କନକ ବ୍ୟୁରୋ : ବର୍ଷା ପାଣିରେ ବୁଡ଼ି ରହିଛି ସ୍କୁଲ ପରିସର । ସ୍କୁଲ ଭିତରେ ପାଣି ପଶିଥିବାରୁ ଦୁଇ ମାସ ହେବ ଶିକ୍ଷୟିତ୍ରୀଙ୍କ ଘରେ ଚାଲିଛି ପାଠପଢା । ଏଭଳି ଚିତ୍ର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ କଳସପୁର ପଞ୍ଚାୟତରେ ଥିବା ନଅରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଷ
ଏଭଳି ସ୍ଥିତିରେ ରହିଛି କେନ୍ଦ୍ରାପଡ଼ା ଆଳି ବ୍ଳକ କଳସପୁର ପଞ୍ଚାୟତ ନଅରସାହି ପ୍ରାଥମିକ ବିଦ୍ୟାଳୟରେ। ଏଠାରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଲଗାଣ ବର୍ଷା ଯୋଗୁଁ ୨ମାସ ହେବ ବିଦ୍ୟାଳୟଟି ପାଣି ଘେରରେ ରହିଛି । ସ୍କୁଲ୍ ଦୁଇପଟେ ପୋଖରୀ ଥିବାରୁ ବିଦ୍ୟାଳୟ ପରିସର ଓ ରାସ୍ତା ସଂପୂର୍ଣ୍ଣ ଜଳମଗ୍ନ । ତେଣୁ କୁନିକୁନି ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଭୟ କରୁଛନ୍ତି ଅଭିଭାବକ । ସେପଟେ ଶିକ୍ଷୟିତ୍ରୀ ପିଲାଙ୍କୁ ନିଜ ଘରେ ବସାଇ ପଢ଼ାଉଛନ୍ତି । ସେହିଠାରେ ହିଁ ରୋଷେଇ ହେଉଛି ମଧ୍ୟାହ୍ନ ଭୋଜନ।
ଶିକ୍ଷାର ଉନ୍ନତି ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ବିଦ୍ୟାଳୟକୁ ଅଣଦେଖା କାହିଁକି ? ଭିତ୍ତିଭୂମି ଅଭାବରୁ ଦିନକୁ ଦିନ କମୁଛି ଉପସ୍ଥାନ । ଏ ବିଦ୍ୟାଳୟରେ ପିଲାଙ୍କ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଅଭିଭାବକ । ତୁରନ୍ତ ସ୍କୁଲ ରାସ୍ତା ଉଚ୍ଚା କରିବା ସହ ପାଚେରି ନିର୍ମାଣ ଦାବି ହୋଇଛି । ଏ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାନନ୍ଦ ଲେଙ୍କା।
ସ୍କୁଲ ପରିସରରୁ ପାଣି ନିଷ୍କାସନ ସହିତ ଯଦି ପାଚେରୀ ନିର୍ମାଣ କରାନଯାଏ ତେବେ ଏକ ବଡ଼ ଆନ୍ଦୋଳନ କରାଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି କ୍ଷ