ଷ୍ଟାଇଲିସ୍ ଲୁକରେ କିଙ୍ଗ୍ ଖାନ୍ : ଜନ୍ମଦିନରେ ରିଲିଜ୍ ହେଲା ଟିଜର୍ ଭିଡିଓ

ପୁଣିଥରେ ରୋମାନ୍ସର ରାଜାଙ୍କୁ ଫୁଲ୍ ଆକ୍ସନ୍ ମୋଡ୍‌ରେ ଦେଖିବାକୁ ମିଳିବ । ସିନେମାର ଟାଇଟେଲ୍ ଭଳି ଏହାର ଆକ୍ସନ୍ ସିନ୍ ମଧ୍ୟ ଜବରଦସ୍ତ ରହିଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାଟି ସବୁଠାରୁ ବଡ଼ ବ୍ୟାନର୍ ଏବଂ ମସାଲାଦାର୍ ବୋଲି କୁହାଯାଉଛି ।

Kingkhan

Kingkhan Photograph: (KanakNews)

‘‘ଶହେ ଦେଶରେ ବଦନାମ , ଦୁନିଆ ଦେଲା ଗୋଟିଏ ନାଁ ‘କିଙ୍ଗ୍’ … ଡର ନୁହେଁ ଆତଙ୍କ ମୁଁ’’

କନକ ବ୍ୟୁରୋ : ବଲିଉଡର ବାଦଶାହ , କିଙ୍ଗ୍‌ ଖାନଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କୁ ଏକ ବଡ଼ ସରପ୍ରାଇଜ୍ ମିଳିଛି । ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ବହୁ ପ୍ରତୀକ୍ଷିତ ସିନେମା ‘କିଙ୍ଗ୍’ର ଟାଇଟେଲ୍ ରିଭିଲ୍ ଭିଡିଓ ଜାରି କରାଯାଇଛି । ଏହି ଟିଜର୍ ଭିଡିଓରେ ଶାହରୁଖ୍ ଖାନଙ୍କ ଦମଦାର୍ ଲୁକ୍ ସହିତ ରିଲିଜ୍ ଡେଟକୁ ନେଇ ମଧ୍ୟ ହିଣ୍ଟ୍ ଦେଇଛନ୍ତି ନିର୍ମାତା । ଆପଣଙ୍କୁ କହିରଖୁଛୁ କି ସିଦ୍ଧାର୍ଥ ଆନନ୍ଦ ଏବଂ ଶାହରୁଖ୍ ଖାନ୍ ପ୍ରଥମରୁ ‘ପଠାନ୍’ ଭଳି ବ୍ଲକବଷ୍ଟର୍ ସିନେମାରେ ଏକାଠି କାମ କରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଛନ୍ତି । 

ହ୍ବିଲଚେୟାରରେ ଆସିଲେ : ଭଙ୍ଗା ଗୋଡ଼ରେ ନାଚିଲେ ,‘ଛୋରିୟାଁ ଛୋରୋଁ ସେ କମ୍ ହେ କେ’

khan
khan Photograph: (Google)

ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ୍ ଏବଂ ମାର୍ଫ୍ଲିକ୍ସ ପିକଚର୍ସ ବ୍ୟାନରରେ ନିର୍ମିତ, "କିଙ୍ଗ୍" ଆସନ୍ତାବର୍ଷ ଅର୍ଥାତ ୨୦୨୬ ରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଶାହରୁଖ ଖାନ ଏକ ଭିନ୍ନ ରୋଲରେ ନଜର ଆସିବେ । ପୁଣିଥରେ ରୋମାନ୍ସର ରାଜାଙ୍କୁ ଫୁଲ୍ ଆକ୍ସନ୍ ମୋଡ୍‌ରେ ଦେଖିବାକୁ ମିଳିବ । ସିନେମାର ଟାଇଟେଲ୍ ଭଳି ଏହାର ଆକ୍ସନ୍ ସିନ୍ ମଧ୍ୟ ଜବରଦସ୍ତ ରହିଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାଟି ସବୁଠାରୁ ବଡ଼ ବ୍ୟାନର୍ ଏବଂ ମସାଲାଦାର୍ ବୋଲି କୁହାଯାଉଛି । ଆକ୍ସନ୍ ସିନର ଷ୍ଟୋରି ଟେଲିଙ୍ଗ୍ ଏତେ ଉକୃଷ୍ଟଧରଣର ହୋଇଛି ଯେ ସମସ୍ତେ ଟିଜର୍ ଦେଖିବା ପରେ ଭୁରି ଭୁରି ପ୍ରଶଂସା କରୁଛନ୍ତି । ସିନେମା ‘କିଙ୍ଗ୍’ ର ଟାଇଟେଲ୍ ରିଭିଲ୍ ତାଙ୍କ ଜନ୍ମଦିନ ଅବସରରେ ହୋଇଯାଇଛି । ବଲିଉଡରେ କିଙ୍ଗ୍ ଖାନ୍ ନାମରେ ଚର୍ଚ୍ଚିତ ଥିବା ଏହି ତାରକା ଏବେ ସତରେ କିଙ୍ଗ୍ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ସିନେମାରେ ତାଙ୍କ ଷ୍ଟାଇଲିସ୍ ଲୁକ୍ ଯେମିତିକି ଚୁଟିରେ ସିଲଭର୍ କଲର୍ , କାନରେ ଇୟର୍ ରିଙ୍ଗ୍ ଅନ୍ୟ ଭୂମିକାଠାରୁ କିଛି ଭିନ୍ନ ଢଙ୍ଗକୁ ପ୍ରଦର୍ଶିତ କରୁଛି । 

ଶାହରୁଖ୍ ଖାନ୍ ସିନେମାରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଟେଲିଭିଜନ ଶୋ’ ‘ଫୌଜୀ’ ଏବଂ ‘ସର୍କସ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ । ୧୯୯୨ ରେ ଦିୱାନା ଚଳଚ୍ଚିତ୍ର ମାଧ୍ୟମରେ ସେ ପ୍ରଥମଥର ପାଇଁ ବଲିଉଡରେ ପାଦ ଥାପିଲେ । ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରୁ ବାହାରି ମାୟାନଗରୀ ମୁମ୍ବାଇର ବଲିଉଡରେ କିଙ୍ଗ୍ ଖାନର ପରିଚୟ ପାଇବା ଶାହରୁଖଙ୍କ ପାଇଁ ସେତେଟା ସହଜ ନଥିଲା । ତଥାପି ହାର୍ ନ ମାନିବାର ଜିଦ୍ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଦେଲା । ୨୦୨୩ ରେ ରିଲିଜ୍ ହୋଇଥିବା ତାଙ୍କ ସିନେମା ପଠାନ୍ ସାରା ବିଶ୍ବରେ ୧୦୫୦ କୋଟି ଟଙ୍କାର ଆୟ କରି ଏକ ମାଇଲଷ୍ଟୋନ୍ ସୃଷ୍ଟି କରିଥିଲା । ଏହା ପରେ ପରେ ରିଲିଜ୍ ହୋଇଥିଲା ସିନେମା ‘ଜବାନ୍’ ଯାହା ୧୧୪୬ କୋଟି ଟଙ୍କାର ରୋଜଗାର କରିଥିଲା । ବ୍ୟାକ୍ ଟୁ ବ୍ୟାକ୍ ୨ ଟି ସିନେମାର ଅଦ୍ଭୁଦପୂର୍ବ ସଫଳତା ପରେ ବର୍ତ୍ତମାନ ସିନେମା କିଙ୍ଗ୍ ଦର୍ଶକଙ୍କ ଉପରେ କେମିତି ପ୍ରଭାବ ପକାଇବ ଏବଂ ପୂର୍ବ ୨ ଟି ସିନେମାର ରେକର୍ଡ ଭାଙ୍ଗିବ କି ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା । 
 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe