କନକବ୍ୟୁରୋ : କୁକୁଡ଼ା ଫାର୍ମ କରି ସ୍ୱାବଲମ୍ବୀ । ଘରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି ଜଣେ ସାଧାରଣ ବୋହୂ । ଆଉ ଏମିତି ଜଣେ ମହିଳା ହେଉଛନ୍ତି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଗଣେଶ୍ୱରପୁର ଗାଁର ରୀତାରାଣୀ ।  କୁକୁଡ଼ା ଫାର୍ମ କରି ସ୍ବାବଲମ୍ବୀ ହୋଇଛନ୍ତି ଜଣେ ଗାଁ ମହିଳା । ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କିଛି ଋଣ ନେଇ କୁକୁଡ଼ା ଫାର୍ମ ଆରମ୍ଭ କରିଛନ୍ତି ଭୋଗରାଇ ଗଣେଶ୍ବରପୁର ଗାଁର ରୀତାରାଣୀ ।

Advertisment

ନିଜ ଉଦ୍ୟମରେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ୫ ବର୍ଷ ତଳେ ମା’ ତାରିଣୀ ଏସ୍‌ଏଚ୍‌ଜିରେ ଜଣେ ସାଧାରଣ ସଦସ୍ୟ ଭାବେ ରୀତାରାଣୀ ସାମିଲ ହୋଇଥିଲେ ।  ଏହା ପରେ ୨୦୨୨ରେ ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ଋଣ ନେଇ ସ୍ୱାମୀଙ୍କ ସହଯୋଗରେ ଘରେ ଆରମ୍ଭ କରିଥିଲେ କୁକୁଡ଼ା ଫାର୍ମ । ୩ ବର୍ଷ ହେଲା କୁକୁଡ଼ା ଫାର୍ମ କରି ସଫଳ କୁକୁଡ଼ା ଚାଷୀ ଭାବେ ସ୍ଥାନୀୟ ଅଂଚଳରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏବେ ସେହି ଫାର୍ମରେ ୧ ହଜାର କୁକୁଡ଼ା ଛାଡିଛନ୍ତି ରିତାରାଣୀ । ଘରର ଯାବତୀୟ କାମ କରିବା ସହ ଚାଷବାସ ଓ ନିଜ ଗୋଷ୍ଠୀରେ ସମସ୍ତ ଦାୟିତ୍ୱ ସେ ନିଜେ ନିଅନ୍ତି ।