କନକ ବ୍ୟୁରୋ :ନୂଆପଡ଼ା ଉପନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ହଟସ୍ପଟ୍‌ ପାଲଟିଛି କୋମନା ଅଂଚଳ । ପ୍ରତି ଗାଁରେ ଡେରା ପକାଇଛନ୍ତି ଛାମୁଆ ନେତା ।. ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଆଜି ସେହି କୋମନାକୁ ଯାଇ ଦଳୀୟ ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କ ପାଇଁ ଭୋଟ ମାଗିଛନ୍ତି । ଦୁଇ ଦିନ ତଳେ ବିଜେଡି ମୁଖିଆ କୋମନାକୁ ଯାଇ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ । ଉପନିର୍ବାଚନରେ ହଟସ୍ପଟ ପାଲିଟିଥିବାରୁ କୋମନା ବାସିନ୍ଦା ଖୁସ୍ । କିନ୍ତୁ ଅଂଚଳର ବିକାଶ ହୋଇନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । 

Advertisment

ନୂଆପଡ଼ାରେ ବିଶାଳ ଶୋଭାଯାତ୍ରା କରି ଜୟଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ, ମଞ୍ଚରୁ ନବୀନଙ୍କୁ କଲେ ଟାର୍ଗେଟ୍

 କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଆରମ୍ଭରୁ କୋମନାରେ ଡେରା ପକାଇଛନ୍ତି । ଛୋଟ ଛୋଟ ବୈଠକ କରି ସିଧାସଳଖ ଭୋଟରଙ୍କ ପାଖରେ ପହଁଚିବାକୁ ଉଦ୍ୟମ ଚଳାଇଛନ୍ତି । ନୂଆପଡା ନିର୍ବାଚନମଣ୍ଡଳୀ  ନୂଆପଡ଼ା ବ୍ଲକ, ନୂଆପଡ଼ା ଏନଏସି, କୋମନା ବ୍ଲକ ଓ ଖରିଆର ରୋଡ୍ ଏନଏସିକୁ ନେଇ ଗଠିତ । 

ଫୋକସରେ କାହିଁକି କୋମନା.. 
 କୋମନା ବ୍ଲକରେ ରହିଛି ୩୨ ପଂଚାୟତ 
ପ୍ରାୟ ୧ଲକ୍ଷରୁ ଅଧିକ ଭୋଟର ରହିଛନ୍ତି 
 ଆଦିବାସୀ ଓ ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ  

ଆଣ୍ଠେଇଛି ଆମ୍ବୁଲାନ୍ସ ସେବା ; ଅଗ୍ନିଶମ ଗାଡ଼ିରେ ବୁହା ହେଲେ ରୋଗୀ

 ନିର୍ବାଚନମଣ୍ଡଳୀରେ ୨ଲକ୍ଷ ୫୩ହଜାର ଭୋଟର ଅଛନ୍ତି । ୩୫୮ଟି ମତଦାନ କେନ୍ଦ୍ର ରହିଛି ।  କିନ୍ତୁ କୋମନାରେ ଯିଏ ଅଧିକ ଭୋଟ୍ ପାଇବ ତା ପାଇଁ ବିଜୟ ସମ୍ଭାବନା ଅଧିକ ରହିଛି ।