ଓଡ଼ିଆ ସିନେମା ଏବଂ ସିନେପ୍ରେମୀଙ୍କ ଲାଗି ଖୁସି ଓ ଗର୍ବର ସମୟ । ଅନ୍ତର୍ଜାତୀୟ ସ୍ତରୀୟ ପ୍ରଯୋଜନାରେ ଓଡ଼ିଶାର ପ୍ରଥମ ଫିଚର୍ ଫିଲ୍ମ ‘ବାଘୁଣୀ-ଡ୍ୟାନ୍ସ ଲାଇକ୍ ଏ ଟାଇଗର୍’ ନିର୍ମାଣ ହେବାକୁ ଯାଉଛି । ପ୍ରାଥମିକ ଭାବରେ ଭାରତ-ୟୁକେ ପ୍ରଡକ୍ସନ୍ ଏବଂ ପୋଲାଣ୍ଡ , ଜର୍ମାନୀ , ଇଟାଲୀ , ଚେକ୍ ରିପବ୍ଲିକ୍ ଓ ଆମେରିକା ସହଭାଗିତାରେ ନିର୍ମାଣ ହେଉଛି । ୭୮ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘ବାଘୁଣୀ’ ର ମୋସନ୍ ପୋଷ୍ଟର୍ ଉନ୍ମୋଚିତ ହୋଇଯାଇଛି । ଫେଷ୍ଟିଭାଲରେ ଆୟୋଜିତ ଭାରତ ପାଭିଲିୟନରେ ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ ଏହି ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଭାରତ ସରକାରଙ୍କ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନଏଫଡିସି) ସହ ପ୍ରଯୋଜନାରେ ନିର୍ମିତ ହେବ । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସିନେ ନିର୍ମାତା,ପ୍ରଯୋଜକ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ଦ୍ବାରା ରଚିତ ଓ ନିର୍ଦ୍ଦେଶିତ , ୟୁକେ ସ୍ଥିତ ଓଡ଼ିଆ ଉଦ୍ୟୋଗୀ ପାର୍ଥ ପଣ୍ଡା ଏହାର ପ୍ରଯୋଜକ ଅଛନ୍ତି ।

Advertisment
baghuni
baghuni Photograph: (google)

ଏହି ଫିଲ୍ମ ବିଭିନ୍ନ ଦେଶରେ ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ । ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେଉଛି ଏବଂ ମୁଖ୍ୟ ଭୂମିକାରେ ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଅଭିନୟ କରୁଛନ୍ତି । ଆସନ୍ତା ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଓଡ଼ିଶା ଏବଂ ଲଣ୍ଡନର ବିଭିନ୍ନ ସ୍ଥାନରେ ସୁଟିଂ ହେବାକୁ ଯାଉଛି । ଅଭିନେତା କହିଛନ୍ତି , ଏହି ସିନେମା ମାଧ୍ୟମରେ ଆମେ ବିଶ୍ବକୁ ଓଡ଼ିଶାର ସମୃଦ୍ଧ କଳା,ସଂସ୍କୃତି ଏବଂ ଐତିହ୍ୟର ମୂଲ୍ୟବୋଧକୁ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛୁ ।

Film
Film Photograph: (google)

ଗ୍ଲୋକାଲ୍ ଫିଲ୍ମସ୍ , ୟୁକେ ଏବଂ ସିନେମା ଫର୍ ଗୁଡ୍ , ଭାରତ ପ୍ରଯୋଜିତ ଏହି ସିନେମାର ସାଉଣ୍ଡ୍ ଡିଜାଇନର୍ ଭାବରେ ଜାତୀୟ ସ୍ତରର ପ୍ରସିଦ୍ଧ ସାଉଣ୍ଡ୍ ଡିଜାଇନର୍ ଭାବରେ ସୁବାଷ ସାହୁ , ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଲୋକପ୍ରିୟ ସଙ୍ଗୀତକାର ପ୍ରେମ୍ ଆନନ୍ଦ ଏବଂ ପ୍ରଡକ୍ସନ୍ ଡିଜାଇନରେ ସୁକାନ୍ତ ପାଣିଗ୍ରାହୀ ରହିଛନ୍ତି । ଚଳଚ୍ଚିତ୍ର ନିର୍ମାତା ଶଙ୍ଖଜିତ୍ ଦେ ଓ ଡ.ସୁଲଗ୍ନା ମହାନ୍ତି ସ୍କ୍ରିପ୍ଟ ଲେଖିଛନ୍ତି । ବହୁ ଜାତୀୟ ପୁରସ୍କାର ବିଜେତା ଉତ୍ପଳ ବାରପୂଜାରୀ ସ୍କ୍ରିପ୍ଟ ପରାମର୍ଶଦାତା ଥିବା ବେଳେ ସଂଳାପ ଲେଖିଛନ୍ତି ନିର୍ମାତା ସୁଶାନ୍ତ ମଣି । କାର୍ଯ୍ୟନିର୍ବାହୀ ପ୍ରଯୋଜକ ଅନୁଜ ତ୍ୟାଗୀ,ଡିଏ ଆର୍ଯ୍ୟମନ ପାଢ଼ୀ, ମୋସନ୍ ପୋଷ୍ଟର୍ ଉଦୟ ଭରଦ୍ବାଜ ଏବଂ ମୋସନ୍ ପୋଷ୍ଟର୍ ବିଜିଏମ୍ ପଙ୍କଜ ଜାଲ ଦେଇଛନ୍ତି । 

https://www.facebook.com/share/v/1CX96FsKtF/