କନକ ବ୍ୟୁରୋ: କୋଟିପତି ବନିବେ ଲକ୍ଷପତି ଦିଦି । ଶିଳ୍ପପତି ଭାବେ ପରିଗଣିତ ହେବେ । ବର୍ଷକ ମଧ୍ୟରେ ଓଡ଼ିଶା ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛି । ଆଗକୁ ଲକ୍ଷପତି ଦିଦି କରୋଡ଼ପତି ଦିଦି ହେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସମଗ୍ର ଭାରତ ବର୍ଷରେ ଏକ ନମ୍ବର ରାଜ୍ୟର ଆଖ୍ୟା ପାଇଛି । ଲକ୍ଷପତି ଦିଦି ହେଉଛନ୍ତି ଓଡ଼ିଶାର ଅସଲ ଶକ୍ତି । ଭାରତର ଅର୍ଥନୀତି ସଶକ୍ତ କରିବାରେ ଲକ୍ଷପତି ଦିଦି ମାନଙ୍କର ବଡ଼ ଭୂମିକା ରହିଛି । ଲକ୍ଷପତିରୁ କୋଟିପତି ଆଡ଼କୁ ସମସ୍ତେ ବଢ଼ିବେ । ତାଙ୍କ ସରକାର ସମସ୍ତଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
କୋଟିପତି ହେବେ ଲକ୍ଷପତି ଦିଦି ; ଆହୁରି ସଶକ୍ତ ହେବ ଓଡ଼ିଶାର ଅର୍ଥନୀତି
କୋଟିପତି ବନିବେ ଲକ୍ଷପତି ଦିଦି । ଶିଳ୍ପପତି ଭାବେ ପରିଗଣିତ ହେବେ । ବର୍ଷକ ମଧ୍ୟରେ ଓଡ଼ିଶା ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛି । ଏଭଳି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
/kanak/media/media_files/2025/05/29/NM6wUO47rf92i6C4bSkP.jpg)