କନକ ବ୍ୟୁରୋ:  ଭାରତରେ ଏପରି ଅନକେ  ରହସ୍ୟମୟ ମନ୍ଦିର ଅଛି ଯାହାଙ୍କ ଅଲୌକିକ ଘଟଣା ବିଷୟରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏପରି ଏକ ମନ୍ଦିର ଯେଉଁଠି କାହିଁ କେଉଁ ଯୁଗୁରୁ  ଜଳୁଛି ଅଖଣ୍ଡ ।  ସେବେଠୁ ଜଳୁଛି ଯେ ଜଳୁଛି ଆଜି ଯାଏ ନା ପବନ ଲିଭାଇ ପାରୁଛି  ନା ଅନ୍ୟ କୌଣସି ଶକ୍ତି ।  ଏହି ଅଲୌକିକ ମନ୍ଦିରଟି ହେଉଛି ବାରଣାସିର କାଳ ଭୈରବ ମନ୍ଦିର ।  ଏଠାରେ  ଘଟୁଛି ଅନେକ ଚମତ୍କାରୀ ଘଟଣା । ସବୁଠୁ ଆଶ୍ଚର୍ଯ୍ୟକର  ଘଟଣା  ଯେ ଅଖଣ୍ଡ ଦୀପର ତେଲ ସେଠାକାର ଲୋକଙ୍କ ମହୌଷୋଧି ପାଲଟିଛି ।  ଏହି ତେଲକୁ ଦେହରେ ଲଗାଇବା ମାତ୍ରକେ ସବୁ ଯନ୍ତ୍ରଣା, ରୋଗ ଦୂର ହେଇଯାଉଛି ବୋଲି ସେଠାକାର ଲୋକେ କୁହନ୍ତି ।  ଖାଲ ଏତିକି ନୁହେଁ  ବାବା ଭୈରବଙ୍କ ମୁହଁରେ  ସିଧା ମଦ ବୋତଲ ଢଳାଯାଇଥାଏ ।  

Advertisment

ଏକ ରହସ୍ୟମୟ ମନ୍ଦିର ! ଯାହାର ସପ୍ତମ ଦ୍ୱାର ଖୋଲିଲେ ଆସିବ ପ୍ରଳୟ

କୁହାଯାଏ ବାବା କାଳ ଭୈବର ଏଥିରେ ସନ୍ତୁଷ୍ଟ ହୋଇଥାନ୍ତି । କାଳ ଭୈରବ ବାବାଙ୍କୁ ମହାଦେବଙ୍କର ରୁଦ୍ର ରୂପ ବୋଲି କୁହାଯାଇଥାଏ ।  କାଶୀ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ନଗରୀ  ।  ଭଗବାନ ଶିବ  କାଳ ଭୈରବଙ୍କୁ  ଏଠାକାର ରକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି  ବୋଲି ଲୋକଙ୍କ ବିଶ୍ବାସ ।  ସେଥିପାଇଁ କୁହାଯାଏ  କାଳ ଭୈରବଙ୍କୁ କାଶୀ ବାସୀମାନଙ୍କୁ ଦଣ୍ଡ ଦେବାର  ଅଧିକାର ମଧ୍ୟ ଅଛି । ଧାର୍ମିକ ମାନ୍ୟତା ଅନୁସାରେ କାଳ ଭୈରବଙ୍କ ଉପରେ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା । ଆଉ ସେହି ଦୋଶରୁ ମୁକ୍ତି ପାଇବା ପାଇଁ  ତିନି ଲୋକ ଭ୍ରମଣ କରୁଥିଲେ ବାବା କାଳ ଭୈରବ ।  ଆଉ ସେହି ସମୟରେ ଆସି କାଶୀ ଗଙ୍ଗା ଘାଟରେ ପହଞ୍ଚିଥିଲେ । ଗଙ୍ଗା ଘାଟରେ ପହଞ୍ଚିବା ପରେ ବ୍ରହ୍ମହତ୍ୟାରୁ ମୁକ୍ତି  ପାଇଥିଲେ  ବାବା  । ତେବେ ସେହି ସମୟରେ ଭଗବାନ ଶିବ ବାବା କାଳ ଭୈରବଙ୍କୁ କାଶୀରେ ରହି ତପଶ୍ୟା କରିବାକୁ ଆଦେଶ ଦେଇଥିଲେ ।  କହାଯାଏ ଯେ କାଳ  ଭୈରବଙ୍କ ଦର୍ଶନ  ନକରି  କାଶୀ ବିଶ୍ବନାଥ ଦର୍ଶନ କଲେ ସମ୍ପୂର୍ଣ୍ଣ ଫଳ ମିଳିନଥାଏ ।    

 ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ଯେ ଏଠାରେ ଜଳୁଥିବା ଅଖଣ୍ଡ କେବେ ଲିଭେନା । ଆଉ ଏହି ଅଖଣ୍ଡ କେବଳ ସୋରିଷ ତେଲରେ ଜଳିଥାଏ ।  ତେଣୁ  ଏଠାରେ ଭକ୍ତମାନେ କେବଳ ସୋରିଷ  ତେଲରେ  ଦୀପ ଲଗାଇଥାନ୍ତି । ଲୋକଙ୍କ ବିଶ୍ବାସ  ଯେ ସୋରିଷ ତେଲରେ ଦୀପ ଲଗାଇଲେ  ବାବା ଭୈରବ  ଭକ୍ତଙ୍କ ଦୁଃଖ ଦୂର କରିଥାନ୍ତି ଆଉ  ଭକ୍ତଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।  କାଳ ଭୈରବ ମନ୍ଦିରରେ ବିଶେଷ କରି ବାଇଗନି,  ଲାଲ, ଧଳା ରଙ୍ଗର ଫୁଲ ଚଢା ଯାଇଥାଏ । ପ୍ରସାଦ ଭାବେ ବାବା କାଳଭୈରବ ମଦ ଗ୍ରହଣ କରିଥାନ୍ତି ।  ଏଥିସହିତ ବାବାଙ୍କ ମନ୍ଦିରରେ ମିଳୁଥିବା  କଳା ଫିତା ହାତ କିମ୍ବା ବେକରେ  ବାନ୍ଧିବା ଦ୍ବାରା  ସମସ୍ତ ପ୍ରକାରର ବାଧା ବିଘ୍ନ  ନିବାରଣ ହୋଇଥାଏ ।  

 କିମ୍ବଦନ୍ତୀ ଅନୁଯାୟୀ, ଏହି ମନ୍ଦିରରେ ଜଳୁଥିବା ଦୀପର ତେଲରେ ଗୁରୁତର  ରୋଗ ନିରାକରଣ ଶକ୍ତି ରହିଛି । ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ଦୀପରୁ ମିଳୁଥିବା ଏହି ତେଲକୁ ଶରୀରରେ ଲଗାଇବା ଦ୍ୱାରା ବିଭିନ୍ନ ରୋଗ, କଷ୍ଟ ଏବଂ ଚର୍ମ ରୋଗରୁ ମୁକ୍ତି ମିଳିଥାଏ । ଯଦିଓ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ, ତଥାପି ଶ୍ରଦ୍ଧାଳୁମାନେ ଏହାକୁ ଭକ୍ତି ଏବଂ ବିଶ୍ୱାସର ସହିତ ଗ୍ରହଣ କରିଥାନ୍ତି । ସେମାନେ ମାନନ୍ତି ଯେ ଏହା ହେଉଛି ଭଗବାନ କାଳ ଭୈରବଙ୍କ ଆଶୀର୍ବାଦ ।

କାଳ ଭୈରବ ମନ୍ଦିରରେ ଦୀପ ଜଳାଇବା ବ୍ୟତୀତ, ଆଉ ଏକ ଅଦ୍ଭୁତ ପରମ୍ପରା ହେଉଛି ଭଗବାନଙ୍କୁ ମଦ ଅର୍ପଣ କରିବା । ମନ୍ଦିରରେ, ଭକ୍ତମାନେ ମଦ ବୋତଲ ନେଇ ଆସନ୍ତି ଏବଂ ପୂଜାରୀମାନେ ଭଗବାନଙ୍କ ମୂର୍ତ୍ତିର ଖୋଲା ମୁହଁରେ ସିଧାସଳଖ ମଦ ଢାଳିଥାନ୍ତି । ଆଶ୍ଚର୍ଯ୍ୟର କଥା ଯେ, ମଦ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଏ, ତାହା ଏପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି । ଏହି ଦୃଶ୍ୟକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକମାନେ ଆସିଥାନ୍ତି ।  ଏହି ରହସ୍ୟମୟ ମନ୍ଦିର ଭାରତର ଆଧ୍ୟାତ୍ମିକତା ଏବଂ ଗଭୀର ବିଶ୍ୱାସର ଏକ ଜୀବନ୍ତ ଉଦାହରଣ । ଯଦି ଆପଣ କାଶୀ ଯାତ୍ରା କରୁଛନ୍ତି, ତେବେ କାଳ ଭୈରବଙ୍କ ମନ୍ଦିରକୁ ଯାଇ ଦୀପ ଜାଳି ନିଜ ଭାଗ୍ୟକୁ ଉଜ୍ୱଳ କରିବାକୁ ଭୁଲନ୍ତୁ ନାହିଁ ।