‘‘ଶହେ ଦେଶରେ ବଦନାମ , ଦୁନିଆ ଦେଲା ଗୋଟିଏ ନାଁ ‘କିଙ୍ଗ୍’ … ଡର ନୁହେଁ ଆତଙ୍କ ମୁଁ’’
କନକ ବ୍ୟୁରୋ : ବଲିଉଡର ବାଦଶାହ , କିଙ୍ଗ୍ ଖାନଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କୁ ଏକ ବଡ଼ ସରପ୍ରାଇଜ୍ ମିଳିଛି । ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ବହୁ ପ୍ରତୀକ୍ଷିତ ସିନେମା ‘କିଙ୍ଗ୍’ର ଟାଇଟେଲ୍ ରିଭିଲ୍ ଭିଡିଓ ଜାରି କରାଯାଇଛି । ଏହି ଟିଜର୍ ଭିଡିଓରେ ଶାହରୁଖ୍ ଖାନଙ୍କ ଦମଦାର୍ ଲୁକ୍ ସହିତ ରିଲିଜ୍ ଡେଟକୁ ନେଇ ମଧ୍ୟ ହିଣ୍ଟ୍ ଦେଇଛନ୍ତି ନିର୍ମାତା । ଆପଣଙ୍କୁ କହିରଖୁଛୁ କି ସିଦ୍ଧାର୍ଥ ଆନନ୍ଦ ଏବଂ ଶାହରୁଖ୍ ଖାନ୍ ପ୍ରଥମରୁ ‘ପଠାନ୍’ ଭଳି ବ୍ଲକବଷ୍ଟର୍ ସିନେମାରେ ଏକାଠି କାମ କରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଛନ୍ତି ।
ହ୍ବିଲଚେୟାରରେ ଆସିଲେ : ଭଙ୍ଗା ଗୋଡ଼ରେ ନାଚିଲେ ,‘ଛୋରିୟାଁ ଛୋରୋଁ ସେ କମ୍ ହେ କେ’
/filters:format(webp)/kanak/media/media_files/2025/11/04/khan-2025-11-04-13-02-25.jpg)
ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ୍ ଏବଂ ମାର୍ଫ୍ଲିକ୍ସ ପିକଚର୍ସ ବ୍ୟାନରରେ ନିର୍ମିତ, "କିଙ୍ଗ୍" ଆସନ୍ତାବର୍ଷ ଅର୍ଥାତ ୨୦୨୬ ରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଶାହରୁଖ ଖାନ ଏକ ଭିନ୍ନ ରୋଲରେ ନଜର ଆସିବେ । ପୁଣିଥରେ ରୋମାନ୍ସର ରାଜାଙ୍କୁ ଫୁଲ୍ ଆକ୍ସନ୍ ମୋଡ୍ରେ ଦେଖିବାକୁ ମିଳିବ । ସିନେମାର ଟାଇଟେଲ୍ ଭଳି ଏହାର ଆକ୍ସନ୍ ସିନ୍ ମଧ୍ୟ ଜବରଦସ୍ତ ରହିଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାଟି ସବୁଠାରୁ ବଡ଼ ବ୍ୟାନର୍ ଏବଂ ମସାଲାଦାର୍ ବୋଲି କୁହାଯାଉଛି । ଆକ୍ସନ୍ ସିନର ଷ୍ଟୋରି ଟେଲିଙ୍ଗ୍ ଏତେ ଉକୃଷ୍ଟଧରଣର ହୋଇଛି ଯେ ସମସ୍ତେ ଟିଜର୍ ଦେଖିବା ପରେ ଭୁରି ଭୁରି ପ୍ରଶଂସା କରୁଛନ୍ତି । ସିନେମା ‘କିଙ୍ଗ୍’ ର ଟାଇଟେଲ୍ ରିଭିଲ୍ ତାଙ୍କ ଜନ୍ମଦିନ ଅବସରରେ ହୋଇଯାଇଛି । ବଲିଉଡରେ କିଙ୍ଗ୍ ଖାନ୍ ନାମରେ ଚର୍ଚ୍ଚିତ ଥିବା ଏହି ତାରକା ଏବେ ସତରେ କିଙ୍ଗ୍ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ସିନେମାରେ ତାଙ୍କ ଷ୍ଟାଇଲିସ୍ ଲୁକ୍ ଯେମିତିକି ଚୁଟିରେ ସିଲଭର୍ କଲର୍ , କାନରେ ଇୟର୍ ରିଙ୍ଗ୍ ଅନ୍ୟ ଭୂମିକାଠାରୁ କିଛି ଭିନ୍ନ ଢଙ୍ଗକୁ ପ୍ରଦର୍ଶିତ କରୁଛି । 
ଶାହରୁଖ୍ ଖାନ୍ ସିନେମାରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଟେଲିଭିଜନ ଶୋ’ ‘ଫୌଜୀ’ ଏବଂ ‘ସର୍କସ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ । ୧୯୯୨ ରେ ଦିୱାନା ଚଳଚ୍ଚିତ୍ର ମାଧ୍ୟମରେ ସେ ପ୍ରଥମଥର ପାଇଁ ବଲିଉଡରେ ପାଦ ଥାପିଲେ । ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରୁ ବାହାରି ମାୟାନଗରୀ ମୁମ୍ବାଇର ବଲିଉଡରେ କିଙ୍ଗ୍ ଖାନର ପରିଚୟ ପାଇବା ଶାହରୁଖଙ୍କ ପାଇଁ ସେତେଟା ସହଜ ନଥିଲା । ତଥାପି ହାର୍ ନ ମାନିବାର ଜିଦ୍ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଦେଲା । ୨୦୨୩ ରେ ରିଲିଜ୍ ହୋଇଥିବା ତାଙ୍କ ସିନେମା ପଠାନ୍ ସାରା ବିଶ୍ବରେ ୧୦୫୦ କୋଟି ଟଙ୍କାର ଆୟ କରି ଏକ ମାଇଲଷ୍ଟୋନ୍ ସୃଷ୍ଟି କରିଥିଲା । ଏହା ପରେ ପରେ ରିଲିଜ୍ ହୋଇଥିଲା ସିନେମା ‘ଜବାନ୍’ ଯାହା ୧୧୪୬ କୋଟି ଟଙ୍କାର ରୋଜଗାର କରିଥିଲା । ବ୍ୟାକ୍ ଟୁ ବ୍ୟାକ୍ ୨ ଟି ସିନେମାର ଅଦ୍ଭୁଦପୂର୍ବ ସଫଳତା ପରେ ବର୍ତ୍ତମାନ ସିନେମା କିଙ୍ଗ୍ ଦର୍ଶକଙ୍କ ଉପରେ କେମିତି ପ୍ରଭାବ ପକାଇବ ଏବଂ ପୂର୍ବ ୨ ଟି ସିନେମାର ରେକର୍ଡ ଭାଙ୍ଗିବ କି ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା । 
 
  
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/11/04/kingkhan-2025-11-04-13-04-02.jpg)