କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ମହାଘୋଟାଲା । ପ୍ରତିମାସରେ ଲୁଟ ହେଉଛି ଲକ୍ଷାଧିକ ଟଙ୍କା । ଚିକିଟା ଜାଉ ଭାତକୁ ପାଣିଆ ଡାଲମା । ପିଲାଏ ଭାତକୁ ପଖାଳ ଭଳି ଛାଣି ଖାଉଛନ୍ତି । ବେଲଗୁଣ୍ଠା ବ୍ଲକରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଦୁଇ ଗୁଣ୍ଡା ଖାଉଣୁ ବାନ୍ତି କରୁଛନ୍ତି ପିଲାଏ । ବଳକା ସବୁତକ ଖାଦ୍ୟ ନେଇ ଡଷ୍ଟବିନ୍ରେ ଢାଳୁଛନ୍ତି । ଗଂଜାମ ବେଲଗୁଣ୍ଠା ବ୍ଲକରେ ସେଣ୍ଟ୍ରାଲ କିଚେନ ଯୋଜନାରେ ପ୍ରତି ସ୍କୁଲକୁ ଖାଦ୍ୟ ଯୋଗାଉଛି ମହିଳା ସଂଚୟିକା ଗୋଷ୍ଠୀ । ରନ୍ଧା ଖାଦ୍ୟ ନିମ୍ନମାନର ତିଆରି କରି ବାର୍ଷିକ କୋଟିକୋଟି ଟଙ୍କା ହରିଲୁଟ କରୁଛି ସମୃକ୍ତ ସଂସ୍ଥା । ଏନେଇ ବାରମ୍ବାର ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ସମୃକ୍ତ ସଂସ୍ଥା ନିଜର ଲାଭ ପାଇଁ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ ହୋଇଛି । ବେଲଗୁଣ୍ଠା ବ୍ଲକର ୧୧୧ଟି ବିଦ୍ୟାଳୟର ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଛି ଏହି ସଂସ୍ଥା । ଅନେକ ପିଲା ବାଧ୍ୟ ହୋଇ ଏହି ଖାଦ୍ୟକୁ ଖାଉଥିବା ବେଳେ ଅନେକ ପିଲା ଏଭଳି ଖାଦ୍ୟକୁ ନାପସନ୍ଦ କରି ଘରୁ ନିଜର ଟିଫିନ ରେ ଖାଦ୍ୟ ଆଣି ଖାଉଛନ୍ତି । ଗତ ପାଞ୍ଚ ବର୍ଷରୁ ଅଧିକ ସମୟ ହେଲା ଏହି ସଂସ୍ଥା ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇ ନିଜେ ମାଲାମାଲ ହେଉଥିବା ଅଭିଯୋଗ ହୋଇଛି ।
ଛାତ୍ରଛାତ୍ରୀଙ୍କୁ ମିଳୁଛି ନିମ୍ନ ମାନର ମଧ୍ୟାହ୍ନ ଭୋଜନ, ପାଣିଆ ଡାଲମା ଓ ଜାଉ ଭାତ ଫିଙ୍ଗିଲେ ପିଲାଏ
ନିମ୍ନ ମାନର ମଧ୍ୟାହ୍ନ ଭୋଜନ ନେଇ ଖପ୍ପା ଛାତ୍ରଛାତ୍ରୀ । ଗଞ୍ଜାମ ବେଲଗୁଣ୍ଠା ବ୍ଲକ ସ୍କୁଲର ଛାତ୍ରଛାତ୍ରୀ ଫିଙ୍ଗିଲେ ପାଣିଆ ଡାଲମା ଓ ଜାଉ ଭାତ । ଅନେକ ସ୍କୁଲରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ।
/kanak/media/media_files/2025/08/05/30-mid-day-meal-2025-08-05-10-53-15.jpg)