କନକ ବ୍ୟୁରୋ : ଭାରତରେ ୩୩ କୋଟି ଦେବା ଦେବୀ ପୂଜା ପାଇଥାନ୍ତି । ହେଲେ ଆପଣ ଜାଣିଛନ୍ତି କି, ଭାରତର ଏକ ରାଜ୍ୟରେ ଜଣେ ବିଚାରପତିଙ୍କ ନାମରେ ମନ୍ଦିର ରହିଛି ଓ ସେହି ମନ୍ଦିରରେ ତାଙ୍କର ପ୍ରତିମୂର୍ତ୍ତି ରଖି ଲୋକମାନେ ପୂଜା କରୁଛନ୍ତି । କେରଳର କୋଟ୍ଟାୟମ ଜିଲ୍ଲା ସ୍ଥିତ ଚେରୁବଲ୍ଲୀ ଦେବୀ ମନ୍ଦିରରେ ଜଜୟାମ୍ମାନବନ ବା ଜଜ୍ ଅଙ୍କଲଙ୍କ ପୂଜା ହେଉଛି । ଲୋକଙ୍କର ଭବନା ଅଦାଲତ ସହିତ ଜଡ଼ିତ ମାମଲାକୁ ନେଇ ଚିନ୍ତାରେ ଥିବା ଲୋକମାନେ ଏଠାରେ ମାନସିକ କରିବା ସହ ପୂଜାପାଠ କରିଥାନ୍ତି । ତ୍ରାବଣକୋର ଦେବସାନ ବୋର୍ଡ ଅଧିନରେ ଥିବା ଏହି ମନ୍ଦିରର ଦେବୀ ଭଦ୍ରକାଳୀ କିନ୍ତୁ ଦକ୍ଷିଣ ଭାରତରେ ଅନେକ ନାମୀଦାମୀ ଲୋକ, ସେଲିବ୍ରେଟି ଓ ନ୍ୟାୟପାଳିକା ସହ ଜଡ଼ିତ ଲୋକ ଜଜୟାମ୍ମାନବନଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି । ଏହି ମନ୍ଦିର ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ୨୦୧୭ ମସିହାରେ ଅଭିନେତା ଦିଲ୍ଲୀପଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ କରାଯାଇଥିଲା । ମାମଲା ରୁଜୁ ହେବା ପରେ ୨୦୧୯ ରେ ଅଭିନେତା ଦିଲ୍ଲୀପ ନିଜ ଭାଇଙ୍କ ସହ ଏଠାକୁ ଆସି ପୂଜା କରିବା ସହ ମାନସିକ କରିଥିଲେ । 

Advertisment

ଅଧିକ ପଢ଼ନ୍ତୁ:ମୁଖ୍ୟ ବିଚାରପତିଙ୍କ ଶପଥରେ ରହିଲେନି ରାହୁଲ; ବିଜେପି ନେତା କହିଲେ...

ଇତିହାସ କହୁଛି ପ୍ରାୟ ୨୦୦ ବର୍ଷ ପୂର୍ବେ ତ୍ରାବଣକୋରରେ କାର୍ତ୍ତିକା ତିରୁନାଲ ରାମ ବର୍ମାଙ୍କ ଶାସନ ଥିଲା । ଯାହାଙ୍କୁ ଧର୍ମରାଜ ବୋଲି କୁହାଯାଏ । ୧୭୫୮ ଜୁଲାଇ ୭ ତାରିଖରୁ ୧୭୯୮ ଫେବୃଆରି ୧୭ ତାରିଖ ପର୍ଯ୍ୟନ୍ତ ଥିଲା ତାଙ୍କର ଶାସନ କାଳ । ସେ ପ୍ରାଚୀନ ନ୍ୟାୟ ବ୍ୟବସ୍ଥା ଓ ଆଇନକୁ ପାଳନ କରିବା ନେଇ ପ୍ରସିଦ୍ଧ ଥିଲେ । ରାଜାଙ୍କ ଦରବାରରେ ଗୋବିନ୍ଦ ପିଲ୍ଲୋ ନାମରେ ଜଣେ ବିଚାରପତି ଥିଲେ । ଯିଏ କି ତିରୁବାଲ୍ଲା ସ୍ଥିତ ରାମବର୍ମଠ ପରିବାରର ଥିଲେ । ସେ ସଂସ୍କୃତରେ ବିଦ୍ୱାନ ଥିଲେ ଓ ରାଜାଙ୍କ ଭଳି ନ୍ୟାୟ ମାର୍ଗରୁ କେବେ ବିଚ୍ୟୁତ ହେଉନଥିଲେ । 

ଅଧିକ ପଢ଼ନ୍ତୁ:ମୁଖ୍ୟ ବିଚାରପତିଙ୍କୁ ଜୋତା ଫିଙ୍ଗିବା ମାମଲା,  ଅଭିଯୁକ୍ତ କହିଲେ ମୋର କୌଣସି ଅବଶୋଷ ନାହିଁ, ଉପରବାଲା ବୋଧେ ନିର୍ଦ୍ଦେଶ ଦେଇଥିଲେ

ଇତିହାସ କୁହେ, ଥରେ ଗୋବିନ୍ଦ ପିଲ୍ଲୋଙ୍କ ଭଣଜା ପଦ୍ମନାଭଙ୍କ ଉପରେ ଏକ ଗମ୍ଭୀର ମାମଲା ଅଦାଲତରେ ଚାଲିଲା । ସାକ୍ଷୀ ଓ ପ୍ରମାଣ ଅଧାରରେ ବିଚାରପତି ନିଜ ଭଣଜାଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଫାଶୀର କିଛି ସମୟ ପରେ ବିଚାରପତି ଗୋବିନ୍ଦ ପିଲ୍ଲୋ ଜାଣିବାକୁ ପାଇଲେ କି, ତାଙ୍କ ନିଷ୍ପତ୍ତି ଭୁଲ ଥିଲା  ଓ ଭଣଜା ପଦ୍ମନାଥ ନିର୍ଦ୍ଦୋଷ ଥିଲେ । ବିନା ଦୋଷରେ ଜଣଙ୍କୁ ଫାଶୀଦଣ୍ଡ ଦିଆଯିବା ନିଷ୍ପତ୍ତିକୁ ସେ ସହଜରେ ଗ୍ରହଣ କରିପାରିନଥିଲେ । ଏହାକୁ ନେଇ ସେ ରାଜାଙ୍କ ନିକଟରେ ଗୁହାରି କରିଥିଲେ କି, ଏହି ଭୁଲ ପାଇଁ ତାଙ୍କୁ ଦଣ୍ଡିତ କରାଯାଉ । ରାଜା ପ୍ରଥମେ ଅରାଜି ହୋଇଥିଲେ, ଏହାପରେ ବିଚାରପତିଙ୍କ ଗୁହାରିକୁ ଗ୍ରହଣ କରି ଦଣ୍ଡବିଧାନର ଦାୟିତ୍ୱ ସେହି ବିଚାରପତି ଗୋବିନ୍ଦ ପିଲ୍ଲୋଙ୍କୁ ଦେଇଥିଲେ । ଗୋବିନ୍ଦ ପିଲ୍ଲୋ ନିଜକୁ ଯେଉଁ ଦଣ୍ଡ ଦେଇଥିଲେ ତାହା ଆପଣଙ୍କୁ ଚକିତ କରିଦେବ । ସେ ନିର୍ଦ୍ଦେଶ ଦେଇଥିଲେ କି, ତାଙ୍କର ଦୁଇଗୋଡକୁ କାଟି, ସର୍ବସମ୍ମୁଖରେ ତାଙ୍କୁ ଫାଶୀ ଦିଆଯାଉ । କେବଳ ସେତିକି ନୁହେଁ ଫାଶୀ ସ୍ଥାନରେ ତାଙ୍କ ଶବ ୩ ଦିନ ପର୍ଯ୍ୟନ୍ତ ପଡ଼ିରହିବାକୁ ସେ କହିଥିଲେ । ବିଚାରପତିଙ୍କ ଏହି ଆଦେଶ ଖୁବଶୀଘ୍ର ଲାଗୁ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:ବିବାଦ ବଢ଼ିବା ପରେ ମୁହଁ ଖୋଲିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି; ଗବାଇ କହିଲେ, ସବୁ ଧର୍ମ ପ୍ରତି ମୋର ସମ୍ମାନ ଅଛି...

କିଛି ସମୟ ପରେ ସ୍ଥାନୀୟ ଅଞ୍ଚଳରେ ଅଶୁଭ ଘଟଣାମାନ ଘଟିବାକୁ ଲାଗିଲା । ଜ୍ୟୋତିଷମାନେ କହିଲେ କି ପଦ୍ମନାଥଙ୍କ ଆତ୍ମା ମୋକ୍ଷ ପାଇନାହିଁ । ଏହାପରେ ବିଚାରପତିଙ୍କ ଆତ୍ମାକୁ ଚେରୁବଲ୍ଲୀ ନିକଟ ତାଙ୍କ ପାରିବାରିକ ଘରେ ସମାଧି ଦିଆଯାଇଥିଲା । ଏହାର କିଛି ବର୍ଷ ପରେ ଚେରୁବଲ୍ଲୀ ଦେବୀ ମନ୍ଦିରରେ ଜଜୟମ୍ମାନବନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା । ସେବେଠାରୁ ଏହି ମନ୍ଦିରରେ ବିଚାରପତିଙ୍କ ଆତ୍ମାର ପୂଜା ଚାଲିଛି ।