କନକ ବ୍ୟୁରୋ: ଦେଶର ନୂଆ ଚିଫ୍ ଜଷ୍ଟିସ୍ ହୋଇଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୀ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବାବେଳେ, ତାଙ୍କ ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନୁପସ୍ଥିତ ରହିବାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି । ବିଜେପି ଏହି ଘଟଣାକୁ ନେଇ ସିଧା ସିଧା କଂଗ୍ରେସ ନେତାଙ୍କୁ ଟାର୍ଗେଟ୍ କରିଛି ।

Advertisment

ବିଜେପି ନେତା ପ୍ରଦୀପ ଭଣ୍ଡାରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ଭାରତର ନୂଆ ଚିଫ୍ ଜଷ୍ଟିସଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ କାହିଁକି ସାମିଲ ହେଲେନି? ଲୋକସଭାର ବିରୋଧୀ ଦଳ ନେତା ଭାବେ ସେ କେବଳ ଗୃହର କାର୍ଯ୍ୟରେ ବାଧା ପହଞ୍ଚାଇଥାନ୍ତି । ସାମ୍ବିଧାନିକ ପଦ ପାଇଁ ଶପଥ ନେଉଥିବା କାର୍ଯ୍ୟକ୍ରମରେ ସାମିଲ ନହେବା ବ୍ୟତୀତ ରାହୁଲ ଆଉ କଣ କରିଥାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ : ଆସନ୍ତା କାଲି ଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା : ପ୍ରଦୀପ ବଳ ସାମନ୍ତ, ସମବାୟ ମନ୍ତ୍ରୀ

ସୂଚନାଯୋଗ୍ୟ ଯେ, ରାହୁଲ ଆଜି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇନଥିଲେ । ଯେଉଁ କାରଣରୁ ବିଜେପି ନେତା ଏବେ ତାଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି । ଏହାପୂର୍ବରୁ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମଧ୍ୟ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ଅଧ୍ୟକ୍ଷଙ୍କୁ ଦେଖିବାକୁ ମିଳିନଥିଲା । ସେତେବେଳେ ବିଜେପି ଏହି ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ ମଧ୍ୟ କରିଥିଲା । ଯାହାର ଜବାବ ଦେଇ ରାହୁଲ କହିଥିଲେ ଯେ, ଯିଏ ବିରୋଧୀ ଦଳ ନେତା ଥାଆନ୍ତି, ତାଙ୍କୁ ଆଗ ସିଟରେ ବସାଯାଇଥାଏ । ହେଲେ ଗତବର୍ଷ କିନ୍ତୁ ତାଙ୍କୁ ପଛ ସିଟରେ ବସାଯାଇଥିଲା । ତେଣୁ ସେହି କାରଣରୁ ସେ ଏଥର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ।