କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିଆର ଗବାଇଙ୍କୁ ଜୋତା ଫିଙ୍ଗିଥିବା ଓକିଲ ରାକେଶ କିଶୋର ଏବେ ଅଜବ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଏନେଇ ମୋର କୌଣସି ଅବଶୋଷ ନାହିଁ । ସେ କହିଛନ୍ତି କି, ଯେତେବେଳେ ସନାତନ ଧର୍ମକୁ ନେଇ କୌଣସି ମାମଲା ଆସୁଛି ସେତେବେଳେ ସୁପ୍ରିମକୋର୍ଟ ଅଜବ ଆଦେଶ ଦେଉଛନ୍ତି ।
ଅଭିଯୁକ୍ତ ରାକେଶ କିଶୋର କହିଛନ୍ତି, ସନାତନ ଧର୍ମ ଉପରେ ମାମଲାର ଶୁଣାଣି କରି ଯେଭଳି ରାୟ ପ୍ରଦାନ କରାଯାଉଛି ତାକୁ ନେଇ ମୁଁ ଅସନ୍ତୁଷ୍ଟ ଥିଲି, ଘଟଣା ଘଟାଇବା ବେଳେ ମୁଁ ନିଶାରେ ନଥିଲି । ମୁଖ୍ୟ ବିଚାରପତି ସନାତନ ଧର୍ମକୁ ନେଇ ଦେଉଥିବା ରାୟର ଏହା ପ୍ରତିକ୍ରିୟା ।
ନ୍ୟାୟପାଳିକାର ସର୍ବୋଚ୍ଚ ପଦରେ ବସିଥିବା ବ୍ୟକ୍ତି ବିରୋଧରେ ଏଭଳି ଆପତ୍ତିଜନକ କାର୍ଯ୍ୟକରି ନିଲମ୍ବିତ ହୋଇଥିବା ଓକିଲ କହିଛନ୍ତି କି, ଏଭଳି ପଦବୀରେ ବସିିଥିବା ବ୍ୟକ୍ତିକୁ ଚିନ୍ତା କରିବା ଦରକାର କି, କୌଣସି ଧର୍ମକୁ ନେଇ ଶୁଣାଣି କରିବା ବେଳେ ଅଭିଯୁକ୍ତ ବା ଆବେଦନକାରୀଙ୍କୁ ଆଶ୍ୱସ୍ଥି ନ ଦିଆଯାଉ କିନ୍ତୁ ମଜାକ୍ କରାନଯାଉ ।
କେବଳ ସେତିକି ନୁହେଁ ରାକେଶ କିଶୋର କହିଛନ୍ତି କି, ବିଚାପତି ସମ୍ବେଦନଶୀଳ ହେବା ଆବଶ୍ୟକ । କୋର୍ଟରେ ଲକ୍ଷ ଲକ୍ଷ ମାମଲା ପଡ଼ି ରହିଛି । ହେଲେ ଏହି ମାମଲାରେ ମୁଁ କାହାକୁ କ୍ଷମା ମାଗିବି ନାହିଁ କି ମୋର କୌଣସି ଅବଶୋଷ ନାହିଁ । ଆପଣମାନେ ମୋତେ ପ୍ରଶ୍ନ ପଚାରୁଛନ୍ତି, ହେଲେ ଯାହା ଘଟିଲା ତାହା ଉପରବାଲାଙ୍କ ନିର୍ଦ୍ଦେଶରେ ଘଟିଲା ବୋଲି ଅଭିଯୁକ୍ତ ରାକେଶ କିଶୋର କହିଛନ୍ତି ।