କନକ ବ୍ୟୁରୋ : ଲୋକଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସେବା ଦେବାକୁ ସରକାର ଆମ୍ବୁଲାନ୍ସରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି । ହେଲେ କେବେ ରୋଗୀ ନେଲା ବେଳେ ବାଟରେ ଗାଡ଼ି ଅଚଳ ହେଉଛି ତ କେବେ କେବେ ଗାଡ଼ି ନାହିଁ ବୋଲି କର୍ମଚାରୀ ମନା କରି ଦେଉଛନ୍ତି । ଫଳରେ ଗରିବ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେବା ସହ ମାନସିକ ସ୍ତରରେ ଶୋଷଣର ଶିକାର ହେଉଛନ୍ତି । ଠିକ୍ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ , ଅଗ୍ନିଶମ ଗାଡ଼ିରେ ବୁହା ହେଲେ ରୋଗୀ । କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ଆସିଛି ୧୦୮ ଆମ୍ବୁଲାନ୍ସ ସେବାର ବାସ୍ତବ ଖବର ।
ମୁଖୀଗୁଡ଼ା ଭତରାପଡ଼ାର ୪୦ ବର୍ଷୀୟ ଆଦିବାସୀ ଯୁବକ କର୍ଣ୍ଣ ମହୁଲଢ଼ିକି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରିବାରୁ କର୍ମଚାରୀ କହୁଛନ୍ତି ନିଜ ଗାଡ଼ି କରି ନେଇଯାଅ । ଗରିବଙ୍କ ପକ୍ଷରେ ନିଜେ ଗାଡ଼ି କରି ହସ୍ପିଟାଲ୍ ନେବା ସମ୍ଭବ ନୁହେଁ । ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଅଗ୍ନିଶମ ଗାଡ଼ି ଆସି ରୋଗୀଙ୍କୁ ହସ୍ପିଟାଲ ନେଇଥିଲା । ଯଦି ସେହି ସମୟରେ କିଛି ଅଘଟଣ ଘଟିଥାନ୍ତା ତାହେଲେ ଏଥିପାଇଁ କିଏ ଦାୟୀ ରହିଥାନ୍ତା ? ବୋଲି ପ୍ରଶ୍ନ ଉଠିଛି ।
ଅଧିକ ପଢ଼ନ୍ତୁ--ବିହାର ନିର୍ବାଚନ ତାତିି ଭିତରେ ରାହୁଲଙ୍କ ବଡ଼ ଦାବି, ହରିଆଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ନିର୍ବାଚନରେ ହୋଇଛି ଭୋଟ ଚୋରି
ରାଜ୍ୟର ପ୍ରାୟ ୫୦% ୧୦୮ ଆମ୍ବୁଲାନ୍ସ ଅଚଳାବସ୍ଥାରେ ରହିବା ବା ଫିଟ୍ ରହିବା ଅବଧି ଶେଷ ହେବା ପରେ ପ୍ରଶାସନ ନୂଆ ଗାଡ଼ି କିଣିବାରେ ବିଳମ୍ବ କରୁଥିବା ଅଭିଯୋଗ ଆସିଛି । ଯାହାର ପରିଣାମ ଆପଣଙ୍କ ସାମନାରେ । କେନ୍ଦ୍ର ଓ ରାଜ୍ୟ ସରକାର ଘରେ ଘରେ ସ୍ବାସ୍ଥ୍ୟ ସେବା ନାଁରେ ବିଭିନ୍ନ ଯୋଜନା କରୁଥିବା ବେଳେ ଏହା କେବଳ ନାମକୁ ମାତ୍ର ବୋଲି ମନେହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/06/ambulance-2025-11-06-18-55-04.jpg)