କନକ ବ୍ୟୁରୋ: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଆଜି ପୁଣି ବଡ଼ ଆଶା ଦେଖାଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସେମାନେ ଆହୁରି କେମିତି ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେବେ ସେଥିପାଇଁ ବିନା ସୁଧରେ ଏସ୍‌ଏଚ୍‌ଜିରୁ ଋଣ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Advertisment
  • ଲକ୍ଷପତି ଦିଦି ହେବେ କୋଟିପତି ଦିଦି
  • ବିନା ସୁଧରେ ମିଳିବ ୧୦ଲକ୍ଷ ଟଙ୍କା ଋଣ 

ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଦେବା ପୂର୍ବରୁ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଲୋକସେବା ଭବନରେ ଆୟୋଜିତ ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଆୟୋଜିତ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ହିତାଧିକାରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି ।  ସୁଭଦ୍ରା ଟଙ୍କାରେ କ’ଣ କରିଛନ୍ତି ସେ ନେଇ ଚିଠି ଲେଖି ଜଣାଇବାକୁ କହିଛନ୍ତି ଏବଂ ସଫଳ ବିଜିନେସ୍ ମଡେଲ୍‌କୁ ୱେବ୍‌ସାଇଟରେ ସ୍ଥାନିତ କରାଯିବ । 

ଏଥିସହ ମହିଳାଙ୍କୁ ଆହୁରି ସଶକ୍ତ କରିବା ପାଇଁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । କହିଛନ୍ତି, ଲକ୍ଷପତି ଦିଦିଙ୍କୁ ଏବେ ଏସ୍‌ଏଚ୍‌ଜିରୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ପ୍ରାଥମିକତା ଦେବେ । କିଭଳି ବର୍ଷକରେ ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରାଯିବ ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି ।  

ସରକାର ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ଦେବା ପୂର୍ବରୁ ପାଇଥିବା ଟଙ୍କାର ତଥ୍ୟ ନେଉଛନ୍ତି । ସେମାନେ ପାଇଥିବା ଟଙ୍କାକୁ କେଉଁ କାମରେ ଲଗାଇଛନ୍ତି ତାହା ବୁଝୁଛନ୍ତି । ସମୀକ୍ଷାରୁ ମିଳୁଥିବା ତଥ୍ୟ ଆଧାରରେ ଆଗାମୀ ଦିନରେ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ।