କରାଯିବ କହିଲେ ପିଜି କାଉନସିଲ ଚେୟାରମ୍ୟାନ
 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/14/11-2025-10-14-17-19-09.jpg)