କନକ ବ୍ୟୁରୋ: ଗରିବ ଓ ପଛୁଆ ବର୍ଗଙ୍କ ଆର୍ଥିକ କ୍ଷେତ୍ରରେ ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏହାଦ୍ବାରା କୋଟି କୋଟି ହିତାଧିକାରୀ ଉପକୃତ ବି ହେଉଛନ୍ତି । ଏଭଳି ଯୋଜନା ମାଧ୍ୟମରେ ସରକାର ସ୍ବାବଲମ୍ୱୀ ହେବାକୁ ଚାହୁଥିବା ବ୍ୟକ୍ତିବିଶେଷଙ୍କୁ ବିନା କୌଣସି ସୁଦ୍ଧରେ କିମ୍ୱା କମ୍ ସୁଦ୍ଧରେ ଋଣ ବି ଯୋଗାଇ ଦେଉଛନ୍ତି । ଏହି କ୍ରମରେ ମହିଳାଙ୍କ ପାଇଁ ବି କାର୍ଯ୍ୟକାରୀ ହେଉଛି ସ୍ବତନ୍ତ୍ର ଯୋଜନା । ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର । ଏହି ପ୍ରୟାସର ଅଂଶସ୍ୱରୂପ ଆରମ୍ଭ ହୋଇଛି ଲକ୍ଷପତି ଦିଦି ଯୋଜନା । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳ ଏବଂ ଛୋଟ ସହରର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା, ଯାହାଦ୍ୱାରା ସେମାନେ ସ୍ବାବଲମ୍ବୀ ହୋଇ ରୋଜଗାର କରିପାରିବେ ଏବଂ ଆର୍ଥିକ କ୍ଷେତ୍ରରେ ସଶକ୍ତ ହୋଇପାରିବେ ।
ଗତ ୨୦୨୩ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ଲକ୍ଷପତି ଦିଦି ଯୋଜନା । ଏହି ଯୋଜନା ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଏ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ଋଣଗ୍ରହୀତାଙ୍କୁ କୌଣସି ସୁଧ ଦେବାକୁ ପଡ଼ିନଥାଏ । ଅର୍ଥାତ୍ ସରକାର ସମ୍ପୂର୍ଣ୍ଣ ସୁଧମୁକ୍ତ ଋଣ ଯୋଗାଇ ଦେଉଛନ୍ତି । ଯାହାଦ୍ୱାରା ମହିଳାମାନେ ବିନା କୌଣସି ଆର୍ଥିକ ଚାପରେ ବ୍ୟବସାୟ ଆରମ୍ଭ କରିପାରିବେ ।
ଏହା ବି ପଢ଼ନ୍ତୁ: କୋଟିପତି ହେବେ ଲକ୍ଷପତି ଦିଦି ; ଆହୁରି ସଶକ୍ତ ହେବ ଓଡ଼ିଶାର ଅର୍ଥନୀତି
ଲକ୍ଷପତି ଦିଦି ଯୋଜନାରେ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଶିଖାଯାଏ ଯେ ସେମାନେ କିପରି ବ୍ୟବସାୟ ଆରମ୍ଭ କରିବେ, ଗ୍ରାହକଙ୍କ ନିକଟରେ କିପରି ପହଞ୍ଚିବେ ଏବଂ କିପରି ନିଜର ବ୍ୟବସାୟକୁ ଲାଭଜନକ କରିପାରିବେ । ଏହା ବ୍ୟତୀତ, ସରକାର ମହିଳାମାନଙ୍କ ବ୍ୟବାସାୟ ପାଇଁ କମ୍ ମୂଲ୍ୟରେ ବୀମା କଭର ମଧ୍ୟ ପ୍ରଦାନ କରୁଛନ୍ତି । ଯାହାଦ୍ୱାରା କୌଣସି ଦୈବି ଦୁର୍ବିପାକ ସମୟରେ ମହିଳାଙ୍କ ବ୍ୟବସାୟ ସୁରକ୍ଷିତ ରହିପାରିବ ।
ଏହି ଯୋଜନାରେ ସାମିଲ ହେବାକୁ ହେଲେ ମହିଳା ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ମହିଳା କୌଣସି ଏକ ସ୍ବୟଂ ସହାୟକ ଯୋଜନାରେ ଯୋଡ଼ି ହୋଇ ରହିଥିବା ଆବଶ୍ୟକ । ତେବେ ପରିବାର କୌଣସି ବ୍ୟକ୍ତି ସରକାରୀ ଚାକିରି କରିଥିଲେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଋଣ ଆବେଦନ ପାଇଁ କେତେକ ନିର୍ଦ୍ଦିଷ୍ଟ ଦସ୍ତାବିଜର ଆବଶ୍ୟକତା ରହିଛି । ଆବେଦକଙ୍କ ପାଖରେ ଆଧାର କାର୍ଡ, ପାନ୍ କାର୍ଡ, ଠିକଣା ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ସହ ବ୍ୟାଙ୍କ ପାସବୁକ ରହିଥିବା ଆବଶ୍ୟକ । ମହିଳାମାନେ ନିକଟସ୍ଥ ବ୍ୟାଙ୍କ, ପଞ୍ଚାୟତ କାର୍ୟ୍ୟାଳୟରୁ ଲକ୍ଷ ଦିଦି ଯୋଜନାର ଫର୍ମ ପାଇପାରିବେ । ଜରୁରୀ ଦସ୍ତାବିଜ ଦାଖଲ କରିବା ପରେ ବ୍ୟାଙ୍କ ଏହାକୁ ଯାଞ୍ଚ କରିବ । ଏହାପରେ ବ୍ୟାଙ୍କରୁ ବିନା ସୁଦ୍ଧରେ ଋଣ ପାଇପାରିବେ ମହିଳାମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/31/loan-scheme_soubhagya-pkg-t-2025-10-31-09-45-00.jpg)