ଖଡ଼ଗେଶ୍ବରରୁ କେମିତି ନାଁ ପଡ଼ିଥିଲା ଗଡ଼ ଗଡ଼େଶ୍ବର ? କ’ଣ କହେ ପୁରାଣ ?

ପୁରାଣରେ ବର୍ଣ୍ଣିତ ଅଛି ୧୫୧୪ ଖ୍ରୀଷ୍ଟାବ୍ଦରେ ମହାପ୍ରଭୁ ଶ୍ରୀଚୈତନ୍ୟ ଯେତେବେଳେ ପୁରୀ ଆଗମନ ପାଇଁ ଓଡ଼ିଶା ଆସିଥିଲେ ସେତିକି ବେଳେ କଟକ ମହାନଦୀ କୂଳରେ ଥିବା ସେତେବେଳର ଖଡ଼ଗେଶ୍ୱର ମହାଦେବଙ୍କ ମାହାତ୍ମ୍ୟ ଜାଣିପାରିଥିଲେ ଏବଂ ଦର୍ଶନ କରିବା ଲାଗି ଚୈତନ୍ୟ ମହାପ୍ରଭୁ ମହାନଦୀର ବାଲିରେ ଗଡ଼ି ଗଡ଼ି ପହଞ୍ଚିଥିଲେ ଖଡ଼ଗେଶ୍ୱରଙ୍କ ନିକଟରେ ।

Gadgadeswar

Gadgadeswar Photograph: (KanakNews)

କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ବିଭିନ୍ନ ଶୈବପୀଠରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି କାଉଡ଼ିଆ ଭକ୍ତ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି କଟକ ମହାନଦୀର ଗଡ଼ଗଡ଼ିଆ ଘାଟ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହ ଶହ ଭକ୍ତଙ୍କ ସମାଗମ ଏଠାରେ ଦେଖିବାକୁ ମିଳିଛି । ଭକ୍ତଙ୍କ ପାଇଁ ଜିଲ୍ଲା ପ୍ରଶାସନ ଓ ସିଏମସି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରାବଣ ମାସ ଆସିଲେ କଟକ ମହାନଦୀର ଗଡ଼ଗଡ଼ିଆ ଘାଟ ହୋଇଉଠେ ଚଳଚଞ୍ଚଳ । ବୋଲବମ୍ ହର ହର ବମ୍ ନାମରେ ପ୍ରକମ୍ପିତ ହୋଇଉଠେ ପରିବେଶ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମାନସିକ ନେଇ କାଉଡ଼ିଆ ଭକ୍ତମାନେ ଏହି ଗଡ଼ଗଡ଼ିଆ ଘାଟରୁ ପାଣି ଉଠାଇଥାନ୍ତି । ପୁରାଣରେ ବର୍ଣ୍ଣିତ ଅଛି ୧୫୧୪ ଖ୍ରୀଷ୍ଟାବ୍ଦରେ ମହାପ୍ରଭୁ ଶ୍ରୀଚୈତନ୍ୟ ଯେତେବେଳେ ପୁରୀ ଆଗମନ ପାଇଁ ଓଡ଼ିଶା ଆସିଥିଲେ ସେତିକି ବେଳେ କଟକ ମହାନଦୀ କୂଳରେ ଥିବା ସେତେବେଳର ଖଡ଼ଗେଶ୍ୱର ମହାଦେବଙ୍କ ମାହାତ୍ମ୍ୟ ଜାଣିପାରିଥିଲେ ଏବଂ ଦର୍ଶନ କରିବା ଲାଗି ଚୈତନ୍ୟ ମହାପ୍ରଭୁ ମହାନଦୀର ବାଲିରେ ଗଡ଼ି ଗଡ଼ି ପହଞ୍ଚିଥିଲେ ଖଡ଼ଗେଶ୍ୱରଙ୍କ ନିକଟରେ । ଏହାକୁ ମନେ ରଖିବା ପାଇଁ ଗଜପତି ମହାରାଜା ପ୍ରତାପରୁଦ୍ର ଦେବ ଖଡ଼ଗେଶ୍ୱର ନାଁ ପରିବର୍ତ୍ତେ ଗଡ଼ ଗଡ଼େଶ୍ୱର ନାମରେ ପ୍ରତିଷ୍ଠା କରିଥିଲେ । ସେହି ବିଶ୍ୱାସ ନେଇ ଲକ୍ଷ ଲକ୍ଷ ଭକ୍ତ ଏହି ଗଡ଼ଗଡ଼ିଆ ଘାଟରୁ ପାଣି ନେଇ ବିଭିନ୍ନ ଶୈବପୀଠକୁ ଯାଇଥା’ନ୍ତି ।

କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ଭକ୍ତମାନଙ୍କ ପାଇଁ ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଅଗ୍ନିଶମ ବିଭାଗର ୩୦ ଜଣ କର୍ମଚାରୀଙ୍କ ସମେତ ୪ ଜଣ ଫାୟାର ଅଫିସର ଏଠାରେ ଏକମାସ ଧରି ରହିବେ । ସକାଳ ୬ ରୁ ରାତି ୧୦ ପର୍ଯ୍ୟନ୍ତ ଭକ୍ତମାନେ ପାଣି ଉଠାଇ ପାରିବେ । ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି । ଗଡ଼ଗଡ଼ିଆ ଘାଟରେ ଭକ୍ତମାନଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଯେମିତି କୌଣସି ଜଣେ ମଧ୍ୟ ଭକ୍ତ ବ୍ୟାରିକେଡ଼ ବାହାରକୁ ଯାଇ ପାଣି ଉଠାଇବେ ନାହିଁ ସେନେଇ ପ୍ରଶାସନ ପକ୍ଷରୁ ପୂରା ଧ୍ୟାନ ଦିଆଯାଇଛି ବୋଲି କହିଛନ୍ତି ଫାୟାର ଅଫିସର । ତେବେ ଏକ ମାସ ଗଡ଼ଗଡ଼ିଆ ଘାଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିବ । ଭିଡ଼କୁ କେମିତି ନିୟନ୍ତ୍ରଣ କରାଯାଇ ଅଘଟଣକୁ ରୋକାଯାଇ ପାରିବ ତାହା ଦେଖିବାକୁ ବାକି ରହିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe